news

ଶହୀଦଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଦାନ କଲେ ଅକ୍ଷୟ

Image result for akshay kumar donation pulwamaମୁମ୍ବାଇ,୧।୩: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବଦାନ୍ୟତାର ପରିଚୟ ମିଳିଛି। ପୁଲଓ୍ବାମା ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍‌ ଯବାନ ଜିତ ରାମ ଗୁର୍ଜରଙ୍କ ପରିବାରକୁ ଅକ୍ଷୟ ୧୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ଗୁର୍ଜରଙ୍କ ଭାଇ ନିକଟରେ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି ଗୁର୍ଜର ହିଁ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟ ଥିଲେ। ସେମାନେ ଏତେ ଗରିବ ଯେ ତାଙ୍କ ନିଜର ରହିବା ପାଇଁ ଘର ଖଣ୍ଡେ ନାହିଁ। ଏବେ ଅକ୍ଷୟଙ୍କ ସାହାଯ୍ୟ ତାଙ୍କ ପରିବାର ପାଇଁ ବହୁତ୍‌ ଦରକାରୀ ହେବ ବୋଲି ଗୁର୍ଜରଙ୍କ ଭାଇ କହିଛନ୍ତି। ତେବେ ଅକ୍ଷୟ ଆଗରୁ ମଧ୍ୟ ସେନାଙ୍କୁ ସାହାଯ୍ୟ କରିଥିବା ନଜିର ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button