ସ୍ୱାସ୍ଥ୍ୟ

ଶୀତ ଦିନିଆ ଘରୋଇ ଫେସ୍‌‌ ପ୍ୟାକ୍‌‌ର ଉପକାରିତା – bajravana

[ad_1]

ଶୀତଦିନେ ତ୍ୱଚା ଓ କେଶର ଯତ୍ନ ଅଧିକ ନେବା ଜରୁରୀ ହୋଇଥାଏ । ଏଭଳି କେତେକ ଫେସ୍‌‌ ପ୍ୟାକ୍‌‌ ବିଷୟରେ ଜାଣନ୍ତୁ, ଯାହା ଶୀତଦିନେ ତ୍ୱଚା ପାଇଁ କୌଣସି ବରଦାନରୁ କମ୍‌‌ ନୁହେଁ..
ଥଣ୍ଡା ପରିବେଶ କାରଣରୁ ଆମ ତ୍ୱଚାରେ ଭାଙ୍ଗ ପଡ଼ିବା, ରୁକ୍ଷ ଲାଗିବା ଇତ୍ୟାଦି ସମସ୍ୟା ଉପୁଜେ। ସପ୍ତାହରେ ୩-୪ଥର ଏସବୁ ପ୍ୟାକ୍ ତ୍ୱଚାରେ ଲଗାଇପାରିବେ ।

ଏକ ଛୋଟ ପାତ୍ରରେ ୧ଚାମଚ ମନ୍ଦାର ଫୁଲ ଗୁଣ୍ଡ, ଅଧ ଚାମଚ ଘି-କୁଆଁରୀ ରସ, ଅଳ୍ପ ଦହି, ଅଧ ଚାମଚ ଚାଉଳ ଗୁଣ୍ଡ ମିଶାଇ ତ୍ବଚାରେ ପ୍ୟାକ୍ ଭଳି ଲଗାନ୍ତୁ। ୨୦ ମିନିଟ୍ ପରେ ତ୍ୱଚାକୁ ଉଷୁମ ପାଣିରେ ଧୋଇନେବେ। ଏହା ତ୍ବଚା ପାଇଁ ଟାଇଟେନିଂ ମାସ୍କ ଭଳି କାମ କରେ ।

୧୦-୧୫ଟି ଗୋଲାପ ପାଖୁଡ଼ାରେ ଅଳ୍ପ ପାଣି ମିଶାଇ ଗ୍ରାଇଣ୍ଡିଂ କରିନେବେ। ଏହି ପ୍ୟାକ୍‌ରେ ଶୁଦ୍ଧ ମହୁ, କଞ୍ଚା ଖିର ଓ ଚିମୁଟାଏ ହଳଦୀ ମିଶାଇ ମୁହଁ, ବେକ, ହାତ ଓ ପାଦରେ ଲଗାଇ ଶୁଖିବା ପରେ ସ୍ନାନ କରନ୍ତୁ। ଶୀତରେ ଏହି ପ୍ୟାକ୍ ତ୍ବଚାକୁ ମଏଶ୍ଚରାଇଜ୍ କରୁଥିବାର ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ।
ଗେଣ୍ଡୁ ଫୁଲକୁ ଭଲରେ ଧୋଇ ଏଥିରେ ଅଳ୍ପ କଞ୍ଚା ଖିର ମିଶାଇ ଭଲରେ ବାଟିନେବେ। ସେଥିରେ ଦହି, ଚନ୍ଦନଗୁଣ୍ଡ ୧ ଚାମଚ ମିଶାଇ ପ୍ୟାକ୍ କରି ତ୍ୱଚାରେ ଲଗାନ୍ତୁ। ସନ୍-ଟ୍ୟାନ୍ ଦୂର କରିବା ସହ ଶୀତରେ ତ୍ବଚା ରୁକ୍ଷ ହେବାରୁ ଏଇ ପ୍ୟାକ୍ ରକ୍ଷା କରିଥାଏ।

The post ଶୀତ ଦିନିଆ ଘରୋଇ ଫେସ୍‌‌ ପ୍ୟାକ୍‌‌ର ଉପକାରିତା appeared first on Odisha Khabar.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button