ଅପରାଧ

ଗିରଫଦାରି ଏଡ଼ାଇବାକୁ ନଈକୁ ଡେଇଁଲେ ୬ ସାଇବର୍‌ ଅପରାଧୀ; ନଈ ପାରିହୋଇ ଗିରଫ କଲା ପୁଲିସ – bajravana

[ad_1]

ଗିରିଡିହ: ସାଇବର୍‌ ଅପରାଧରେ ସମ୍ପୃକ୍ତ ବୋଲି ଅଭିଯୋଗ ହେଉଥିବା ୬ଜଣ ବ୍ୟକ୍ତି ଗିରଫଦାରି ଏଡ଼ାଇବା ଲାଗି ଅଳ୍ପ ଦିନ ତଳେ ଝାଡ଼ଖଣ୍ଡରେ ପ୍ରବାହିତ ଏକ ନଈକୁ ଡେଇଁ ପଡ଼ିଥିବା କଥା ପୁଲିସ କହିଛି।

କିନ୍ତୁ, ସନ୍ଦିଗ୍ଧମାନଙ୍କୁ ଗିରଫ କରିବା ଲାଗି ପୁଲିସ ଅଧିକାରୀମା‌ନଙ୍କୁ ନଈପାରି ହେବକୁ ପଡ଼ିଥିଲା। ସୂଚନାଯୋଗ୍ୟ, ବରାକର ନଈ କୂ‌ଳରେ ଉକ୍ତ ସାଇବର୍‌ ଅପରାଧୀମାନଙ୍କ ସହିତ ମୁହାଁମୁହିଁ ହେବା ବେଳେ ଏହି ଅଭିଯାନରେ ସମ୍ପୃକ୍ତ ଥିବା ପୁଲିସ ଅଧିକାରୀମାନେ ସାଦା ପୋଷାକ ପିନ୍ଧିଥିଲେ।

ପୁଲିସ ଅଧିକାରୀମାନଙ୍କୁ ଚିହ୍ନିପାରି ଅଭିଯୁକ୍ତମାନେ ନଈକୁ ଡେଇଁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ, ପୁଲିସ ଅଧିକାରୀମାନେ ପିଛା କରି ସମସ୍ତ ସନ୍ଦିଗ୍ଧଙ୍କୁ ଗିରଫ କଲେ।

Image Courtesy of India Today

ଏହି ଚଢ଼ଉ ଅଭିଯାନ କେତେଗୁଡ଼ିଏ ଅଞ୍ଚଳରେ ଅତି ସୁବ୍ୟବସ୍ଥିତ ଭାବେ କରାଯାଇଥିଲା। ଅଭିଯାନ ସମୟରେ ପୁଲିସ ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୮,୨୯,୬୦୦ ଟଙ୍କା, ୧୨ଟି ମୋବାଇଲ୍‌ ଫୋନ୍‌, ୨୧ଟି ଏଟିଏମ୍‌ କାର୍ଡ, ୧୮ଟି ସିମ୍‌ କାର୍ଡ, ୧୨ଟି ପାସ୍‌ବୁକ୍‌, ୬ଟି ଚେକ୍‌ ବହି, ୪ଟି ପାନ୍‌ କାର୍ଡ ଓ ୨ଟି ଆଧାର କାର୍ଡ ଜବତ କରିଛି।

ଝାଡ଼ଖଣ୍ଡର ଗିରିଡ଼ିହର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ଗିରଫ ହୋଇଥିବା ସାଇବର୍‌ଅପରାଧୀମାନେ ବିଭିନ୍ନ ଠକେଇ କାର୍ଯ୍ୟକଳାପରେ ଜଡ଼ିତ ରହିବା ସହିତ ‘ଆପ୍‌’ ମାଧ୍ୟମରେ ‘ନ୍ୟୁଡ୍‌ ଭିଡିଓ କଲ୍‌’ କରି ଓ ‘ସ୍କ୍ରିନ୍‌ସଟ୍‌’ ନେଇ ପୀଡ଼ିତାମାନଙ୍କୁ ‘ବ୍ଲାକ୍‌ମେଲ୍‌’ କରୁଥିଲେ।

ଏହାଛଡ଼ା, ସେମାନେ ‘ନ୍ୟୁଟ୍ରିସନ୍‌ ଟ୍ରାକର୍‌ ଆପ୍‌’ ଜରିଆରେ ଅନ୍ତଃସତ୍ବା ମହିଳାମାନଙ୍କୁ ‘ଟାର୍ଗେଟ୍‌’ କରି ସେମାନଙ୍କୁ ‘ମାଟର୍ନିଟି ବେନିଫିଟ୍‌’ ଦିଆଇ ଦେବେ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଉଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button