ଟି-୨୦ ଶୃଙ୍ଖଳା: ବର୍ଷା ଯୋଗୁଁ ପଡ଼ିପାରିଲାନି ଟସ୍, ଦକ୍ଷିଣ ଆଫ୍ରିକା ଓ ଭାରତ ପ୍ରଥମ ମ୍ୟାଚ୍ ବାତିଲ – bajravana
[ad_1]
ଆସନ୍ତା ୧୨ ତାରିଖରେ ଖେଳାଯିବ ଶୃଙ୍ଖଳାର ୨ୟ ମ୍ୟାଚ୍
ଡର୍ବାନ୍: ଭାରତୀୟ କ୍ରିକେଟ୍ ଦଳର ଦକ୍ଷିଣ ଆଫ୍ରିକା ଅଭିଯାନ ଆରମ୍ଭ ହୋଇଛି। ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ଡର୍ବାନର କିଙ୍ଗ୍ସମେଡ ଷ୍ଟାଡିୟମରେ ଖେଳାଯାର ଥିଲା। ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇ ଥାନ୍ତା। ତେବେ ଡର୍ବାନରେ ବର୍ଷା ଜାରି ରହିବା କାରଣରୁ ପ୍ରଥମ ମ୍ୟାଚରେ ଟସ୍ ପଡ଼ିପାରି ନାହିଁ। ତେଣୁ ମ୍ୟାଚ୍କୁ ବାତିଲ କରାଯାଇଛି। ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ଆସନ୍ତା ୧୨ ତାରିଖ ଦିନ ଖେଳାଯିବ।
ଭାରତ ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ବିପକ୍ଷରେ ୪-୧ରେ ଶୃଙ୍ଖଳା ଜିତିଥିବାରୁ ମନୋବଳ ନିଶ୍ଚିତ ଉଚ୍ଚରେ ରହିଛି। କିନ୍ତୁ ବିଦେଶ ପରିବେଶରେ ଦଳ କିଭଳି ଖେଳୁଛି ଦେଖିବାର ବାକି ଅଛି। ଦିନିକିଆ ବିଶ୍ବକପ୍ ସେମିଫାଇନାଲରୁ ବିଦାୟ ନେବା ପରେ ଦକ୍ଷିଣ ଆଫ୍ରିକା ଟି-୨୦ ଫର୍ମାଟ ବିଶ୍ବକପ୍ର ୬ ମାସ ଥିବାରୁ ନିଜକୁ ପ୍ରସ୍ତୁତ କରିବାକୁ ଏହିଠାରୁ ହିଁ ଅଭିଯାନ ଆରମ୍ଭ କରିବାକୁ ପସନ୍ଦ କରିବ। ଆଇପିଏଲ୍ ପରବର୍ତ୍ତୀ ୧ ମାସ ନିଶ୍ଚିତ ନିର୍ଣ୍ଣୟ କରିବ ଭାରତୀୟ ଦଳର ଟି-୨୦ ବିଶ୍ବକପ୍ ଦଳ। କାରଣ ଫର୍ମ ଓ ଫିଟନେସ୍ ଅଧିକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ।
କାଗିସୋ ରବାଡ଼ାଙ୍କୁ ଦକ୍ଷିଣ ଆଫ୍ରିକା ବିଶ୍ରାମ ଦେଇଥିବା ବେଳେ ଅନରିକ୍ ନର୍ଖିୟା ଓ ଲୁଙ୍ଗି ଏନଗିଡି ଆହତ ଥିବାରୁ ଦଳରେ ନାହାନ୍ତି। କିନ୍ତୁ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ସର୍ବଦା କଡ଼ା ପ୍ରତିଦ୍ବନ୍ଦ୍ବୀ ରହିଥିବାରୁ ଭାରତକୁ ନିଶ୍ଚିତ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ଭାରତ ଏହି ଶୃଙ୍ଖଳା ପାଇଁ ୧୭ ଜଣ ଖେଳାଳିଙ୍କୁ ନେଇଥିବା ବେଳେ ଏମାନଙ୍କ ମଧ୍ୟରୁ ମାତ୍ର ୩ ଜଣ ଶ୍ରେୟସ ଆୟର, ମୁକେଶ କୁମାର, ଈଶାନ କିଶନ ଦିନିକିଆ ଦଳରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ୪ ଟି-୨୦ ଶୃଙ୍ଖଳାରେ ଭାରତ ବିଜୟୀ ହୋଇଛି। ଶେଷ ଥର ପାଇଁ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୨୦୧୫ ଅକ୍ଟୋବର ମାସରେ ଭାରତରେ ୨-୦ରେ ବିଜୟୀ ହୋଇଥିଲା।
[ad_2]