ଖେଳ ଖବର

ବିଶ୍ବ ଆବିଲିଟିସ୍ପୋର୍ଟ ଗେମ୍ସ: ଭାରତକୁ ପ୍ରଥମ ସ୍ବର୍ଣ୍ଣ ଦେଲେ ସୁଚିତ୍ରା – bajravana

[ad_1]

ଜୟନ୍ତୀଙ୍କୁ କାଂସ୍ୟ

ଭୁବନେଶ୍ବର: ଥାଇଲାଣ୍ଡର ନାଖୋନ ରାଚାସିମାରେ ଚାଲିଥିବା ବିଶ୍ବ ଆବିଲିଟିସ୍ପୋର୍ଟ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ଓଡ଼ିଆ ଝିଅ ସୁଚିତ୍ରା ପରିଡ଼ା। ମଙ୍ଗଳବାର ମହିଳା ଜାଭ‌ଲିନ୍‌ ଏଫ୍‌ ୫୩/୫୪/୫୬‌ ଫାଇନାଲ୍‌ରେ ସେ ୧୬.୮୮ ମିଟର ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦ୍ବିତୀୟ ସ୍ଥାନରେ ତାଙ୍କ ସାଥୀ ଭାରତୀୟ ଖେଳାଳି କୀର୍ତ୍ତିକା ଜୟଚନ୍ଦ୍ରନ (୯.୨୯ ମିଟର) ରାଜୋ ସିଷ୍ଟମ୍‌ରେ ରୌପ୍ୟ ଜିତିଥିଲେ। ଫଳରେ ଭାରତ ଏହି ଇଭେଣ୍ଟ୍‌ରେ ୧-୨ ସଫଳତା ପାଇଛି। ଥାଇଲାଣ୍ଡର ପୁଆଙ୍ଗପେଟ ଚାଇଥୋଙ୍ଗ୍ରାଟ (୧୪.୯୯ ମିଟର) ରାଜୋ ସିଷ୍ଟମ୍‌ରେ କାଂସ୍ୟ ପଦକ ହାସଲ କରିଥିଲେ। ଏହି ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରୁଥିବା ଆଉ ଜଣେ ଓଡ଼ିଆ ଝିଅ ଜୟନ୍ତୀ ବେହେରା କାଂସ୍ୟ ପଦକ ଜିତିଛନ୍ତି।

ସେ ୧୦୦ ମିଟର ଦୌଡ଼କୁ ସେ ୧୩.୧୮ ସେକେଣ୍ଡରେ ଶେଷ କରି ତୃତୀୟ ସ୍ଥାନରେ ରହିଥିଲେ। ଫଳରେ ଓଡ଼ିଶାକୁ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ସହ ୨ ପଦକ ମିଳିଛି। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୧୩ ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ପାରା ଦୌଡ଼କୁଦରେ ୨, ପାରା ବ୍ୟାଡ୍‌ମିଣ୍ଟନରେ ୪ ଓ ହ୍ବିଲଚେୟାର ଅସିଚାଳନାରେ ୭ ଜଣ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଭାରତ ୧ ସ୍ୱର୍ଣ୍ଣ, ୩ ରୌପ୍ୟ, ୧ କାଂସ୍ୟ ପଦକ ସହିତ ପଦକ ତାଲିକାରେ ୪ର୍ଥ ସ୍ଥାନରେ ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button