ଓଡିଶା

ବିଶ୍ବର ବୃହତ୍ତମ କାଠଜୋତାର ଆକାର ଜାଣିଲେ ଆଶ୍ଚର୍ଯ୍ୟ ହେବେ… – bajravana

[ad_1]

ଗୋଟିଏ ଜୋତା କେତେ ବଡ଼ ହୋଇପାରେ? ପିନ୍ଧିବା ପାଇଁ ଉଦ୍ଦିଷ୍ଟ ଜୋତାର ସର୍ବାଧିକ ଲମ୍ବ ପ୍ରାୟ ଏକ ଫୁଟ ହେବ। ହେଲେ ଜୋତାକୁ ନେଇ ଏପରି ଭାସ୍କର୍ଯ୍ୟମାନ ରହିଛି ଯାହା ପରିଧାନ ପାଇଁ ନୁହେଁ। କେଉଁଠି ଜୋତା ଆକାରର ସିମେଣ୍ଟ ଘର ତ କେଉଁଠି କାଠରେ ନିର୍ମିତ ବିଶାଳକାୟ ଜୋତା। ଏହି କ୍ରମରେ ଆମେରିକାର ଇଲିନଏସ ଅନ୍ତର୍ଗତ କ୍ୟାସେ ଠାରେ ସ୍ଥାପିତ ହଳେ ଜୋତା ବିଶ୍ବର ବୃହତ୍ତମ କାଠଜୋତାର ମାନ୍ୟତା ବହନ କରୁଛି। ଜିମ୍‌ ବୋଲିନ୍‌ଙ୍କ ଦ୍ବାରା ନିର୍ମିତ ପ୍ରତି ଜୋତାର ଦୈର୍ଘ ୩.୪ ମିଟର (୧୧ ଫୁଟ ୫ ଇଞ୍ଚ), ପ୍ରସ୍ଥ ୧.୭୭ ମିଟର (୫ ଫୁଟ ୧୦ ଇଞ୍ଚ) ଓ ଉଚ୍ଚତା ୧.୪୮ ମିଟର (୪ ଫୁଟ ୧୦ ଇଞ୍ଚ)।

ଆୟତନରେ ତାହା ଏକ ସ୍କୁଲ ବସ୍‌ ସହ ସମାନ। ପାଇନ୍‌ କାଠରେ ନିର୍ମିତ ପ୍ରତି ଜୋତାର ଓଜନ ପାଖାପାଖି ୬୮୦ କିଲୋଗ୍ରାମ୍। ବଡ଼ ବଡ଼ କାଠ ଗଣ୍ଡି ଯୋଡ଼ି ତାହାକୁ କରତରେ କାଟି ଓ ଖୋଦେଇ କରି ଗୋଟିଏ ଜୋତାର ରୂପ ଦେବାକୁ ଜିମ୍‌ଙ୍କୁ ଏକ ବର୍ଷ ଲାଗିଥିଲା। ପରେ ଅନୁରୂପ ପ୍ରକ୍ରିୟାରେ ଅନ୍ୟ ଜୋତାଟି ସେ ଗଢ଼ିଥିଲେ। ଏଥିପାଇଁ ବହୁ ପରିମାଣର କାଠ ଓ ସ୍ଥାନର ଆବଶ୍ୟକତା ତାଙ୍କ ପାଇଁ ଏକ ବିଶେଷ ଆହ୍ବାନ ଥିଲା। ତେବେ ସବୁଠୁ ବଡ଼ ଆହ୍ବାନ ଥିଲା ଗୋଟିଏ ଜୋତା ଗଢ଼ିସାରିଲା ପରେ ଦ୍ବିତୀୟ ଜୋତାଟିକୁ ଅବିକଳ ଆକାର ଓ ଆୟତନରେ ଗଢ଼ିବା। ତେବେ ୨୦୧୫ ଅକ୍‌ଟୋବର ୨୦ରେ ଗିନିସ ରେକର୍ଡ ହାସଲ କଲା ପରେ ଜିମ୍‌ଙ୍କ ସବୁ କଷ୍ଟ ସାର୍ଥକ ହୋଇଥିଲା। ଜୋତା ହଳଟି ସମ୍ପ୍ରତି କ୍ୟାସେସ୍ଥ ‘ୱାଇଲ୍‌ଫ୍ଲୋର ବେକରି ଆଣ୍ଡ୍‌ କ୍ୟାଣ୍ଡି କମ୍ପାନି’ ହେପାଜତରେ ରହିଛି। ଖରା ଓ ବର୍ଷାଜନିତ ଅବକ୍ଷୟରୁ ବଞ୍ଚାଇବା ଲାଗି ତାହା ଉପରେ ଏକ ରାସାୟନିକ ପ୍ରଲେପ ଦିଆଯାଇ ତାହାକୁ ସର୍ବସାଧାରଣରେ ପ୍ରଦର୍ଶନ କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button