ଓଡିଶା

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ୍‌: ଶ୍ବଶୁର-ଜ୍ବାଇଁ ମୃତ – bajravana

[ad_1]

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଡାକଘର ସମ୍ମୁଖରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌ ଉପରେ ଟ୍ରକ୍‌ ଚଢ଼ିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଗୋନା ପଞ୍ଚାୟତ ଅନ୍ତର୍ଗତ ଭୀମାଟିକରା ଗାଁର ଲକ୍ଷ୍ମଣ ଜାନି (୩୦) ଏବଂ ତାଙ୍କ ଶ୍ବଶୁର ତଥା ମାରଙ୍ଗପାଲି ଗାଁର ବାଲି ଜାନି (୬୫) ବୋଲି ସୂଚନା ମିଳିଛି। ଖବର ପାଇ ରାଇଘର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ପିଉସୀଙ୍କ ମୃତ୍ୟୁ ଖବର ପାଇଥିଲେ ଲକ୍ଷ୍ମଣ। ଶେଷକୃତ୍ୟରେ ସାମିଲ ହେବାକୁ ଆଜି ସକାଳେ ଶ୍ବଶୁରଙ୍କ ସହ ବାଇକ (ସିଜି-୦୪କେପି-୯୦୩୧) ଯୋଗେ ପିଉସୀଙ୍କ ଘର ଅଭିମୁଖେ ବାହାରିଥିଲେ। ରାସ୍ତାରେ ଗହଳି ସହ ବୃଦ୍ଧ ଶ୍ବଶୁର ଗାଡ଼ିରେ ବସିଥିବାରୁ ବାଇକ୍‌ର ବେଗ ବହୁତ କମ ଥିଲା। ତେବେ ରାଇଘର ଡାକଘର ସମ୍ମୁଖରେ ବାଇକ୍‌କୁ ଦ୍ରୁତଗତିରେ ଗୋଟିଏ ଟ୍ରକ୍‌ ଓଭରଟେକ୍‌ କରିଥିଲା। ତେଣୁ ଲକ୍ଷ୍ମଣ ନିୟନ୍ତ୍ରଣ ହରାଇ ବାଇକ ସହ ଟ୍ରକ୍‌ର ପଛ ଛକରେ ପଡ଼ି ଯାଇଥିବା ବେଳେ ଶ୍ବଶୁର ଏବଂ ଜ୍ବାଇଁଙ୍କ ଉପରେ ଟ୍ରକ୍‌ ଚଢ଼ି ଯାଇଥିଲା। ଏହାପରେ ଟ୍ରକ୍‌କୁ ନେଇ ଚାଳକ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟ ଲୋକ ପିଛା କରି ଟ୍ରକ୍‌ ଚାଳକଙ୍କୁ କାବୁ କରିଥିଲେ। ଏ ନେଇ ଖବର ଦିଆଯିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରି ପୁଲିସ ତଦନ୍ତ କରୁଛି। ଦୁଇ ଦିନ ମଧ୍ୟରେ ପରିବାରର ୩ଜଣ ସଦସ୍ୟଙ୍କ ମୃତ୍ୟୁ ଯୋଗୁଁ ପୂରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button