ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଲୁଟିଲା ଠକ ସଂସ୍ଥା: ଥାନାର ଦ୍ବାରସ୍ଥ ହେଲେ ୪ ଯୁବକ – bajravana
[ad_1]
ରାଇରଙ୍ଗପୁର/ବାଦାମପାହାଡ଼: ବର୍ତ୍ତମାନର ସମୟରେ ବେକାର ଯୁବକ-ଯୁବତୀମାଙ୍କ ପାଇଁ ଚାକିରି ଖଣ୍ଡିଏ ପାଇବା ବହୁତ୍ ମୁସକିଲ୍ ହୋଇପଡ଼ୁଛି। ଫଳରେ ବହୁ ଯୁବକ ଯୁବତୀ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ବେକାର ହୋଇ ରହିଛନ୍ତି। ତାହାର ସୁଯୋଗ ନେଇ କିଛି ଠକ ସଂସ୍ଥା ବେକାର ଚାକିରି କରାଇଦେବେ କହି ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବାର ଅଭିଯୋଗ ହେଉଛି। ଏପରିକି କିଛି ଯୁବକ ଚାକିରି ଆଶାରେ ନିଜ ଘରବାଡ଼ି ବିକ୍ରି କରି ଠକ ସଂସ୍ଥାକୁ ମୋଟା ଅଙ୍କର ଅର୍ଥ ମଧ୍ୟ ଦେଉଛନ୍ତି। ଏପରି ଏକ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା ବାଦାମପାହାଡ ଥାନା ଅଂଚଳରେ। ଏକ ଠକ ସଂସ୍ଥା ସ୍ଥାନୀୟ ଯୁବକ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ଅନୁଯାୟୀ ବାଦାମପାହାଡ଼ ଥାନା ଅର୍ନ୍ତଗତ ବଣକାଟି ଗ୍ରାମର ମାନସିଂ ସୋରେନ, କାରାନ ମାଝୀ, ଦିନୁ ଟୁଡୁ, ଦୁଃଖିଆ ମାଝୀ ପ୍ରମୁଖ ଡିପ୍ଲୋମା, ଆଇଟିଆଇ ପାଠ ପଢ଼ି ଚାକିରି ନ ପାଇବାରୁ ବେକାର ହୋଇ ଘରେଥିଲେ। ସେହି ସମୟରେ ରାଇରଙ୍ଗପୁର ସହରରେ ଏକ କାନ୍ଥରେ ନିଯୁକ୍ତି ପାଇଁ ଏକ ପୋଷ୍ଟର(ବିଜ୍ଞାପନ) ଥିବା ଦେଖି ସେହି ନମ୍ବରରେ ଯୋଗାଯୋଗ କରିଥିଲେ। ସେହି ନମ୍ବରରେ ଯୋଗାଯୋଗ କରିବାରୁ ତାହା ବାରିପଦାର ଏମ/ଏସ୍ ରାଇଜିଂ ସନ୍ ସାଟିଫିକେସନ୍ ଏଣ୍ଡ୍ ସେଫଟି ସାର୍ଭିସ୍ ଏଜେନ୍ସି ବୋଲି ଜାଣିବାକୁ ପାଇଥିଲେ ଏବଂ ସେହି ସଂସ୍ଥା ବହୁ ବେକାର ଯୁବକ ଯୁବତୀଙ୍କୁ ବିଭିନ୍ନ ସଂସ୍ଥାରେ ଚାକିରି କରାଇ ଦେଇଥାନ୍ତି ବୋଲି ଜାଣିଥିଲେ। ତାଙ୍କୁ ବିଦ୍ୟୁତ୍ ବିଭାଗରେ ଚାକିରି କରାଇଦେବେ କହିବାରୁ ୪ ଜଣ ଯୁବକ ପ୍ରଲୋଭିତ ହୋଇ ୨୦୨୧ ମସିହା ଅକ୍ଟୋବର ୯ ତାରିଖରେ ୬୦ ହଜାର ଟଙ୍କା ଲେଖାଁଏ ସର୍ବମୋଟ୍ ୨ ଲକ୍ଷ ୪୦ ହଜାର ଟଙ୍କା ସଂସ୍ଥାର ମୁଖ୍ୟ ନିଳିମା ପାତ୍ରଙ୍କୁ ଦେଇଥିଲେ। ଟଙ୍କା ନେଇଛନ୍ତି ବୋଲି ରସିଦ୍ ମଧ୍ୟ ଦେଇଥିଲେ ଏବଂ ୩ ମାସ ମଧ୍ୟରେ ଟିପିଏନଡିଏଲରେ ମିଟର୍ ବସାଇବା କାମ ପାଇଁ ଚାକିରି ଦିଆଯିବ ବୋଲି କହିଥିଲେ।
ତେବେ ଚାକିରି ନମିଳିବାରୁ ଶ୍ରୀମତୀ ପାତ୍ରଙ୍କୁ ଫୋନରେ ଯୋଗାଯୋଗ କରିଥିଲେ। ଆଜି କାଲି କହିକି ଦୁଇବର୍ଷ ବିତିଯିବା ପରେ ମଧ୍ୟ ଚାକିରି ଯୋଗାଇଦେଲେ ନାହିଁ କି ଆଉ ଫୋନ ମଧ୍ୟ ରିସିଭ୍ କଲେ ନାହିଁ। ଉକ୍ତ ସଂସ୍ଥା ଏକ ଠକ ସଂସ୍ଥା ବୋଲି ଜାଣିବା ପରେ ଏନେଇ ବାଦାମପାହାଡ଼ ଥାନାରେ ନିଳିମା ପାତ୍ରଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ବାଦାମପାହାଡ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଅଭିଯୋଗ କରିଥିବା ୪ ଜଣ ଗରିବ ଯୁବକ ନିଜ ଘରେ ଥିବା ଗୋରୁ, ଗାଈ, ଛେଳି, ମେଣ୍ଢା ଏମିତି ଅନ୍ୟମାନଙ୍କ ଠାରୁ କରଜ କରି ଠକ ସଂସ୍ଥାର ମୁଖ୍ୟ ଶ୍ରୀମତୀ ପାତ୍ରଙ୍କୁ ପ୍ରଦାନ କରିଥିଲେ। ଏଣୁ ଯଥାଶୀଘ୍ର ଦୋଷୀକୁ ଧରି ତାଙ୍କ ଟଙ୍କା ଫେରସ୍ତ ପାଇପାରିବେ ତାହା ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି।
[ad_2]