ଓଡିଶା

ବୃଦ୍ଧା ମାଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପିଟିଥିବା ପୁଅକୁ ବାନ୍ଧିଲା ପୁଲିସ – bajravana

[ad_1]

କେନ୍ଦୁଝର/ଯୋଡ଼ା/ଚମ୍ପୁଆ: ବୃଦ୍ଧା ମାଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପିଟିଥିବା ପୁଅକୁ ବାନ୍ଧିଲା ପୁଲିସ। ଅଭିଯୁକ୍ତ ହେଲେ ଶତ୍ରୁଘ୍ନ ମହାନ୍ତ। ବାଡ଼ିରୁ କୋବି ତୋଳି ଖାଇଦେବାରୁ ୭୦ ବର୍ଷୀୟା ବୃଦ୍ଧା ମାଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପିଟିଥିଲା ପୁଅ ଶତ୍ରୁଘ୍ନ। ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ସରାସପଶି ଗ୍ରାମରେ। ପୁଲିସ ବୃଦ୍ଧାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ଏହାପରେ ପୁଲିସ ଅଭିଯୁକ୍ତ ଶତ୍ରୁଘ୍ନ ମହାନ୍ତକୁ ଅଟକ ରଖି ପଚରାଉଚରା ପରେ ଗିରଫ କରିଥିଲା।

ପ୍ରାପ୍ତ ସୂଚନା ଅନୁସାରେ, ସରାସପଶି ଗ୍ରାମର ସୁଭଦ୍ରା ମହାନ୍ତଙ୍କ ଦୁଇପୁଅ। ଦୁଇପୁଅ ଓ ମା ସମସ୍ତେ ଅଲଗା ରହୁଛନ୍ତି। ସୁଭଦ୍ରା ସାନପୁଅ ଶତ୍ରୁଘ୍ନଙ୍କ ବାଡ଼ିରୁ ଏକ କୋବି ତୋଳି ନେଇ ଖାଇ ଦେଇଥିଲେ। ଏ ସମ୍ପର୍କରେ ଜାଣିବା ପରେ ଶତ୍ରୁଘ୍ନ ମାଙ୍କ ସହ ଝଗଡ଼ା କରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶତ୍ରୁଘ୍ନ ମା ସୁଭଦ୍ରାଙ୍କୁ ଗାଁ ମଝିରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲା। ଗ୍ରାମବାସୀ ଛଡ଼ାଇବାକୁ ଆସିବାରୁ ସେମାନଙ୍କୁ ଓଲଟା ଧମକଚମକ ଦେଇଥିଲା। ଏ ସମ୍ପର୍କରେ ଗ୍ରାମବାସୀ ଚମ୍ପୁଆ ଥାନାକୁ ଜଣାଇଥିଲେ। ଚମ୍ପୁଆ ପୁଲିସ ପହଞ୍ଚି ବୃଦ୍ଧା ସୁଭାଦ୍ରାଙ୍କୁ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button