ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କୁ ହତ୍ୟା – bajravana
[ad_1]
ଭୁବନେଶ୍ୱର : ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଠାରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଏକ କାରରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀ ଜଣକ ଓଡ଼ିଆ ବୋଲି ଜଣା ପଡିଥିଲା । ପରେ ଅଧିକ ଛାନଭିନ ହେବାରୁ ଯୁବତୀ ଜଣଙ୍କର ସମୁର୍ଣ୍ଣ ପରିଚୟ ମିଳିପାରିଛି । ମୃତ ଓଡ଼ିଆ ଯୁବତୀଙ୍କ ନାମ ହେଉଛି ସୁସ୍ମିତା ରାଉତ । ତାଙ୍କ ଘର ଯାଜପୁର ଜିଲ୍ଲା ବିଂଝାରପୁର ବାଙ୍କିପାଳ ଗାଁରେ । ଏକ କାର ଭିତରେ ଜଣେ ଯୁବତୀ ମୃତ ଅବସ୍ଥାରେ ପଡିରହିଥିବା ପୋଲିସ ଖବର ପାଇଥିଲା । ଏହା ପରେ ପୋଲିସ ସୁସ୍ମିତାଙ୍କ ମୃତ ଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲେ । ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିଲା ଯେ, ସୁସ୍ମିତାଙ୍କ ତଣ୍ଟିଚିପି ହତ୍ୟା କରାଯାଇଛି ବୋଲି । ସାଙ୍ଗମାନଙ୍କ ଜନ୍ମଦିନ ପାର୍ଟିରେ ସାମିଲ ହେବାପାଇଁ ଯାଇଥିବା ବେଳେ ପରେ କାରରୁ ତାଙ୍କର ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା । ଏହି ମାମଲାରେ ସୁସ୍ମିତାଙ୍କ ବନ୍ଧୁ ବିଷ୍ଣୁ ଦ୍ୱିବେଦୀଙ୍କ ନା ପର୍ଦାଫାଶ ହୋଇଛି । ମହିଳା ଜଣକ ଚାକିରି ଖୋଜିବା ପାଇଁ ଲକ୍ଷ୍ନୌକୁ ଆସିଥିଲେ । ଅଭିଯୁକ୍ତ ଦ୍ୱିବେଦୀ ଯିଏ ପୂର୍ବରୁ ବିବାହିତ, ସୁସ୍ମିତା ଏବଂ ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ଥିଲା। ଯେତେବେଳେ ଦ୍ୱିବେଦୀଙ୍କୁ ବିବାହ କରିବାକୁ ସୁସ୍ମିତା କହିଥିଲେ ସେତେବେଳେ ସୁସ୍ମିତା ଏବଂ ଦ୍ୱିବେଦୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଏହାପରେ ଜନ୍ମଦିନ ଭୋଜିରେ ନିମନ୍ତ୍ରଣ କରିବାର ବାହାନାରେ ବିଷ୍ଣୁ ଦ୍ୱିବେଦୀ ଓ ତାଙ୍କ ସାଙ୍ଗ ମଦ୍ୟପାନ କରି କାରରେ ସୁସ୍ମିତାଙ୍କୁ ହତ୍ୟା କରିଥିଲେ । ପୁଲିସ ମୁଖ୍ୟ ଅଭିଯୁକ୍ତ ବିଷ୍ଣୁ ଦ୍ୱିବେଦୀକୁ ଧାନବାଦରୁ ଗିରଫ କରି ମାମଲା ରୁଜୁ କରିଛି ।
The post ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କୁ ହତ୍ୟା appeared first on Odisha Khabar.
[ad_2]