ସ୍ଵାମୀଙ୍କର ଖରାପ ରୁ ଖରାପ ଭାଗ୍ୟକୁ ବି ବଦଳେଇ ପାରେ – ସ୍ତ୍ରୀର ଏହି ୩ଟି ଅଭ୍ୟାସ
ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣଙ୍କୁ କିଛି ଏମିତି ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିବ। ଆପଣ ମାନେ ତ ଜାଣିଥିବେ ଗୋଟେ ନାରୀ ଓ ପୁରୁଷର ଭାଗ୍ୟ ସେମାନଙ୍କ ବିବାହ ପରେ ଏକ ହୋଇଯାଏ । ତେବେ କେତେ ଲୋକ ଏହି କଥାକୁ ବିଶ୍ବାସ କରିବା ବେଳେ କିଛି ଲୋକ ଏହାକୁ ଅବମାନନା କରି ନିଜ ଜୀବନରେ ବହୁତ ଦୁଃଖ ଭୋଗ କରୁଛନ୍ତି । ସେହି ସବୁ ବ୍ୟକ୍ତିମାନଙ୍କ ପାଇଁ ଆଜି ଆମେ କିଛି କହିବାକୁ ଯାଉଛୁ ।
ବିବାହ ବନ୍ଧନରେ ବାନ୍ଧି ହେବା ପରେ ଗୋଟେ ନାରୀର ଭାଗ୍ୟ ତାର ସ୍ବାମୀର ଭାଗ୍ୟ ସହ ଯୋଡି ହୋଇଯାଏ । ସେ ଯାହା ବି କରେ ତାର ଫଳ ତା ସ୍ବାମୀଙ୍କୁ ଭୋଗ କରିବାକୁ ପଡେ । ଆପଣ ମାନେ ଶୁଣିଥିବେ କେତେ ଲୋକ କହିବାର ଯେ ବାହାଘର ପରେ ତାର ଭାଗ୍ୟ ବଦଳିଗଲା, ତା ସ୍ତ୍ରୀ ତା ପାଇଁ ବହୁତ ଲକ୍ଷ୍ମୀବନ୍ତ । ଏହିଭଳି କଥା କିଛି ଭୁଲ ନୁହେଁ ଏମିତି ମଧ୍ୟ ଶୁଣିବାକୁ ମିଳେ ଯେ ଗୋଟେ ଲୋକ ବିବାହ ପରେ ବହୁତ କଷ୍ଟ ଭୋଗ କରନ୍ତି, ସେମାନଙ୍କ ଭାଗ୍ୟ ଭଲରୁ ଖରାପ ମଧ୍ୟ ହୋଇଯାଏ। ଏହା କଣ ପାଇଁ ହୁଏ ଓ କେମିତି କରିବେ ଏହାର ପ୍ରତିକାର ଆଜି ଆମେ ଆପଣଙ୍କୁ ସେହି ବିଷୟରେ କିଛି କହିବୁ ।
ଏଭଳି ହେବାର କାରଣ ହେଉଛି ସେହି ସ୍ତ୍ରୀର କିଛି ଖରାପ ଅଭ୍ଯାସ ଯାହା ତାର ସ୍ଵାମୀ ପାଇଁ ଖରାପ ସମୟ ନେଇ ଆସେ । ତେଣୁ ଯଦି ଗୋଟେ ସ୍ତ୍ରୀ ତାର ଏହି ସବୁ ଖରାପ ଅଭ୍ଯାସକୁ ବଦଳାଇଦେଇ ପାରିଲା ତେବେ ତା ସ୍ବାମୀଙ୍କର ଭାଗ୍ୟରେ ଅନେକ ପରିବର୍ତ୍ତନ ଆସିବ । ତେବେ ଆସନ୍ତୁ ଜାଣିବା ସେହି ସବୁ ଭଲ ଅଭ୍ଯାସ କଣ ଯାହା ପାଇଁ ସ୍ବାମୀର ଭାଗ୍ୟ ଯେତେ ଖରାପ ଥିଲେ ମଧ୍ୟ କେବଳ ଗୋଟେ ମାସ ମଧ୍ୟରେ ଏହା ବଳଦିଯାଏ ।