ମନୋରଞ୍ଜନ

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – bajravana

[ad_1]

ମେଷ: ଅଟକିଥିବା କାମ ସଂପୂର୍ଣ୍ଣ ହୋଇଯିବ। ନବବିବାହିତ ଲୋକଙ୍କ ଲାଗି ଦିନଟି ଭଲ। ବେପାରରେ ଉନ୍ନତି ହେବ। ନିବେଶ କରିବା ପୂର୍ବରୁ ବଡ଼ଙ୍କ ମତ ନିଅନ୍ତୁ। ‌

ବୃଷ: ହଜିଥିବା ବସ୍ତୁର ସନ୍ଧାନ ପାଇବେ। ଆମଦାନିର ଉତ୍ସରେ ବୃଦ୍ଧି ହେବ। ଜୀବନସାଥୀ ଠାରୁ ଉପହାର ମିଳିପାରେ। ନିଜ ଲୋକ ଆପଣଙ୍କୁ ସାହାଯ୍ୟ କରିବେ। ‌

ମିଥୁନ: ଅଜଣା ଲୋକଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଧ୍ୟାନ ଦେଇ କରି କାମ କରନ୍ତୁ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ।

କର୍କଟ: ନୂଆ ଯାନ କିଣିବା ଲାଗି ଦିନଟି ଶୁଭ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବହୁତ ଭଲ। ସୃଜନଶୀଳ କାର୍ଯ୍ୟରେ ଆପଣଙ୍କ ଧ୍ୟାନ ରହିବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ‌

ସିଂହ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ। ବେପାରରେ ଆପଣଙ୍କୁ ଲାଭ ମିଳିବାର ଯୋଗ ଅଛି। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ହେବ। ‌

କନ୍ୟ‌ା: ଶତ୍ରୁପକ୍ଷ ଆପଣଙ୍କ ପ୍ରଭାବ ଦେଖି ହତାଶ ରହିବେ। ନୂଆ କାମରେ ରୁଚି ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରିୟଜନଙ୍କ ଠାରୁ ଉପହାର ମିଳିବା ଯୋଗୁଁ ଖୁସି ରହିବେ।

ତୁଳା: ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ସାହାଯ୍ୟ ମିଳିବ। ରାତିରେ ବନ୍ଧୁ ସହିତ ହୋଟେଲକୁ ଭୋଜନ ପାଇଁ ଯାଇପାରନ୍ତି। ସରଳ ଉପାୟରେ କାମ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ।

ବିଛା: ବେପାରୀବର୍ଗଙ୍କୁ ଧନଲାଭ ହେବ। ଜୀବନସାଥୀ ଠାରୁ ଢେର ପ୍ରେମ ପାଇବେ। ଆୟ ଉତ୍ସ ମିଳିବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପରିବାର ଲୋକଙ୍କ ସହଯୋଗ ମିଳିବ।

ଧନୁ: ଆପଣଙ୍କର ଦକ୍ଷତା ପୂର୍ବ ଅପେକ୍ଷା ବଢ଼ିବ। ଭାଇ ସହିତ କୌଣସି କଥାକୁ ନେଇ ଆଲୋଚନା କରିବେ। ନିଜର ମୂଲ୍ୟବାନ ଜିନିଷକୁ ସମ୍ଭାଳି କରି ରଖନ୍ତୁ। ପ୍ରେମ ସମ୍ବନ୍ଧ ମଧୁର ହେବ।


ମକର: ବିଦେଶର କଂପାନିରୁ ଚାକିରିର ପ୍ରସ୍ତାବ ଆସିପାରେ। ନିଜର କାମ ଧ୍ୟାନପୂର୍ବକ କରନ୍ତୁ। ବିରୋଧୀ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ।

କୁମ୍ଭ: ଦିନଟି ଆପଣଙ୍କ ଜୀବନରେ ନୂଆ ଖୁସି ନେଇ ଆସିବ। ବାପା ମାଆଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ପଇସା ସହ ଜଡ଼ିତ ସମସ୍ୟା ସମାଧାନ ହୋଇଯିବ।

ମୀନ: କାମରେ ଆପଣଙ୍କୁ ଜୀବନସାଥୀର ସହଯୋଗ ମିଳିବ। ଅଫିସ କାମରେ ଅନ୍ୟମାନଙ୍କର ମତ ନିଅନ୍ତୁ ନାହିଁ। ପରିଶ୍ରମର ସଫଳତା ଆପଣଙ୍କ ମନରେ ପ୍ରସନ୍ନତା ଭର୍ତ୍ତି କରିଦେବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button