ଓଡିଶା

କୁହୁଡ଼ିର ବଳୟ ଭିତରେ ଘୁ.ଉଦୟଗିରି: ପ୍ରବଳ ଜାଡ଼ରେ ଥରୁଛି ସାରା ଅଞ୍ଚଳ, ଜନଜୀବନ ଅସ୍ତବ୍ୟସ୍ତ – bajravana

[ad_1]

ଆଜି ତାପମାତ୍ର ୮.୪ ଡିଗ୍ରି ରେକର୍ଡ, ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ଘୁ.ଉଦୟଗିରି: କିଛି ଦିନ ହେଲା କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ସହର ଥଣ୍ଡାର ସହର ଭାବେ ଓଡ଼ିଶାରେ ପରିଚିତ ରହିଥିବା ବେଳେ ଦିନକୁ ଦିନ ପାରଦ ତଳମୁଁହା ହେବା ସହ ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି। ଏବେ ପ୍ରବଳ ଥଣ୍ଡା ସହ ଜାଡ଼ ଆରମ୍ଭ ହୋଇଯାଇଛି। ଏହାସହ ଶନିବାର ସକାଳୁ ପ୍ରବଳ କୁହୁଡ଼ିର ବଳୟ ଭିତରେ ସାରା ଅଞ୍ଚଳ ଆଚ୍ଛାଦିତ ହୋଇରହିବା ଯୋଗୁଁ ରାସ୍ତାରେ ଯାନବାହନ ଯାତାୟତ କରିବା ସମ୍ଭବପର ନଥିଲା।

ପ୍ରବଳ କୁହୁଡି ଯୋଗୁଁ ରାସ୍ତା ଦେଖାନଯିବା ଯୋଗୁଁ ଗାଡ଼ି ଚାଳକମାନେ ନିଜ ଗାଡ଼ି ଗୁଡ଼ିକ ରାସ୍ତାକଡ଼ରେ ରଖିଦେଇଥିବା ଦେଖିବାକୁ ମିଳିଥିଲା। ବହୁ ଗାଡ଼ି ଚାଳକ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଆଶଙ୍କା କରି ସୁରକ୍ଷିତ ଭାବେ ରାସ୍ତାକଡ଼ରେ ଗାଡ଼ିକୁ ରଖିଦେଇ ବିଶ୍ରାମ କରିଥିଲେ। ଯିଏବି ରାସ୍ତାରେ ଗାଡ଼ି ଚଳେଇ ଯାଉଥିଲେ ଧୀରେଧୀରେ ଆଗକୁ ବଢ଼ୁଥିବା ଦେଖିବାକୁ ମିଳିଥିଲା। କୁହୁଡ଼ି ସହ ପ୍ରବଳ ଥଣ୍ଡାର ପ୍ରକୋପ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି।

ଅନ୍ୟପକ୍ଷରେ ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଘୁ.ଉଦୟଗିରି ଚର୍ଚ୍ଚାରେ ରହିବା ପରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ଭୋରରୁ କୁହୁଡ଼ିର ମଜା ସହ ଥଣ୍ଡାର ମଜା ଉଠାଉଛନ୍ତି ପର୍ଯ୍ୟଟକ। ସହରର ବିଭିନ୍ନ ସ୍ଥାନରେ ନିଆଁ ଲଗେଇ ଲୋକ ବସି ଖଟି କରୁଥିବା ବେଳେ ଗ୍ରାମାଞ୍ଚଳରେ କାଠଗଣ୍ଡି ଲଗେଇ ନିଆଁ ପାଖରେ ବସି ଥଣ୍ଡା ଦାଉରୁ ରକ୍ଷା ପାଉଛନ୍ତି ଲୋକେ। ଗତ ସପ୍ତାହେ ହେଲା ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଥିବା ଏବଂ ସବୁଠାରୁ ଅଧିକ ଥଣ୍ଡା ସହର ଭାବେ ଘୁ.ଉଦୟଗିରି ରହିଆସିଛି। ଆଜି ସହରର ତାପମାତ୍ରା ୮.୪ଡିଗ୍ରି ରହିଥିବା ବେଳେ ଥଣ୍ଡା ପବନ ବୋହିବା ଯୋଗୁଁ ଥଣ୍ଡାର ପ୍ରକୋପ ବଢ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button