ବଡ଼ଡ଼ାଳିମା ପାର୍ବତୀ ଉଚ୍ଚ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେଲେ ଗଣଶିକ୍ଷାମନ୍ତ୍ରୀ – bajravana
[ad_1]
ରାଇରଙ୍ଗପୁର/ତିରିଂ: ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ତିରିଂ ବ୍ଳକର ବଡ଼ଡ଼ାଳିମାସ୍ଥିତ ବ୍ଳକର ଏକମାତ୍ର ଉଚ୍ଚ ବାଳିକା ବିଦ୍ୟାଳୟର ୨୫ ତମ ବାର୍ଷିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁବଳ ଚନ୍ଦ୍ର ଦାସ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଉଦଘାଟନୀରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ମୁଖ୍ୟ ବକ୍ତା ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ଯୁବ ସମାଜସେବୀ ଜଲେନ ନାଏକ, ସ୍କୁଲ ଅଧ୍ୟକ୍ଷ ଶ୍ରୀଧର ମହାପାତ୍ର, ବାସୁଦେବ ମହାପାତ୍ର, ସମ୍ମାନିତ ଅତିଥି ଵାମନଘାଟି ଉପଖଣ୍ଡ ଓଷ୍ଟା ସଂପାଦକ ଦୁର୍ଯୋଧନ ବେହେରା,ଓଷ୍ଟା ଉପସଭାପତି ଜ୍ଞାନ ରଂଜନ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଅତିଥିଗଣ ବିଦ୍ୟାଳୟ ପ୍ରତିଷ୍ଠାତା ବଦାନ୍ୟ ବ୍ୟକ୍ତି ପ୍ରଭାକର ମହାପାତ୍ର ଏବଂ ତାଙ୍କ ଧର୍ମପତ୍ନୀ ପାର୍ବତୀ ମହାପାତ୍ରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ସେହିଭଳି ଦିତୀୟାର୍ଦ୍ଧରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ମୋରଡା ବିଧାୟକ ରାଜ କିଶୋର ଦାସ, ମୁଖ୍ୟ ରାଇରଙ୍ଗପୁର ଆଦିବାସୀ ସମନ୍ଵିତ ପ୍ରକଳ୍ପ ପ୍ରଶାସକ ପରିକ୍ଷିତ ଦାସ, ସମ୍ମାନିତ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ପୁର୍ଣଚନ୍ଦ୍ର ସେଠୀ, ମୟୂରଭଞ୍ଜ-୨ ଜିଲ୍ଲା ଵିଜେଡି ସଭାପତି କାଶୀନାଥ ହେମ୍ବ୍ରମ, ଯଜ୍ଞେଶ୍ବର ଜେନା, ଅନ୍ୟତମ ଅତିଥି ତିରିଂ ତହସିଲଦାର ଶୁସାନ୍ତ ବେହେରା, ତିରିଂ ବ୍ଳକର ପୂର୍ବତନ ଅଧ୍ୟକ୍ଷ ଵଳଦେଵ ହେମ୍ବ୍ରମ, ଜିଲ୍ଲା ପରିଷଦ ସଭ୍ୟ ପରେଶ୍ ମୁଣ୍ଡା, ପୂର୍ବତନ ବ୍ଳକ ଅଧ୍ଯକ୍ଷା ଜେମାମଣି ଷୁଣ୍ଢି , ଉତ୍ତମ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
ବିଶିଷ୍ଟ ଭାଷ୍ୟକାର ଶିକ୍ଷକ ସୁବାସ ପାତ୍ର ମଂଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ମନ୍ତ୍ରୀ ସୁଦାମ ମାରାଣ୍ଡି କହିଥିଲେ ବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟଙ୍କା ବାକ୍ସ ଖୋଲାଯାଇଛି। ବିଦ୍ୟାଳୟକୁ ୫ଟି ରୂପାନ୍ତରଣ, ଶିକ୍ଷକ, କମ୍ପ୍ୟୁଟର, ବହି, ଖାଦ୍ୟ, ଜୋତା, ସବୁକିଛି ଦିଆଯାଉଛି। ସମସ୍ତେ ଭଲ ପଢ଼ ଓ ଆଗକୁ ବଢ଼ ବୋଲି କହିଥିଲେ। ମୁଖ୍ୟବକ୍ତା ପରୀକ୍ଷିତ ଦାସ କହିଥିଲେ ବଡ଼ ମଣିଷ ହେବାକୁ ହେଲେ ଭଲ ମଣିଷ ହେବାକୁ ପଡ଼ିବ। ବିଇଓ ପୂର୍ଣ୍ଣଚନ୍ଦ୍ର ସେଠୀ ଆଶୁ କବି ଭଳି ଗୀତ ମାଧ୍ୟମରେ ଅଭିଭାବକମାନଙ୍କୁ ପିଲାମାନଙ୍କୁ ସଂସ୍କାର ଶିକ୍ଷା ଦିଅ। ଯେଭଳି ପିଲାମାନେ ସଂସ୍କାରି ହୋଇ ଭବିଷ୍ୟତରେ ଭଲ ନାଗରିକ ହେବେ। ପରେ ବାର୍ଷିକ ଉତ୍ସବ ପାଇଁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ପରେ ପରେ ଛାତ୍ରୀମାନଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ତିରିଂ ଅଂଚଳରେ ଏଭଳି ରାଜ୍ୟସ୍ତରୀୟ ଭଳି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ଦେଖି ଅଂଚଳଵାସୀ ଓ ଅତିଥିଗଣ ବିଦ୍ୟାଳୟର ଅଭିଭାବକ, ଆୟୋଜକ, ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଭୁରିଭୁରି ପ୍ରଶଂସା କରିଥିଲେ।
[ad_2]