ଓଡିଶା

ନାଇରାରେ ବଂଶୀଧାରା ନଦୀ ଉପରେ ପୋଲ ନିର୍ମାଣ ଶେଷ ହେବ କେବେ ? – bajravana

[ad_1]

ଧାର୍ଯ୍ୟ ସମୟ ରହିଛି ଜୁଲାଇ ୨୦୨୪

ରାୟଗଡା: ରାୟଗଡା ରାସ୍ତା ଓ କୋଠାବାଡି ବିଭାଗର ଦୁଇ ନମ୍ବର ଡିଭିଜନ ଆନ୍ତର୍ଗତ ଗୁଣୁପୁର ଗୁଡାରି ପୂର୍ତ୍ତ ବିଭାଗ ରାସ୍ତାରେ ନାଇରା ଠାରେ ବଂଶୀଧାରା ନଦୀ ଉପରେ ନିର୍ମାଣଧୀନ କୋଟି କୋଟି ଟଙ୍କା ବ୍ୟୟରେ ସେତୁ ନିର୍ମାଣ ଶେଷ ହେବ କେବେ ବୋଲି ସ୍ଥାନୀୟ ଅଂଚଳବାସୀ ପ୍ରଶ୍ନ କରିଛନ୍ତି। ୨୦୨୧ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଏହାର ଶୁଭ ଦେଇଥିଲେ। ଏହି ସେତୁ ନିର୍ମାଣରେ ୩୫.୨୧ କୋଟି ଟଂକା ଖର୍ଚ୍ଚ ହେବ ବୋଲି କୁହାଯାଇଛି। ଏହି ସେତୁର କାମ ଅରୁଣ ଶତପଥି ନାମକ ଏକ ଠିକାଦାର ନିର୍ମାଣ କରୁଛନ୍ତି। ଏସଂପର୍କିତ ଏକ ଟି-ବୋର୍ଡ ସେତୁ ନିର୍ମାଣ ନିକଟରେ ମରାଯାଇଛି। ଜନୈକ ଠିକାଦାର ଜଣକ ଏହି ସେତୁ ନିର୍ମାଣ କାମ ୨୦୨୧ ମସିହାରୁ ଆରମ୍ଭ କରି ୬.୭.୨୦୨୪ରେ ସେତୁ ନିର୍ମାଣ କାମ ସମ୍ପୂର୍ଣ୍ଣ ପାଇଁ ପୂର୍ତ୍ତ ବିଭାଗ ସହିତ ଚୁକ୍ତିନାମା ସ୍ଵାକ୍ଷର କରିଥିଲେ। କେବଳ ପାଇଲ କାମ ଅଧପନ୍ତରିଆ ହୋଇ ପଡିରହିଛି।ଆଉ ସାତ ମାସ ମଧ୍ୟରେ ପୋଲ କାମ ସଂପୂର୍ଣ୍ଣ ହେବ କି ବୋଲି ପୁଣି ପ୍ରଶ୍ନ କରାଯାଇଛି।

ସ୍ଥାନୀୟ ଅଂଚଳର ଲୋକଙ୍କର ଦୀର୍ଘ ଦିନର ଦାବି ହେଲା ନାଇରା ଠାରେ ବଂଶୀଧାରା ନଦୀ ଉପରେ ଏକ ସେତୁ ନିର୍ମାଣ କରିବା। ତେଣୁ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ରାୟଗଡା ବିଜେଡି ସଭାପତି ତଥା ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ ରାୟଗଡା ପୂର୍ତ୍ତ ବିଭାଗର ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ସୀମାଦ୍ରୀ ସାହୁଙ୍କ ସହିତ ମିଶି ଏହି ପୋଲ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଥିଲେ। ମୁଖ୍ୟମନ୍ତ୍ରୀ ନାଇରା ଠାରେ ଏକ ସେତୁର ଆବଶ୍ୟକତାକୁ ଅନୁଭବ କରି ସେତୁ ନିର୍ମାଣ ପାଇଁ ଟଂକା ମଞ୍ଜୁର କରିଥିଲେ। ଏହି ପୋଲ ୫୫୦ ମିଟର ବୋଲି ଜଣାପଡିଛି। କିନ୍ତୁ ଦୁଃଖର କଥା ଗତ ୨୦୨୧ରେ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା କିନ୍ତୁ ଗତ ୨୦୨୩ ଜୁନ ମାସଠାରୁ ଠିକାଦାର ସେତୁ ନିର୍ମାଣ କାମକୁ ବନ୍ଦ କରିଦେଇଥିବା ନାଇରା ଓ ଲୋକନାଥପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏହି ନଦୀ ପାର ହୋଇ ସ୍କୁଲ ପିଲା, କଲେଜ ପିଲା, ଚାଷୀ ଓ ବ୍ୟବସାହିମାନେ ପ୍ରତିଦିନ ଯାତାୟତ କରିଥାନ୍ତି।କିନ୍ତୁ ନଦୀରେ ପାଣି ଥିବାରୁ ଯାତାୟତରେ ଅସୁବିଧା ହେଉଥାଏ। ନାଇରା ଓ ଲୋକନାଥପୁର ମଧ୍ୟରେ ଦୂରତା ଏକ କିଲୋମିଟର କିନ୍ତୁ ବର୍ଷା ଦିନ ଦୀର୍ଘ ୧୫ କିଲୋମିଟର ରାସ୍ତା ବୁଲି ଯାତାୟାତ କରୁଛୁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ନିର୍ମାଣ ଧୀନ ପିଲାର ପାଇଲକୁ ସମ୍ପୂର୍ଣ୍ଣ ଖୋଲା ଥିବାର ଦେଖିବାକୁ ମିଳିଛି। ଏହି ନଦୀ ଦେଇ ଜନସାଧାରଣ ତଥା ଗାଈ ଗୋରୁ ଯାତାୟାତ କରିଥାନ୍ତି। କେତେବେଳେ ଯେ କଣ ଅଘଟଣ ଘଟିବ କହିବା ମୁସ୍କିଲ। ଏହି ଖୋଲା ପାଇଲରେ ପିଲାମାନେ କିଏ କେତେବେଳେ ପଡି ଫସିବେ ଏଥିରେ ସନ୍ଦେହ ନାହିଁ। ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଏହି ସେତୁ ନିର୍ମାଣ ପାଇଁ ଯୋଗାଯୋଗ କରିଲେ ମଧ୍ୟ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ସ୍ଥାନୀୟ ଅଂଚଳର ଶ୍ୟାମ ସୁନ୍ଦର ମହାନ୍ତି, ସୁବାସ ଶବର, ଗିରଧାରୀ ସାହୁ ଭଳି ବହୁ ବ୍ୟକ୍ତି ଅଭିଯୋଗ କରିଛନ୍ତି।

ଗତ ମାସରେ ଗୁଣୁପୁର ବିଧାୟକଙ୍କ ନାଇରା ଗସ୍ତ ସମୟରେ ଏହି ସେତୁ ନିର୍ମାଣ କାମ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକ ଗୁଣୁପୁର ସହକାରୀ ଯନ୍ତ୍ରୀଙ୍କୁକୁ କାମ କଣ ପାଇଁ ବନ୍ଦ ଅଛି ତୁରନ୍ତ ଆରମ୍ଭ କରିବା ପାଇଁ କହିଥିଲେ। କିନ୍ତୁ କାମ ଆରମ୍ଭ ହୋଇପାରୁନାହିଁ। ବିଭାଗୀୟ ଯନ୍ତ୍ରୀ ଚୁପ ରହିଗଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଯଥାଶୀଘ୍ର ସେତୁ ନିର୍ମାଣ କାମ ଆରମ୍ଭ ପାଇଁ ଅଂଚଳବାସୀ ଦାବୀ କରିଛନ୍ତି। ଏହି ସେତୁ ନିର୍ମାଣ କାମ ନେଇ ସମ୍ପୃକ୍ତ ବିଭାଗର ସରକାରୀ ଯନ୍ତ୍ରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ କହିଥିଲେ ନଦୀ ଉପରେ ପିଲାର ପାଇଁ ପାଇଲିଙ୍ଗ କାମ ଆରଂଭ ହୋଇଛି। ପାଇଲିଙ୍ଗ କାମ ବନ୍ଦ ଅଛି। ବର୍ଷାରେ ନଦୀର କାମ କରିବା ଅସମ୍ଭବ।ତେଣୁ କିଛି ଦିନ ମଧ୍ୟରେ ଖୁବଶୀଘ୍ର କାମ ଆରମ୍ଭ ହେବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button