ମନୋରଞ୍ଜନ

ଜ୍ୟୋତିଷଙ୍କୁ ପସନ୍ଦ ନଆସିବାରୁ ଫିଲ୍ମରୁ ବାହାରିଥିଲେ ବିଜୟ ବର୍ମା – bajravana

[ad_1]

ମୁମ୍ବାଇ: ଲୋକପ୍ରିୟ ଅଭିନେତା ବିଜୟ ବର୍ମାଙ୍କୁ ଏବେ କୌଣସି ପରିଚୟର ଆବଶ୍ୟକତା ନାହିଁ। ୱେବ ସିରିଜଠାରୁ ଆରମ୍ଭ କରି ଫିଲ୍ମ ପର୍ଯ୍ୟନ୍ତ ସବୁଥିରେ ନିଜର ଅଭିନୟ ଦକ୍ଷତା ପ୍ରମାଣ କରିଛନ୍ତି ବିଜୟ। ଗତ କିଛି ଦିନ ହେବ ତାଙ୍କ କ୍ୟାରିୟରର ଗ୍ରାଫ୍ ଉପରମୁହାଁ ଥିବା ବେଳେ ଏବେ ସବୁ ନିର୍ମାତା ତାଙ୍କ ସହ କାମ କରିବାକୁ ଚାହୁଛନ୍ତି।

ତେବେ ଦିନେ ଏଭଳି ସମୟ ମଧ୍ୟ ଥିଲା, ଯେତେବେଳେ ଜଣେ ଫିଲ୍ମ ନିର୍ମାତାଙ୍କ ଜ୍ୟୋତିଷ ପାଇଁ ବିଜୟଙ୍କୁ ଫିଲ୍ମରୁ ବାହାର କରିଦିଆଯାଇଥିଲା। ଏକଥା ନିଜେ ବିଜୟ ଏକ ସାକ୍ଷାତକାରରେ ଜଣାଇଛନ୍ତି। ତାଙ୍କ କହିବା ମୁତାବକ, “ମୁଁ ଥରେ ଜାଣିବାକୁ ପାଇଥିଲି ଯେ ମୋତେ ଏକ ଫିଲ୍ମ ପାଇଁ ମନୋନୀତ କରାଯାଇଥିଲା ଏବଂ ତା’ପରେ ମୋତେ କିଛି ଫଟୋ ପଠାଇବାକୁ କୁହାଯାଇଥିଲା। କିଏ ପଠାଇବାକୁ କହିଥିଲେ ତାହା ମୁଁ କହିପାରିବି ନାହିଁ। ତେବେ ଫଟୋ ପଠାଇବା ପରେ ମୋତେ ଫିଲ୍ମରୁ ବାହାର କରିଦିଆଗଲା। ପରେ ଜାଣିବାକୁ ପାଇଲି ଯେ, ଫିଲ୍ମ ନିର୍ମାତାଙ୍କ ଜ୍ୟୋତିଷ ମୋ ଫଟୋକୁ ପସନ୍ଦ କରିନଥିବାରୁ ମୋତେ ଫିଲ୍ମରୁ ବାହାର କରିଦିଆଯାଇଛି।  ଏବେ ମୋତେ ସେ ସମୟ କଥା ଭାବିଲେ ହସ ଲାଗୁଛି।”

ତେବେ ବିଜୟ ଏବେ ନିଜ ପ୍ରେମ ସମ୍ପର୍କକୁ ନେଇ ମଧ୍ୟ‌ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଥିବା ନେଇ ଜଣାପଡ଼ିବା ପରେ ଦୁହିଁଙ୍କୁ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button