ଓଡିଶା

ଜବତ ହେଲାଣି ୪୫୪.୫ କୋଟି: ଖୋଲୁଛି ସାଂସଦଙ୍କ ମଦ ସାମ୍ରାଜ୍ୟ ଗୁମର – bajravana

[ad_1]

କେବଳ ବଲାଙ୍ଗୀରରୁ ମିଳିଲାଣି ୪୦୦ କୋଟି ଟଙ୍କା, ୬୦ କେଜି ସୁନା, ୪୨ ବର୍ଷର ଆୟକର ଇତିହାସରେ ରେକର୍ଡ

ଭୁବନେଶ୍ବର/ବଲାଙ୍ଗୀର: ଝାଡ଼ଖଣ୍ଡ ସାଂସଦ ଧୀରଜ ସାହୁଙ୍କ ମଦ ଲିଙ୍କ୍‌ ନେଇ ଆୟକର ବିଭାଗ ପକ୍ଷରୁ ୫ଦିନ ଧରି ଚଢ଼ଉ ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ କଥା ପଦାକୁ ଆସୁଛି। ଆୟକର ବିଭାଗ ଓଡ଼ିଶା ଓ ଝାଡ଼ଖଣ୍ଡରୁ ଏପର୍ଯ୍ୟନ୍ତ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡ଼ିଛି। ନଗଦ ଟଙ୍କା ଜବତ କ୍ଷେତ୍ରରେ ଏହା ଆୟକର ବିଭାଗ ଇତିହାସର ଦ୍ବିତୀୟ ସର୍ବବୃହତ୍ ଓ ଗତ ୪୨ବର୍ଷ ମଧ୍ୟରେ ସର୍ବକାଳୀନ ରେକର୍ଡ। ତେବେ କେବଳ ଓଡ଼ିଶାରୁ ୪୪୮ କୋଟି ୫୦ ଲକ୍ଷ ଜବତ କରାଯାଇଛି। ଯାହାକି ଓଡ଼ିଶା ଆୟକର ଇତିହାସର ପ୍ରଥମ। ତେବେ କେବଳ ବଲାଙ୍ଗୀରରୁ ସର୍ବାଧିକ ୪୦୦ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ସମ୍ବଲପୁରରୁ ୩୭.୫୦କୋଟି ଓ ଟିଟ୍‌ଲାଗଡ଼ରୁ ୧୧କୋଟି ଟଙ୍କା ଜବତ କରାଯାଇଛି। ଜବତ ଟଙ୍କାକୁ ସ୍ଥାନୀୟ ପିଡି ଆକାଉଣ୍ଟରେ ଜମାକରାଯାଇଛି। ବଲାଙ୍ଗୀରରୁ ୬୦ କିଲୋ ସୁନା ଜବତ ହୋଇଥିବାର ମଧ୍ୟ ଖବର ମିଳିଛି। ପ୍ରତିଦିନ ଓଡ଼ିଶାରୁ ପୁଳା ପୁଳା ଟଙ୍କା ଜବତ ପରେ ଏବେ ରାଜ୍ୟ ବାହାରୁ ମଧ୍ୟ ଟଙ୍କା ଜବତ ଆରମ୍ଭ ହୋଇଛି। ଆଜି ଆୟକର ଟିମ୍‌ ଝାଡ଼ଖଣ୍ଡରୁ ୬କୋଟି ନଗଦ ଟଙ୍କା ଜବତ କରିଛି। ଝାଡ଼ଖଣ୍ଡ ସ୍ଥିତ ଜୟଶ୍ବାଲ ଟ୍ରେଡର୍ସରେ ଚଢ଼ଉ ବେଳେ ଏହି ଟଙ୍କା ଜବତ କରାଯାଇଛି। ଜବତ ଟଙ୍କାକୁ ସ୍ଥାନୀୟ ଅଞ୍ଚଳର ଜାତୀୟକରଣ ବ୍ୟାଙ୍କ ପିଡି ଆକାଉଣ୍ଟରେ ଜମା କରାଯାଇଛି। ସେଠାରୁ ଆହୁରି ଅଧିକ ଟଙ୍କା ମିଳିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଓଡ଼ିଶା ଓ ଝାଡ଼ଖଣ୍ଡର ପାଖାପାଖି ୩୭ଟି ସ୍ଥାନରେ ଏକାକାଳୀନ ୩୭ଟି ଟିମ୍‌ ଚଢ଼ଉ କରି କୋଟି କୋଟି ଟଙ୍କା ଜବତ କରିଛନ୍ତି। ମଦ ବେପାରୀଙ୍କ ପ୍ରତିନିଧି, ଆୟକର ଅଧିକାରୀ ଓ ବ୍ୟାଙ୍କ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆସିଥିବା ୧୭୬ ବସ୍ତାରୁ ଗୋଟିଏ ପରେ ଗୋଟିଏ ବିଡ଼ା କଢ଼ାଯାଇ ଏଭଳି ଢଙ୍ଗରେ ଦିନତମାମ ଗଣତି କରାଯାଉଛି। ଏଯାଏ ୪୫୪.୫୦ କୋଟି ଟଙ୍କା ଗଣତି ହୋଇଥିବା ସୂଚନା ମିଳିଛି। ତେବେ ଟଙ୍କା କେଉଁଠୁ ଆସିଲା? କାହାର କାହାର ସମ୍ପୃକ୍ତି ରହିଛି? ଏପର୍ଯ୍ୟନ୍ତ ଏନେଇ କୌଣସି ଠୋସ୍‌ ତଥ୍ୟ ପାଇପାରିନାହିଁ ଆୟକର ବିଭାଗ। ତେଣୁ କିଛି କର୍ମଚାରୀଙ୍କୁ ନେଇ ୪ଟି ଟିମ୍‌ ବିଭିନ୍ନ ଦିଗ ଉପରେ ମାରାଥନ ଜେରା କରିଛି। ତେବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା। ଏହା ବାବୁଙ୍କ ଟଙ୍କା। ସେମାନଙ୍କୁ ଏଭଳି ତାଲିମ୍‌ ଦିଆଯାଇଛି ଯେ ଯେତେ ଯାହା ପଚାରିଲେ ବି ‌ଦ୍ବିତୀୟ ଲୋକର ନାମ ଆସୁନାହିଁ। ଯାହାକୁ ନେଇ ଏବେ ସବୁ ଦ୍ବନ୍ଦ୍ବରେ ପଡ଼ିଛନ୍ତି। କେବଳ ବଲାଙ୍ଗୀର ସୁଦପଡ଼ା ମଦଭାଟି ଓ ପରିଚାଳକ ରହୁଥିବା କୋଠାରୁ ମିଳିଛି ୪୦୦ କୋଟି। ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ ବଲାଙ୍ଗୀର ମଦଭାଟିରୁ ୧୭୬ଟି ବଡ଼ ବ୍ୟାଗ୍‌ରେ ଥିବା ଏହି ଟଙ୍କାକୁ ବଲାଙ୍ଗୀର ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖାରେ ଗତ ୫ ଦିନ ଧରି ଗଣା ଯାଉଥିଲା। ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଶାଖାରୁ ୫୦ରୁ ଅଧିକ କର୍ମଚାରୀ ଏହି ଟଙ୍କା ଗଣା କାମରେ ନିୟୋଜିତ ଥିବା ବେଳେ ଏଥିରେ ୨୫ଟି ଟଙ୍କାଗଣା ମେସିନ ଓ ୩ଟି ଟଙ୍କା ବାଇଣ୍ଡିଂ ମେସିନ ବ୍ୟବହୃତ ହୋଇଥିଲା। ଗତ ୬ ତାରିଖ ରାତିରେ ଏକ ଟ୍ରକ୍‌ ଯୋଗେ ମଦଭାଟିରୁ ଜବତ ହୋଇଥିବା ଏହି ଟଙ୍କାକୁ ସ୍ଥାନୀୟ ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖାକୁ ଅଣାଯାଇଥିଲା। ଆୟକର ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଏହି ଟଙ୍କାକୁ କଡ଼ା ସୁରକ୍ଷା ବଳୟରେ ଗଣା ଯାଇଥିଲା। ଗତକାଲି ଦ୍ବିତୀୟ ଶନିବାର ଓ ଆଜି ରବିବାର ବ୍ୟାଙ୍କ ଛୁଟିଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଟଙ୍କା ଗଣା କାମକୁ ଗୁରୁତ୍ବର ସହ ସଂପୂର୍ଣ୍ଣ କରିଥିଲେ। ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କର ଆଞ୍ଚଳିକ ଅଧିକାରୀ ଭଗତ ବେହେରାଙ୍କ କହିବା ଅନୁଯାୟୀ, ଏତେ ପରିମାଣରେ ଏକକାଳୀନ ଟଙ୍କା ଗଣାଯିବା ତାଙ୍କ ଚାକିରି କାଳରେ ପ୍ରଥମ ଘଟଣା।

ପ୍ରକାଶ ଯେ ବଳଦେବ ସାହୁ ଆଣ୍ଡ୍‌ ଗ୍ରୁପ୍‌ ଅଫ୍‌ କମ୍ପାନିର ସୁଦପଡ଼ାରେ ଥିବା ମଦଭାଟି ଓ କ୍ଲବ୍‌ପଡ଼ାରେ ଥିବା ଭାଟି ଅଫିସ ଆଗରେ ଆୟକର ବିଭାଗ ଗାଡ଼ି ଆଜି ଅଟକି ରହିଥିବା ବେଳେ ଭିତରେ ଓ ବାହାରେ ସିଆଇଏସ୍‌ଏଫ୍‌ ଯବାନ ଜଗି ରହିଥିବା ଦେଖାଯାଇଥିଲା। ବ୍ୟାଙ୍କ ଆଞ୍ଚଳିକ ପରିଚାଳକ ଶ୍ରୀ ବେହେରାଙ୍କ କହିବା ଅନୁସାରେ ଅପରାହ୍ନ ସୁଦ୍ଧା ୨୨୦ କୋଟି ଟଙ୍କା ଗଣା ସରିଥିଲା। ବ୍ୟାଗ୍‌ଗୁଡ଼ିକରେ ଅଧିକ ପୁରୁଣା ଓ ଫଟା ନୋଟ ରହିଥିବା ବେଳେ ସେଥିରେ ଅଧିକ ସଂଖ୍ୟାରେ ୨୦୦ ଓ ୧୦୦ ଟଙ୍କିଆ ନୋଟ ରହିଥିବାରୁ ଏହାକୁ ଗଣିବା ଅଧିକ କଷ୍ଟ ହୋଇଥିଲା। ଏଥିରୁ ଗୁଣ୍ଡ ବାହାରୁଥିବା ବେଳେ ତାକୁ ମେସିନରେ ଗଣିବାରେ ସମସ୍ୟା ହେତୁ ହାତରେ କର୍ମଚାରୀମାନେ ଗୋଟି ଗୋଟି କରି ଗଣିଥିଲେ। ଆଜି ମଧ୍ୟ ୫୦ରୁ ଅଧିକ କର୍ମଚାରୀ ଗଣିବା କାମରେ ଲାଗିଥିଲେ। ମହିଳା କର୍ମଚାରୀଙ୍କୁ ସନ୍ଧ୍ୟାରେ ଛାଡ଼ି ଦିଆଯାଇଥିବା ବେଳେ ୩୫ ଜଣ ପୁରୁଷ କର୍ମଚାରୀ ​ଶେଷ ପର୍ଯ୍ୟନ୍ତ ଗଣତି କାମରେ ଲାଗିଥିଲେ। ତେବେ ଟଙ୍କା ଗଣତି ସରିଥିବା ବେଳେ ଏବେ କାଗଜପତ୍ର ଯାଞ୍ଚ ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଏବେ ମଧ୍ୟ ଭାଟି ଅଫିସରେ ବିଭିନ୍ନ ରେକର୍ଡ଼ପତ୍ରର ଯାଞ୍ଚ କରାଯାଉଥିବା ବେଳେ କେଉଁ ଭାଟିରେ କେତେ ଉତ୍ପାଦନ ଓ ବିକ୍ରୟ ହେଉଥିଲା, କଞ୍ଚାମାଲ ଆମଦାନିଠାରୁ ଆରମ୍ଭ କରି ବିଭିନ୍ନ ପରିବହନ ବିଲ୍‌ଗୁଡ଼ିକୁ ତର୍ଜମା କରାଯାଉଥିବା ଜଣାପଡ଼ିଛି। ଏହି ଟଙ୍କା କିଛି ଦିନ ମଧ୍ୟରେ ଆସିଥିଲା ନା ବହୁ ଦିନରୁ ରଖା ଯାଉଥିଲା ସେନେଇ ସିସିଟିଭି କ୍ୟାମେରାର ଅନେକ ଦିନର ଫୁଟେଜ୍‌କୁ ଅନୁଧ୍ୟାନ କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button