ଦେଶ ବିଦେଶ

ଭୂମିକମ୍ପରେ ୨୧ ଥର ଥରିଲା ଜାପାନ – bajravana

[ad_1]

ନୂଆଦିଲ୍ଲୀ,୧/୧/ ୨୪ : ନୂଆବର୍ଷରେ ଜାପାନରେ ବଡ଼ ଧରଣର ଭୂମିକମ୍ପ ହୋଇଛି। ଏଥିରେ ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି। ବାରମ୍ବାର ଭୂମିକମ୍ପରେ ଦୋହଲିବା ପରେ ଜାପାନରେ ସୁନାମୀ ଆସିଛି। ଇଶିକାୱାରେ ସମୁଦ୍ରରେ ୫ ଫୁଟ ଉଚ୍ଚର ସୁନାମୀ ଲହଡ଼ି ମାଡ଼ ହୋଇଛି। ଏହାକୁ ନେଇ ଲୋକେ ଭୟଭିତ ହୋଇପଡିଛନ୍ତି। ଜାପାନ ଉପକୂଳରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେପଟେ ଭୂମିକମ୍ପ ଯୋଗୁ ୩୩ ହଜାର ଲୋକେ ଏବେ ଅନ୍ଧାରରେ ଅଛନ୍ତି। ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି।

ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାରତୀୟ ଦୂତାବାସ ଦ୍ୱାରା ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଯୋଗାଯୋଗ ପାଇଁ ଭାରତୀୟ ଦୂତାବାସ ଏକ ଇ-ମେଲ ଠିକଣା ମଧ୍ୟ ଜାରି କରିଛି। ୟାକୁବ ଟପ୍ନୋ, ଅଜୟ ସେଠୀ ଏବଂ ଡି.ଏନ ବର୍ନୱାଲଙ୍କ ବ୍ୟତୀତ ଏସ୍‌ ଭଟ୍ଟାଚାର୍ଯ୍ୟ ଏବଂ ବିବେକ ରାଠିଙ୍କ ନମ୍ବର ଜାରି କରାଯାଇଛି।

ସୂଚନାଯୋଗ୍ୟ ଯେ କେନ୍ଦ୍ରୀୟ ଜାପାନର ଇସିକାଓ୍ୱାରେ ୭.୬ ତୀବ୍ରତାର ଭୂମିକମ୍ପ ଆସିଛି। ଏକ ରିପୋର୍ଟ ମୁତାବକ ୯୦ ମିନିଟ୍‌ରେ ପ୍ରାୟ ୨୧ ଥର ଭୂମିକମ୍ପ ଝଟ୍‌କାରେ ଦୋହଲିଛି ଜାପାନ। ଏଥିପରେ ବ୍ୟାପକ କ୍ଷୟକ୍ଷତି ଘଟିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button