ଓଡିଶା

ସଞ୍ଜହେଲେ ଉପକଣ୍ଠ ଅନ୍ଧାର: କଳିଙ୍ଗବିହାର-ଚନ୍ଦକା, ଗୋହିରା ରାସ୍ତା – bajravana

[ad_1]

ଖଣ୍ଡଗିରି: ରାସ୍ତା ଅନ୍ଧାର ହେବନି। ଲୋକେ ଚକଚକ ରାସ୍ତାରେ ଯା’ଆସ କରିବେ। ଚୋର ଡକାୟତଙ୍କ ଭୟ ରହିବନି। ରାଜଧାନୀର ଗଳିକନ୍ଦିରେ ଷ୍ଟ୍ରିଟ୍ ଲାଇଟ ଲଗାଯିବ। ହେଲେ ଏସବୁ ପ୍ରତିଶ୍ରୁତି କେତେ ଉପକଣ୍ଠରେ ଥିବା ଇଲାକାକୁ ଦେଖିଲେ ଧରା ପଡ଼ିଯାଏ।

ଗୋହିରା ରାସ୍ତା
ଡିଭିଜନ୍ ୫ ଅଧୀନରେ ଥ‌ିବା ଗୋହିରା – ଛତାବର ରାସ୍ତା ଉପରେ ପାଖାପାଖି ୪୦ ହଜାର ଲୋକ ନିର୍ଭର କରନ୍ତି। ଛତାବର, ମେଣ୍ଢାଶାଳ, ଅରିଶଲ, ମଦନପୁର, ବଡ଼ରଘୁନାଥପୁର, ଦେଉଳିଆପାଟଣା ଓ ଆଖପାଖ ଅଞ୍ଚଳର ଆଉ କେତେ ହଜାର ଅଧିକ ଲୋକ ଏହି ରାସ୍ତା ଦେଇ ପ୍ରତିଦିନ ଯା’ଆସ କରନ୍ତି। ହେଲେ ବିଦ୍ୟୁତ୍‌ ଖୁଣ୍ଟ ଥିଲେ ହେଁ ଲାଇଟ୍ ଲଗାଯାଇ ନଥିବାରୁ ସନ୍ଧ୍ୟା ହେଲେ ଗୋହିରା ଠାରୁ ଛତାବର ଯାଏଁ ୬ କିଲୋମିଟର ରାସ୍ତାରେ ଯିବାକୁ ଲୋକେ ସୁରକ୍ଷିତ ମଣୁ ନାହାନ୍ତି। ପୁଣି ଗୋହିରା ଠାରୁ ମଦନପୁର ରାସ୍ତା ଅଣଓସାରିଆ। ରାସ୍ତାରେ ଗୋଟିଏ ଗାଡ଼ି ଆସିଲେ ଆଉ ଗୋଟିଏ ବଡ଼ ଗାଡ଼ି ଯିବାକୁ ରାସ୍ତା ନାହିଁ। ତେଣୁ ଅନ୍ଧାରରେ ଏ ରାସ୍ତ‌ାରେ ଯିବା କଥା ପଡ଼ିଲେ ଲୋକ ଆତଙ୍କିତ ହୋଇ ଯାଉଛନ୍ତି। ନିକଟରେ ଗୀତା, ଗାନ୍ଧି, ନିସ୍ ଭଳି ବଡ଼ ଶିକ୍ଷାନୁଷ୍ଠାନ ମଦନପୁର ‌କଲେଜ ଓ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଭଳି ସରକାରୀ ଅନୁଷ୍ଠାନ ମଧ୍ୟ ଅଛି। ଏଠାରେ ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀ ଅନ୍ଧାର ରାସ୍ତା ପାଇଁ ଭାରି ହଇରାଣ ହେଉଛନ୍ତି। କେବେ ସରିସୃପ ତ କେବେ ଅସାମାଜିକଙ୍କ ଭୟରେ ସେମାନେ ସଞ୍ଜହେଲେ ଖାଇବା ପାଇଁ ମଧ୍ୟ ବାହାରକୁ ବାହାରୁ ନାହାନ୍ତି।

ନୂଆଗାଁ-କାଟେଣୀ ରାସ୍ତା
ନୂଆଗାଁ – କାଟେଣୀ ରାସ୍ତାର ଅବସ୍ଥା ମଧ୍ୟ ସମାନ। ସ୍ଥାନୀୟ ଅଞ୍ଚଳରେ ଆଇଆଇଆଇଟି, ଟାଇମ୍ସ ଗୁରୁକୁଳ, ଆଇଏମଆଇ ସମେତ ବହୁ ବଡ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନ ରହିଛି। ପ୍ରତିଦିନ ନୂଆ ଦୋକାନ ଓ ଶିକ୍ଷାନୁଷ୍ଠାନ ଗଢ଼ି ଉଠୁଛି। ଅନେକ ଘରୋଇ ଡାକ୍ତରଖାନା ଓ ହଷ୍ଟେଲ ମଧ୍ୟ ରହିଛି। ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ ଆଦିର ସୁବିଧା ଥିବାରୁ ମଳିପଡା, ଗୋଠପଟଣା, ପାଇକରାପୁର, କ୍ରିଷ୍ଣାପୁରୀ କଲୋନୀ, ଗଙ୍ଗାପାଟଣା, କାଟେଣୀ ଆଦି ଅଞ୍ଚଳରେ ଜନସଂଖ୍ୟା ପୂର୍ବ ଅପେକ୍ଷା ଢେର ବୃଦ୍ଧି ପାଇଛି। ତେଣୁ ସଞ୍ଜ ହେଲେ ଏହି ରାସ୍ତାରେ ନାହିଁ ନ ଥ‌ିବା ଜାମ୍‌ ସୃଷ୍ଟି ହେଉଛି। ରାସ୍ତା ଅଣ ଓସାରିଆ ହୋଇଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି।

କଳିଙ୍ଗବିହାର-ଚନ୍ଦକା
କଳିଙ୍ଗ ବିହାର- ଘାଟିକିଆ ରାସ୍ତାରେ ଖୁଣ୍ଟ ଅଛି, ଲାଇଟ୍‌ ଲାଗିଛି; ହେଲେ ଜଳୁନି। ମଝିରେ ଅଧ‌ା‌ ଜଳୁଥିଲେ ଅଧା ଜଳୁନଥିଲା। ହେଲେ ଗଲା ୬ ମାସ ହେଲା ପୂରା ଅନ୍ଧ‌ାର। କେବଳ ଗୋଟିଏ ଟ୍ବିଟ୍‌ରେ ବିଏମ୍‌ସି ତୁରନ୍ତ ମରାମତି କରୁଥିବା ଦାବି କରୁଥିବାବେଳେ ଅସଂଖ୍ୟ ଥର ଅଭିଯୋଗ ହେଲେ ମଧ୍ୟ ଏଠା ସ୍ଥିତି ବଦଳୁନରାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରନ୍ତି। ଏହି ରାସ୍ତା ଉପରେ ପ୍ରତିଦିନ କଳିଙ୍ଗବିହାର, ଘାଟିକିଆ, ଶ୍ୟାମପୁର ଆଦି ଅଞ୍ଚଳରେ ଥିବା ଅନେକ ବଡ଼ ବଡ଼ ଆପାର୍ଟମେଣ୍ଟର ଲୋକେ ନିର୍ଭର କରନ୍ତି। କିନ୍ତୁ କେଉଁଠି ଆଲୁଅ ନାହିଁ। କେବଳ ରାସ୍ତା ନୁହେଁ, ଭିତରର ରାସ୍ତାଗୁଡ଼ିକରେ ମଧ୍ୟ ଅନ୍ଧକାର ବିରାଜମାନ କରୁଛି। ଅନ୍ଧାର ପାଇଁ ଏ ରାସ୍ତାରେ କେବଳ ଦୁର୍ଘଟଣା ଘଟୁନି, ନିୟମିତ ଚୋରି ଓ ଛିନ୍‌ତାଇ ମଧ୍ୟ ଘଟୁଛି। ସେହିଭଳି ସୁନ୍ଦରପୁର ଡିଏନ ସ୍କୁଲ ଠାରୁ ଶିଖରଚଣ୍ଡୀ ଯାଇଥିବା ରାସ୍ତା ମଧ୍ୟ ଅନ୍ଧାର। ଚନ୍ଦକା, ପଥରଗାଡିଆ, ସୁନ୍ଦରପୁର ସମେତ କଣ୍ଟାବାଡ଼, ଛତାବର ଆଦି ଗାଁର ଲୋକମାନେ ଏହି ରାସ୍ତା ଦେଇ ଭୁବନେଶ୍ବରରେ କାମ ସାରି ଘରକୁ ଫେରିଥାନ୍ତି। ଆଲୁଅ ନଥିବାରୁ ସମସ୍ତେ ଆତଙ୍କିତ ଥାଆନ୍ତି। ଚନ୍ଦକା ରାସ୍ତାରେ ମଧ୍ୟ ସମାନ ଅବସ୍ଥା। ଷ୍ଟୁଡିଓ ଛକ ଠାରୁ ଗଣିତ ପ୍ରତିଷ୍ଠାନ ଯାଏଁ ଅଂଶକୁ ଛାଡ଼ି‌ଦେଲେ ବାକି ରାସ୍ତାରେ ପୂରା ଅନ୍ଧାର। ଏହି ରାସ୍ତାଟି ହାତୀ କରିଡର ହୋଇଥିବାରୁ ହାତୀପଲ ଯିବାଆସିବା କରନ୍ତି। ଏ ରାସ୍ତାରେ ସଞ୍ଜପରେ ଯିବାକୁ ହେଲେ ଅନ୍ଧାର ରାସ୍ତା ସାଙ୍ଗକୁ ହାତୀ ଭୟ ଲୋକଙ୍କ ଛାତିର କମ୍ପନକୁ ବଢ଼ାଇ ଦିଏ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button