ନିରାଶ କଲା ରଣବୀରଙ୍କ ‘ଆନିମଲ୍’ର ଆୟ; ଭିକିଙ୍କ ‘ସାମ୍ ବହାଦୂର’ ବି କରୁଛି ଖରାପ ପ୍ରଦର୍ଶନ – bajravana
[ad_1]
ମୁମ୍ବାଇ: ଡିସେମ୍ବର ପହିଲାରେ ବମ୍ପର ରୋଜଗାର ସହି ଗ୍ରାଣ୍ଡ୍ ଓପେନିଂ କରିଥିବା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍’। ନିକଟରେ ଏହି ସିନେମା ଶାହରୁଖ୍ ଖାନ୍ଙ୍କ ‘ପଠାନ୍’ ଓ ‘ଯବାନ’କୁ ପଛରେ ପକାଇଥିଲା। ହେଲେ ଏବେ ଏହା ମାନ୍ଦା ପଡ଼ିଛି। ବକ୍ସ ଅଫିସ୍ରେ ଏକ ବଡ଼ ରେକର୍ଡ କରିବ ବୋଲି ଆଶା କରାଯାଉଥିବା ‘ଆନିମଲ୍’ ଧୀରେ ଧୀରେ କମ୍ ଆୟ କରିବାରେ ଲାଗିଛି। ୧୩ ଓ ୧୪ ଦିନ ବା ଦ୍ବିତୀୟ ସପ୍ତାହରେ ସିନେମାଟି ଖୁବ୍ କମ୍ ବେପାର କରିବାରୁ ପ୍ରଶଂସକଙ୍କ ଆଶା ଧୂଳିସାତ୍ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ‘ଆନିମଲ୍’ ୧୩ ଦିନରେ ୧୦.୨୫ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦ୍ବାଦଶ ଦିନ ତୁଳନାରେ ୧୯.୪୨ ପ୍ରତିଶତ ହ୍ରାସ ଘଟିଛି। ସେହିପରି ୧୪ ଦିନରେ ସିନେମାଟି ୮.୭୫ କୋଟି ଟଙ୍କାର ଆୟ କରିଛି। ସମସ୍ତ ଆୟକୁ ମିଶାଇଲେ ସିନେମାଟି ଭାରତରେ ୪୭୬.୮୪ କୋଟିରେ ପ୍ରବେଶ କରିଛି। ଖୁବ୍ ଶୀଘ୍ର ଏହା ୫୦୦ କୋଟି କ୍ଲବ୍ରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି।
ଏହି ସମୟରେ ଭିକି କୌଶଲଙ୍କ ଅଭିନୀୟ ‘ସାମ୍ ବାହଦୂର୍’ର ଅବସ୍ଥା ବି ଖୁବ୍ ଖରାପ। ତେବେ ଭଲ କଥା ହେଉଛି ବକ୍ସ ଅଫିସରେ ଏହାର ପ୍ରଦର୍ଶନକୁ ବିଚାରକୁ ନେଇ ଦେଖିଲେ ଦ୍ୱିତୀୟ ସପ୍ତାହରେ ଏହାର ରୋଜଗାରରେ ବିଶେଷ ହ୍ରାସ ଘଟିନାହିଁ। ‘ସାମ୍ ବାହଦୂର୍’ ଏବେ ସୁଦ୍ଧା ଦେଶରେ ୬୪.୯୦ କୋଟି ଟଙ୍କାର ବେପାର କରିିଛି।
ସୂଚନାଯୋଗ୍ୟ ଯେ ଦ୍ୱିତୀୟ ସପ୍ତାହ ଶେଷରେ ଫିଲ୍ମ ‘ଆନିମଲ୍’ ୮୭.୫୬ କୋଟି ଟଙ୍କା ଆୟ କରିଥିଲା। ରଣବୀର କପୁର, ବବି ଦେଓଲ, ଅନୀଲ କପୁର, ତୃପ୍ତି ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ଆନିମଲ’ ପ୍ରଥମ ଦିନରେ ୬୩.୮ କୋଟି, ଦ୍ୱିତୀୟ ଦିନରେ ୬୬.୨୭ କୋଟି, ତୃତୀୟ ଦିନରେ ୭୧.୪୬ କୋଟି, ଚତୁର୍ଥ ଦିନରେ ୪୩.୯୬ କୋଟି, ପଞ୍ଚମ ଦିନରେ ୩୭.୪୭ କୋଟି, ଷଷ୍ଠ ଦିନରେ ୩୦.୩୯ କୋଟି ଏବଂ ସପ୍ତମ ଦିନରେ ୨୪.୨୩ କୋଟି ଟଙ୍କା ଆୟ କରିଛି।
[ad_2]