ନୂଆ ଆଲୋକ

ଦିବ୍ୟାଙ୍ଗ ମାନଙ୍କ ଗହଣରେ ନୂଆ ଆଲୋକର ରକ୍ଷା ବନ୍ଧନ ଓ ସ୍ୱାଧୀନତା ଦିବସ ପାଳିତ

ଦିବ୍ୟାଙ୍ଗ ମାନଙ୍କ ଗହଣରେ ନୂଆ ଆଲୋକର ରକ୍ଷା ବନ୍ଧନ ଓ ସ୍ୱାଧୀନତା ଦିବସ ପାଳିତ

ଗତ ୧୫ ତାରିଖ ଦିନ ନୂଆ ଆଲୋକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବ୍ୟାସ ନଗର ସ୍ଥିତ ଶାନ୍ତି ନିବାସ ପରିସରରେ ରକ୍ଷା ବନ୍ଧନ ଓ ସ୍ୱାଧିନତା ଦିବସ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ଏଠାରେ ପ୍ରକାଶ କରାଯାଇ ପାରେ ବ୍ୟାସନଗରସ୍ଥିତ ଉକ୍ତ ଅନୁଷ୍ଟାନରେ ୪୫ଜଣ ଭିନ୍ନକ୍ଷମ ଅବସ୍ଥାନ କରୁଛନ୍ତି । ସାଧାରଣ ଲୋକଙ୍କୁ ଦେଖିବା ମାତ୍ରେ ସେମାନଙ୍କ ମନରେ ଅଫୁରନ୍ତ ଆନନ୍ଦ ସୃଷ୍ଟି ହେଉଥିବାର ଦେଖିବାକୁ ମିଳୁଛି । ନୂଆ ଆଲୋକ ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନେ ସେଠାରେ ପହଁଚି ସେହି ନିରାଶ୍ରୟ ଦିବ୍ୟାଙ୍ଗ ମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ଧୂପ, ଦୀପ , ଫୁଲ, ସିନ୍ଦୁର, ଚନ୍ଦନ ଦେଇ ସେବାର୍ଚ୍ଚନା କରିଥିଲେ । ସଭିଙ୍କୁ ଜାତୀୟ ପତାକା ପ୍ରଦାନ କରିବା ବେଳେ ସେମାନେ ବହୁତ ଖୁସି ଅନୁଭବ କରୁଥିବାର ଦେଖିବାକୁ ମିଳିଥିଲା । ଅନୁଷ୍ଠାନର ସଭ୍ୟ ସଭ୍ୟା ମାନେ ମିଳିତ ଭାବେ ସଭିଙ୍କୁ ମିଠା ଖୁଆଇ ଥିଲେ । ଏମିତି କି କେହି କେହି ଦିବ୍ୟାଙ୍ଗ ମଟର ସାଇକଲରେ ବସି ବୁଲିବାକୁ ବହୁତ ଆଗ୍ରହ ପ୍ରକାଶ କରିବାରୁ ଅନୁଷ୍ଠାନର ସଦସ୍ୟ ମାନେ ସେମାନଙ୍କୁ ନେଇ ବୁଲାଇଥିଲେ । ମଧ୍ୟାହ୍ନ ସମୟରେ ଅନ୍ତେବାସୀଙ୍କ ସମେତ ନୂଆ ଆଲୋକ ପରିବାରର ସଦସ୍ୟ ସଦସ୍ୟା ମାନେ ମିଳିତ ହୋଇ ପଂକ୍ତି ଭୋଜନରେ ଆପ୍ୟାୟିତ ହୋଇଥିଲେ । ପ୍ରତ୍ୟେକ ମାସ ସେଠାରେ ଏହି ନିରାଶ୍ରୟ ଦିବ୍ୟାଙ୍ଗ ମାନଙ୍କ ପାଇଁ କିଛି ନା କିଛି କାର୍ଯ୍ୟକ୍ରମ ନେବାକୁ ଅନୁଷ୍ଟାନ ନିଷ୍ପତି ନେଇଥିବାର କଥା ନୂଆ ଆଲୋକର ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଧାବିକା ସରସ୍ୱତୀ ଚାନ୍ଦ ଯୋଗଦାନ କରିଥିବା ବେଳେ, ଯାଜପୁର ଜିଲ୍ଲାର ବହୁ ସ୍ୱେଚ୍ଛାସେବୀ ସଙ୍ଗଠନ ଯୋଗଦାନ କରି ଅନୁଷ୍ଠାନର କାର୍ଯ୍ୟକ୍ରମକୁ ସଫଳତାର ରୂପ ଦେଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button