ମନୋରଞ୍ଜନ

ସାଉଥ ସିନେମାରେ କୋରାପୁଟ ଯୁବତୀଙ୍କର ଦେଖିବାକୁ ମିଳିଲା ଜଲୱା – bajravana

[ad_1]

ଭୁବନେଶ୍ୱର: ଟଲିଉଡରେ ଓଡିଆ ଝିଅର କମାଲ । ସାଉଥ୍ ବ୍ଲକବଷ୍ଟର ମୁଭି ମଙ୍ଗଲଭରମରେ କୋରାପୁଟର ଜଣେ ଆଦିବାସୀ ଝିଅଙ୍କ ଜଲୱା ଦେଖିବାକୁ ମିଳିଛି । କୋରାପୁଟ ସେମିଳିଗୁଡାର ଗାଦବା ସମ୍ପ୍ରଦାୟର ଆଦିବାସୀ ଝିଅ ସୁମନ ଖିଲୋ ଏହି ସିନେମାରେ ଅଭିନୟ କରିଛନ୍ତି । ସୁମନ ଖିଲୋ ପୂର୍ବରୁ ଅନେକ ତାମିଲ ଓ ତେଲୁଗୁ ସିନେମାରେ ଛୋଟ ମୋଟ ଭୂମିକାରେ ନଜର ଆସିଥିବା ବେଳେ ନିର୍ଦ୍ଦେଶକ ଅଜୟ ଭୁପତିଙ୍କ ନିର୍ଦ୍ଦେଶିତ ବ୍ଲକ ବଷ୍ଟର ମୁଭି ‘ମଙ୍ଗଲଭରମ’ରେ ଗୁରୁତ୍ୱପୂର୍ଣ୍ଣ ଭୁମିକାରେ ଅଭିନୟ କରିଛନ୍ତି । ମଙ୍ଗଲଭରମ ସିନେମାକୁ ସାଉଥର ନାମୀଦାମି ପ୍ରଡକ୍ସନ ହାଉସ ମୁଦ୍ରା ମିଡିଆ ଓାର୍କ୍ସ ଏବଂ ଏ କ୍ରିଏଶନ ଦ୍ୱାରା ପ୍ରସ୍ତୁତ ହୋଇ ଥିବା ବେଳେ ହିନ୍ଦୀ, ତେଲୁଗୁ ସମେତ ୫ଟି ଭାଷାରେ ନିକଟରେ ରିଲିଜ ହୋଇଛି ।

ଏହି ମଙ୍ଗଲଭରମ ସିନେମା ସୁମନଙ୍କ କ୍ୟାରିୟରରେ ବଡ ପରିବର୍ତ୍ତନ ଆଣିବ ବୋଲି ସେ ଆଶା ରଖିଛନ୍ତି । ସୁମନ ପ୍ରଥମେ ସେମିଳିଗୁଡାଠାରେ ଦଶମ ଓ ମେକାନିକାଲ ଇଂଜିନିୟରିଙ୍ଗ ଡିପ୍ଲୋମା ସାରି ଭୁବନେଶ୍ୱର ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ ଫ୍ୟାସନ ଡିଜାଇନିଙ୍ଗ ଅନୁଷ୍ଠାନରେ ଫ୍ୟାଶନ ଡିଜାଇନିଙ୍ଗର ସ୍ନାତକ ପାସ କରିଥିଲେ । ଓଡିଶାରେ ସୁମନ ୨୦୧୬ରେ ମିସ ପ୍ରିଟି ଓଡିଶା ଓ ୨୦୧୭ରେ ମିସ୍ ସପୋର୍ଟ ଓଡିଶା ପରି ଅନେକ ଟାଇଟଲ୍ ହାତେଇବା ପରେ ସେ ହାଇଦ୍ରାବାଦ ଚାଲି ଯାଇଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button