ବନ୍ଧାହେଲେ ୫ ବାହୁବଳୀ: ବଟିରେ ଚଳାଇଥିଲେ ଜମି ଦଖଲ, ବେଦଖଲ – bajravana
[ad_1]
ଚନ୍ଦ୍ରଶେଖରପୁର: ଉତ୍ତର ଭୁବନେଶ୍ବର ଓ ରାଜଧାନୀ ଉପକଣ୍ଠରେ ବଟି ଆଦାୟ କରିବାକୁ ଯାଇ ଜମିରୁ ବେଦଖଲ କରିବା ବା ବେଆଇନ ଭାବେ ଜୋର୍ ଜବରଦସ୍ତ ଦଖଲ ଦେବା ଭଳି କାମ କରୁଥିବା ୫ ବାହୁବଳୀଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ। ବାଉନ୍ସର ଭାବେ ଜଣାଶୁଣା ଅଭିଯୁକ୍ତମାନେ ହେଲେ ଗାଡ଼କଣର ପ୍ରଦୀପ ସାହୁ ଓରଫ୍ ପଦିଆ, ପଟିଆର ରଶ୍ମିରଞ୍ଜନ ପରିଡ଼ା ଓରଫ୍ ଚିକୁ, ଚନ୍ଦକା ଥାନା ଅନ୍ଧାରୁଆର ସତ୍ୟବ୍ରତ ବେହେରା ଓରଫ୍ ନନ୍ଦ ଓ ସମୀର ବାରିକ ଓରଫ୍ ମୁନା। ଅଜିତ ମହାନ୍ତି ନାମକ ଜଣେ ବିଲ୍ଡରଙ୍କଠାରୁ ବଟି ନେଇ ଏହି ୫ ଅଭିଯୁକ୍ତ ଅନ୍ୟ ଜଣେ ବିଲ୍ଡରଙ୍କ ଜମି ଜୋର୍ ଜବରଦସ୍ତ ଦଖଲ କରିଥିବା ମାମଲାରେ ପୁଲିସ ଏମାନଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି ବୋଲି ଭୁବନେଶ୍ବର ଡିସିପି ପ୍ରତୀକ୍ ସିଂ ସୂଚନା ଦେଇଛନ୍ତି। ଭଡ଼ାଟିଆ ବାଉନ୍ସର ଲଗାଇଥିବା ଅଜିତ ମହାନ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଡିସିପି ଶ୍ରୀ ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଅଭିଯୋଗକାରୀ ତଥା ଭୂମି କନ୍ଷ୍ଟ୍ରକ୍ସନର ପରିଚାଳକ ମାନସ ବେହେରାଙ୍କର ଡମଣାରେ ଏକ ପ୍ଲଟ୍ ରହିଛି। ଏହି ପ୍ଲଟ୍ ନିକଟରେ ଶୁଭମ୍ କନ୍ଷ୍ଟ୍ରକ୍ସନର ଏକ ଜମି ରହିଛି। ରାସ୍ତାକୁ ନେଇ ଦୁଇ କନ୍ଷ୍ଟ୍ରକ୍ସନ କମ୍ପାନି ମଧ୍ୟରେ କିଛି ବିବାଦ ଥିଲା ଏବଂ ମଝିରେ ଆପୋସ ବୁଝାମଣା ମଧ୍ୟ ହୋଇଥିଲା। ଗତ ୨ ତାରିଖ ଦିନ ଅଭିଯୁକ୍ତ ପଦିଆ ଫୋନ୍ କରି ମାନସଙ୍କୁ ଉକ୍ତ ପ୍ଲଟ୍ ନିକଟକୁ ଡକାଇଥିଲା। ମାନସ ସେଠାରେ ପହଞ୍ଚିବା ପରେ ଅତର୍କିତ ଭାବେ ପଦିଆ ଓ ତା’ ସହଯୋଗୀମାନେ ତାଙ୍କୁ କାବୁ କରିନେଇଥିଲେ। ଜମି ଛାଡ଼ି ପଳାଇବାକୁ ଧମକ ଦେବା ସହ ନିସ୍ତୁକ ମାଡ଼ ମାରିଥିଲେ। ମୁଣ୍ଡରେ ବନ୍ଧୁକ ଲଗାଇ ଶୁଭମ୍ କନ୍ଷ୍ଟ୍ରକ୍ସନକୁ ପ୍ଲଟ୍ ଛାଡ଼ିଦେବାକୁ କହିଥିଲେ। କିନ୍ତୁ ମାନସ ମନା କରିବାରୁ ସେମାନେ ତାଙ୍କ ବେକରେ ଗାମୁଛା ଗୁଡ଼ାଇ ମାରିଦେବାକୁ ଉଦ୍ୟମ କରିଥିଲେ। ମାନସଙ୍କ ଅଭିଯୋଗ ଅନୁସାରେ ୮ରୁ ୧୦ ବାଉନ୍ସର ତାଙ୍କୁ ମୁଥ ମାରିବା ସହ ଲୁହା ରଡ୍ରେ ପିଟିପିଟି ରକ୍ତାକ୍ତ କରିଦେଇଥିଲେ।
ସେ ତଳେ ପଡ଼ିଯିବା ପରେ ପଦିଆ ଗୋଷ୍ଠୀ ତାଙ୍କ ପକେଟ୍ରୁ ପର୍ସ ଓ ହାତରୁ ବ୍ରେସ୍ଲେଟ୍ ନେଇ ପଳାଇଥିଲେ। ପର୍ସରେ ପ୍ରାୟ ୨୩ ହଜାର ଟଙ୍କା ଥିଲା। କିଛି ସମୟ ପରେ ମାନସ ଚନ୍ଦ୍ରଶେଖରପୁର ଥାନା ପିସିଆର୍ ସହଯୋଗରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେ ସୁସ୍ଥ ହେବା ପରେ ପୁଲିସକୁ ଅଭିଯୁକ୍ତମାନଙ୍କ ନାମ କହିବା ସହ ଫଟୋ ଦେଖାଇବା ପରେ ପୁଲିସ ପଦିଆ ଗ୍ୟାଙ୍ଗକୁ ଠାବ କରିଥିଲା। ଏହି ଗ୍ୟାଙ୍ଗ୍ ପୂର୍ବରୁ ଏଭଳି କାମ କରୁଛନ୍ତି ବୋଲି ପୁଲିସ ନିକଟରେ ବହୁ ଅଭିଯୋଗ ଥିଲେ ବି ପ୍ରମାଣ ଅଭାବରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନଥିଲା। କିନ୍ତୁ ଏଥର ଅଭିଯୋଗକାରୀଙ୍କ ଏତଲା ଓ ସବୁ ପ୍ରମାଣ ମିଳିଛି ବୋଲି ଡିସିପି ଶ୍ରୀ ସିଂ କହିଛନ୍ତି। ଫେରାର୍ ଥିବା ଏହି ଗ୍ୟାଙ୍ଗ୍ର ଆଉ କିଛି ସଦସ୍ୟଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।
[ad_2]