ଖେଳ ଖବର

ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବାରୁ ଖୁସି ନାହାନ୍ତି ବୁମରା ! – bajravana

[ad_1]

ମୁମ୍ବାଇ: ଆଇପିଏଲ୍‌ର ଖେଳାଳି ନିଲାମ ପ୍ରକ୍ରିୟା ଡିସେମ୍ବର ୧୯ ତାରିଖରେ ଦୁବାଇରେ କରାଯିବ। ପ୍ରଥମ ଥର ପାଇଁ ଏହା ବିଦେଶରେ ହେବାକୁ ଯାଉଛି। ଏହା ପୂର୍ବରୁ ରବିବାର ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ସେମାନଙ୍କ ଖେଳାଳିଙ୍କ ରଖିବା ଓ ଛାଡ଼ିବା ପ୍ରକ୍ରିୟାକୁ ଚୂଡ଼ାନ୍ତ କରିଥିଲେ। ରବିବାର ସମସ୍ତଙ୍କ ନଜରରେ ଥିଲେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ପ୍ରଥମେ ଗୁଜରାଟ ଟାଇଟନ୍ସ ଜାରି କରିଥିବା ରିଟେନସନ୍ ତାଲିକାରେ ପାଣ୍ଡ୍ୟାଙ୍କ ନାମ ରହିଥିଲା। କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଗୁଜରାଟଠାରୁ କିଣି ନେଇଥିଲା।

ତେବେ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ପରେ କ୍ରିକେଟର ଜସପ୍ରୀତ୍ ବୁମରା କରିଥିବା ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହେଉଛି। ଚର୍ଚ୍ଚା ହେଉଛି ଯେ, ମୁମ୍ବାଇ ଇଣ୍ଡିଆନ୍ସ ପାଣ୍ଡ୍ୟାକୁ ଫେରାଇ ଆଣିବାର ନିଷ୍ପତ୍ତିରେ ଖୁସି ନାହାନ୍ତି ବୁମରା। ସୂଚନା ମୁତାବକ, ବୁମରା ମଙ୍ଗଳବାର ସୋସିଆଲ ମିଡିଆରେ ଲେଖିଥିଲେ ଯେ, ‘ନୀରବତା ବେଳେବେଳେ ସର୍ବୋତ୍ତମ ଉତ୍ତର ହୋଇଥାଏ।’ ତାଙ୍କର ଏଭଳି ପୋଷ୍ଟ ପରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି।

बुमराह ने बढ़ाई मुंबई टीम की टेंशन... IPL से पहले सोशल मीडिया पर बवाल - Jasprit bumrah post on mumbai indian before ipl 2024 auction social media reaction bumrah unfollow mi team tspo

ବୁମରା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବାକୁ ଚାହୁଥିଲେ। ହେଲେ ପାଣ୍ଡ୍ୟାଙ୍କୁ ଏହି ସୁଯୋଗ ମିଳିବା ପରେ ‌ସେ ଖୁସି ନାହାନ୍ତି ବୋଲି କିଛି ସୋସିଆଲ ମିଡିଆ ବ୍ୟବହାରକାରୀ କହିବା ଆରମ୍ଭ କରିଛନ୍ତି। ଏହା ସହ ରାଗରେ ବୁମରା ମୁମ୍ବାଇ ଇଣ୍ଡିଆନ୍ସକୁ ଇନଷ୍ଟା ଓ ଏକ୍ସରେ ଅନଫଲୋ କରିଥିବା ମଧ୍ୟ ଦାବି କରାଯାଉଛି। ହେଲେ ଏହା ଉପରେ ଏପର୍ଯ୍ୟନ୍ତ ବୁମରାଙ୍କ ପ୍ରତିକ୍ରିୟା ଆସିନାହିଁ।

बुमराह ने बढ़ाई मुंबई टीम की टेंशन... IPL से पहले सोशल मीडिया पर बवाल - Jasprit bumrah post on mumbai indian before ipl 2024 auction social media reaction bumrah unfollow mi team tspo



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button