news

ଏୟାର ଏସିଆର ଜବରଦସ୍ତ ଅଫର୍‌ – ମାତ୍ର ୩୯୯ ଟଙ୍କାରେ ବିମାନ ଯାତ୍ରା

Image result for airasiaଯଦି ଆପଣ ଶସ୍ତାରେ ଦେଶ ବିଦେଶ ବୁଲିବା ପାଇଁ ପ୍ଲାନ କରିଛନ୍ତି ତେବେ ବୁଲିଯିବା ପାଇଁ ପ୍ରକୃଷ୍ଟ ସମୟ ଆସିଯାଇଛି। ଦେଶର ପ୍ରମୁଖ ଏୟାର ଲାଇନ୍ସ ଏୟାର ଏସିଆ ଦେଶ ଭିତରେ ମାତ୍ର ୩୯୯ ଟଙ୍କାରେ ଫ୍ଲାଇଟରେ ବୁଲିବାର ସୁଯୋଗ ଆଣିଛି। ସେହିପରି ବିଦେଶ ପାଇଁ ପାଇଁ ଟିକେଟ୍ ମୂଲ୍ୟ ରହିଛି ୧୯୯୯ ଟଙ୍କା। ଏଥିପାଇଁ ଯାତ୍ରୀଙ୍କୁ ଏବେଠାରୁ ଟିକେଟ୍ ବୁକ କରିବାକୁ ପଡ଼ିବ।

୨୦୧୯ ମେ’ରୁ କରିପାରିବେ ଯାତ୍ରା

୨୦୧୯ ମେ’ରୁ ୨୦୨୦ ଫେବୃୟାରୀ ମଧ୍ୟରେ ଆପଣ ଯାତ୍ରା କରିପାରିବେ। ଯାତ୍ରୀଙ୍କୁ ନଭେମ୍ବର ୧୮ ମଧ୍ୟରେ ଟିକେଟ୍ ବୁକ କରିବାକୁ ପଡ଼ିବ। ଏୟାର ଏସିଆରେ ଦେଶ ସମେତ ଏସିଆ, ଅଷ୍ଟ୍ରେଲିଆ ଭଳି ଦେଶ ପାଇଁ ଆପଣ ଟିକେଟ୍ କାଟିପାରିବେ।

ଭାରତର ଏହି ସବୁ ସହର ପାଇଁ ଯାତ୍ରା 

ଭାରତ ଭିତରେ ଯାତ୍ରା କରିବାକୁ ଚାହୁଁଥିଲେ ଆପଣ ବାଗଡୋଗରା, ବେଙ୍ଗାଲୁରୁ, ଭୁବନେଶ୍ୱର, ଗୋଆ, ଗୌହ୍ୱାଟୀ, ହାଇଦ୍ରାବାଦ, ଇମ୍ଫାଲ, ଇନ୍ଦୋର, ଜୟପୁର, କୋଚି, କୋଲକାତା, ନୂଆଦିଲ୍ଲୀ, ପୁଣେ, ରାଞ୍ଚି, ଶ୍ରୀନଗର ଓ ବିଶାଖାପଟ୍ଟନମ ପାଇଁ ଟିକେଟ୍ ବୁକ୍‌ କରିପାରିବେ।

ଏହି ଅଫର ଏୟାର ଏସିଆ ଭାରତ, ଏୟାର ଏସିଆ ବେରହଡ, ଥାଇ ଏୟାର ଏସିଆ ଓ ଏୟାର ଏସିଆ ଏକ୍ସରେ ମିଳିପାରିବ। କମ୍ପାନୀର ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ଜରିଆରେ ଆପଣ ଟିକେଟ୍ ବୁକ କରିପାରିବେ। ଏବେ ଏୟାର ଏସିଆ ୨୫ଟି ଦେଶରେ ସେବା ପ୍ରଦାନ କରୁଛି। ଏହା କେବଳ ଭାରତ ମଧ୍ୟରେ ୧୬୫ ସ୍ଥାନରେ ଉଡ଼ାଣ ଭରୁଛି। ଏହି ଅଫର କେବଳ ୧୮ ନଭେମ୍ବର ଯାଏଁ ସୀମିତ।

Related Articles

Leave a Reply

Your email address will not be published. Required fields are marked *

Back to top button