ଓଡିଶା

ଚନ୍ଦ୍ରଯାନ-୩ ମିସନ ପାଇଁ କାମ କରିଛନ୍ତି ଓଡ଼ିଶାର ଏହି ଯୁବ ବୈଜ୍ଞାନିକ – bajravana

[ad_1]

ଭୁବନେଶ୍ବର: ଚନ୍ଦ୍ରର ଦକ୍ଷିଣମେରୁରେ ସଫଳତାର ସହିତ ଅବତରଣ କରି ଚନ୍ଦ୍ରଯାନ-୩ ଇତିହାସ ରଚିବାକୁ ଯାଉଥିବା ବେଳେ ସମଗ୍ର ବିଶ୍ବବାସୀ ଏହି ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ବାରା ପ୍ରସ୍ତୁତ ଚନ୍ଦ୍ରଯାନ-୩ ମିସନ ସଫଳତା ପାଇଁ ୧୪୦ କୋଟି ଭାରତୀୟ ଶୁଭେଚ୍ଛା ଜଣାଉଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଏହି ମିସନ ପାଇଁ ଯୁବପିଢ଼ି ପୂଜାର୍ଚ୍ଚନା କରୁଛନ୍ତି। ଓଡ଼ିଶାରେ ମଧ୍ୟ ଚନ୍ଦ୍ରଯାନ-୩ ମିସନ ନେଇ ଲୋକେ ଉତ୍ସାହିତ ଦେଖାଯାଉଛନ୍ତି। ଭାରତୀୟ ସମୟ ଅନୁସାରେ ଅଗଷ୍ଟ ୨୨ ତାରିଖ ସନ୍ଧ୍ୟା ୫ଟା ୪୫ରୁ ୬ଟା ୪ ମଧ୍ୟରେ ଚନ୍ଦ୍ରଯାନ-୩ ଅବତରଣ କରିବାକୁ ଥିବା ବେଳେ ଓଡ଼ିଶା ସମେତ ପୂରା ଦେଶର କିଛିସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଚନ୍ଦ୍ରଯାନ-୩ ମିସନ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ। କାରଣ ଏହି ମିସନରେ ଜଣେ ଯୁବ ଓଡ଼ିଆ ବୈଜ୍ଞାନିକଙ୍କର ଅବଦାନ ରହୁଛି। ଏହି ଯୁବ ‌ବୈଜ୍ଞାନିକ ହେଉଛନ୍ତି ଶୁଭାଶିଷ ନାୟକ।

ଚନ୍ଦ୍ରଯାନ-୩ ମିସନ ପାଇଁ ‌ଅନେକଗୁଡ଼ିଏ ସରକାରୀ ଓ ଘରୋଇ କଂପାନି ସାମଗ୍ରି ଯୋଗାଇଥିବା ବେଳେ ବହୁ ବୈଜ୍ଞାନିକ ନିୟୋଜିତ ହୋଇ କାମ କରିଛନ୍ତି। ସେମାନଙ୍କର ମଧ୍ୟରୁ ଶୁଭାଶିଷ ହେଉଛନ୍ତି ଅନ୍ୟତମ। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗାଁର ଶୁଭାଶିଷ ୨୦୧୮ ମସିହା ଠାରୁ ଇସ୍ରୋର ବେଙ୍ଗାଲୁରୁସ୍ଥିତ ୟୁଆର ରାଓ ସେଟଲାଇଟ୍‌ ସେଣ୍ଟରରେ କାମ କରୁଛନ୍ତି। ସେ ମେକାନିକାଲ ଇରିଗେସନ୍‌ ଡିଭିଜନରେ କାର୍ଯ୍ୟରତ ଅଛନ୍ତି। ଚନ୍ଦ୍ରଯାନ-୩ରେ ଟେକ୍ନିକାଲ କାମରେ ସେ ନିଜ ଟିମ୍‌ ସହିତ ସଂଶ୍ଲିଷ୍ଟ ଅଛନ୍ତି।

ଆପଣ ନିମ୍ନ ଲିଖିତ ଲିଙ୍କରେ କ୍ଲିକ୍ କରି ସିଧାପ୍ରସାରଣ ଦେଖିପାରିବେ।

ଇସ୍ରୋ ଓ୍ବେବସାଇଟ୍ :

ଇସ୍ରୋ ୟୁଟ୍ୟୁବ୍ :

ଇସ୍ରୋ ଫେସବୁକ ପେଜ୍ :

ଶୁଭାଶିଷ ନାୟକ ୨୦୧୦ ମସିହାରେ ମାଟ୍ରିକ୍‌ରେ ଉତ୍ତୀର୍ଣ୍ଣ ହେଲା ପରେ କଟକସ୍ଥିତ ମହାନଦୀ ଶିଳ୍ପ ତାଲିମ କେନ୍ଦ୍ରରେ ପାଠ ପଢ଼ିଥିଲେ। ଶିଳ୍ପ ତାଲିମ କେନ୍ଦ୍ରରୁ ପାଠ୍ୟକ୍ରମ ଶେଷ କଲା ପରେ ସେ ଭୁବନେଶ୍ବରସ୍ଥିତ ସେଣ୍ଟ୍ରାଲ ଟୁଲରୁମ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି)ରେ ଅନ୍ୟ ଏକ ବିଷୟରେ ପାଠ ପଢ଼ିଥିଲେ। ଏହା ପରେ ଶ୍ରୀ ନାୟକ ୟୁ୍ଆର ରାଓ ସେଟଲାଇଟ୍‌ ସେଣ୍ଟର ଦ୍ବାରା ମେକାନିକ୍‌ ଭାବେ ଚୟନିତ ହୋଇଥିଲେ।

ଚନ୍ଦ୍ରଯାନ-୩ ମିସନ ନେଇ ଯୁବ ବୈଜ୍ଞାନିକ ଶ୍ରୀ ନାୟକ କୁହନ୍ତି, ୨୦୧୮ ମସିହା ଠାରୁ ଚନ୍ଦ୍ରଯାନ-୩ ପାଇଁ କାମ କରିଛି। ଇସ୍ରୋର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ହେଲା ବେଳକୁ ମୁଁ ଉପସ୍ଥିତ ଥିଲି। ଏହି ଯାତ୍ରା ଆରମ୍ଭ ହେଲା ବେଳକୁ ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖିରୁ ଆନନ୍ଦାଶ୍ରୁ ବାହାରି ପଡୁଥିଲା। ସଫଳତାର ସହିତ ଉତ୍‌କ୍ଷେପଣ ହେଲା ପରେ ଜଣେ ଅନ୍ୟକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button