ଅଜଣା ଯୁବତୀଙ୍କ ଗଳିତ ମୃତଦେହ ଠାବ ଘଟଣା: ମିଳିଲା ପରିଚୟ – bajravana
[ad_1]
ରାଇରଙ୍ଗପୁର/ସୁଲେଇପାଟ: ମୟୂରଭଂଜ ଜିଲ୍ଲା ସୁଲେଇପାଟ ଲୁହାଖଣି ନିକଟସ୍ଥ ତଥା ବିଶୋଇ ବ୍ଲକ୍ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ଟିଆକାଟି ପାହାଡ ଉପରୁ ଦୁର୍ଗନ୍ଧ ହେଉଥିବା ଜାଣିବାକୁ ପାଇ ଗ୍ରାମବାସୀମାନେ ପାଖକୁ ଯାଇ ଦେଖିଥିଲେ ଯେ ଜଣେ ୩୦ରୁ ୩୫ ବର୍ଷୀୟ ଯୁବତୀଙ୍କୁ ଗଳିତ ମୃତଦେହ ପଡିଛି। ଗ୍ରାମବାସୀ ଶୁକ୍ରବାର ଦିନ ବନକର୍ମଚାରୀମାନଙ୍କୁ ଖବର ଦେବା ସେମାନେ ଯାଇ ଦେଖିଲେ ଯେ ସେଠାରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ପଥର ଖାଲରେ ପଚିସଢି ଯାଇଥିବା ଦେଖିବାକୁ ପାଇଥିଲେ ଏବଂ ପୁଲିସକୁ ଖବର ଦେଇଥିଲେ।
ତେବେ ଉକ୍ତ ଅଂଚଳ ସୁଲେଇପାଟ ଫାଣ୍ଡି ତଥା ବାଦାମପାହାଡ ଥାନା ଓ ବିଶୋଇ ଥାନା ବାଉଁଡୁରୀରେ ପଡୁଥିଲା, ଯାହାଫଳରେ ଶବଟି କେଉଁ ଥାନା ଅଂଚଳରେ ପଡ଼ିଛି ସେନେଇ ଉଭୟ ଥାନା ମଧ୍ୟରେ ଟଣାଓଟରା ଚାଲିଥିଲା। ଶବଟି ବିିଶୋଇ ଥାନା ଅଂଚଳରେ ପଡୁଛି ବନ ବିଭାଗ ସ୍ପଷ୍ଟ କରିବା ପରେ ଆଜି ଶବକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଯାଇଛି। କିଏ କାହିଁକି ଯୁବତୀଙ୍କୁ ହତ୍ୟା କରିଛି ପୁଲିସ ଶବ ଚିହ୍ନଟ କରି ତଦନ୍ତ କରିବ। ପୁଲିସ କହିବା ଅନୁଯାୟୀ ଉକ୍ତ ଶବଟି ୧୦ ରୁ ୧୨ ଦିନ ତଳର ଏବଂ ତାହା ଯୁବକ କି ଯୁବତୀ ସ୍ପଷ୍ଟ ଜଣାପଡୁନାହିଁ। ଏନେଇ ବିଶୋଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମଣଦା ଫାଣ୍ଡି ଅଧିକାରୀ ବିନାୟକ ବେହେରା ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି।
[ad_2]