news

ଗର୍ଭବତୀ ମହିଳା କହିଲେ ‘ମୁଁ କୁଆଁରୀ’!

Image result for barth baby with doctor wallpaperଚୀନର ଗୁଇୟାଂଗ ସହରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମହିଳାଙ୍କର ବହୁତ ଜୋରରେ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଭର୍ତ୍ତି ହେବା ପରେ ସେ ଯାହା କହିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା। ମହିଳା ଜଣକ ଯେତେବେଳେ ହସପିଟାଲରେ ପହଞ୍ଚିଥିଲେ ସେ ହଠାତ୍ ଜାଣିବାକୁ ପାଇଲେ ଯେ ସେ ଗର୍ଭବତୀ ଅଛନ୍ତି। ଗର୍ଭବତୀ ମହିଳାଙ୍କର ଦାବି ଥିଲା ଯେ ମୁଁ କେବେ ବି କାହା ସହିତ ସମ୍ପର୍କ ରଖି ନାହିଁ କି ମୋର କୌଣସି ବୟଫ୍ରେଣ୍ଡ ମଧ୍ୟ ନାହିଁ, ମୁଁ ପୂରାପୂରି ଭାବରେ କୁଆଁରୀ। ଭର୍ଜିନ ଥିବା ଦାବି କରିବା ସତ୍ତ୍ୱେ ବି ସେ ଏକ ପିଲାକୁ ଜନ୍ମ ଦେଲେ ଯାହା ବହୁତ ଆଶ୍ଚର୍ଯ୍ୟଜନକ ଥିଲା।

ସୂଚନା ଅନୁଯାୟୀ, ଡାକ୍ତର ଯେତେବେଳେ ଯାଞ୍ଚ କରିବା ଆରମ୍ଭ କଲେ ତେବେ ମହିଳା ଡାକ୍ତରଙ୍କ କଥାକୁ ବିଶ୍ବାସ କରିବାକୁ ମନା କରିଦେଲେ। ମହିଳାଙ୍କର କହିବା କଥା ଯେ ସେ କେବେ ବି ସମ୍ପର୍କ ରଖି ନାହାନ୍ତି।

ଶେଷରେ ହସ୍ପିଟାଲ ଏକ ଆପତକାଳୀନ ସି-ସେକ୍ସନ କରିବା ପରେ ସହମତି ବ୍ୟକ୍ତ କଲେ ଏବଂ ମହିଳା ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। କିନ୍ତୁ ମହିଳା ଜଣକ ପିଲାକୁ ପାଳିବା ପାଇଁ ମନା କରି ଦେଇଛନ୍ତି। ହସପିଟାଲ କର୍ତ୍ତୃପକ୍ଷ ତାଙ୍କ ମା’-ବାପାଙ୍କୁ ନବଜାତ ଶିଶୁକୁ ହସ୍ତାନ୍ତର କରାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button