ସ୍ବାମୀକୁ ଭେଟ କରାଇ ଦେବେନି ବୋଲୀ ୪ ବର୍ଷର ପୁଅକୁ ହତ୍ୟା କଲେ ମହିଳା – bajravana
[ad_1]
ପାଣାଜୀ: ଗୋଆସ୍ଥିତ ଏକ ହୋଟେଲରେ ବେଙ୍ଗାଲୁରୁ ଷ୍ଟାର୍ଟ ଅପର ଜଣେ ମହିଳା ସିଇଓ ତାଙ୍କ ଚାରି ବର୍ଷର ପୁଅକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଆଇଟି ସେକ୍ଟରରେ କାମ କରୁଥିବା ଏହି ମହିଳା ଜଣଙ୍କ ପୁଅର ମୃତଦେହ ସହିତ କର୍ଣ୍ଣାଟକ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଧରାପଡ଼ିଥିଲେ। ଏବେ ତାଙ୍କୁ ପୁଲିସ୍ ଧରିବା ପରେ ଗିରଫ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ ପୂର୍ବତନ ସ୍ୱାମୀଙ୍କୁ ପୁଅକୁ ଭେଟିବାକୁ ରୋକିବା ପାଇଁ ମହିଳା ଜଣକ ତାଙ୍କ ପୁଅକୁ ହତ୍ୟା କରିଥିବା ଜାଣିବାକୁ ମିଳିଛି। ୨୦୧୦ ମସିହାରେ ମହିଳା ବିବାହ କରିଥିଲେ। ୨୦୧୯ ମସିହାରେ ସେମାନଙ୍କର ଏକ ପୁତ୍ର ଜନ୍ମ ହୋଇଥିଲା। ହେଲେ ସେମାନଙ୍କ ସଂପର୍କ ସେତେଟା ଭଲନଥିବାରୁ ୨୦୨୦ ମସିହାରେ ସେମାନଙ୍କର ଛାଡ଼ପତ୍ର ହୋଇଯାଇଥିଲା। ରବିବାର ଦିନ ନିଜ ପୁଅକୁ ଭେଟିବା ପାଇଁ ଅଦାଲତ ତାଙ୍କ ବାପାଙ୍କୁ ଅନୁମତି ପ୍ରଦାନ କରିଥିଲେ। ହେଲେ ଅଦାଲତଙ୍କ ଏହି ରାୟରେ ଖୁସି ନଥିଲେ ମହିଳା।
ସ୍ବାମୀଙ୍କଠାରୁ ପୁଅକୁ ଦୂରେଇବା ପାଇଁ ମହିଳା ଜଣକ ନିଜର ୪ ବର୍ଷର ପିଲାକୁ ଧରି ଗୋଆ ଯାତ୍ରା କରିବାକୁ ଯୋଜନା କରିଥିଲେ। ବାପାଙ୍କୁ ସାକ୍ଷାତ ନକରିବା ଉଦ୍ଦେଶ୍ୟରେ ସେ ତାଙ୍କୁ ହୋଟେଲ ରୁମରେ ହତ୍ୟା କରିଥିଲେ।
ମହିଳା ଜଣକ ତାଙ୍କ ପୁଅ ସହିତ ଆସିଥିବା ବେଳେ ହୋଟେଲ୍ ଚେକ୍ଆଉଟ୍ କରିବା ବେଳେ ଏକା ଯାଉଥିବାରୁ ହୋଟେଲ୍ କର୍ମଚାରୀଙ୍କ ସନ୍ଦେହ ବଢ଼ିଥିଲା। ହୋଟେଲ୍ କର୍ମଚାରୀମାନେ ଆଞ୍ଚଳିକ ପୁଲିସ୍କୁ ଡକାଇଥିଲେ। ପୁଲିସ୍ ଆସି ଖେଳତାଢ଼ କରିବା ପରେ ମହିଳା ଜଣକ ବାସ୍ତବରେ ଏକା ଯାଉଥିଲେ ବୋଲି ଟାକ୍ସି ଚାଳକ ନିଶ୍ଚିତ କରିବା ପରେ ପୂରା ମାମଲା ପରିଷ୍କାର ହୋଇ ଯାଇଥିଲା।
[ad_2]