ଖେଳ ଖବର

ପ୍ରଜ୍ଞାନନ୍ଦ ଉପବିଜେତା: କାର୍ଲସେନ୍‌ଙ୍କୁ ପ୍ରଥମ ବିଶ୍ବକପ୍‌ – bajravana

[ad_1]

ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ବକୁ: ଭାରତୀୟ ଚେସ୍‌ ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ ଫିଡେ ଚେସ୍‌ ବିଶ୍ବକପ୍‌ରେ ଉପବିଜେତା ହୋଇଛନ୍ତି। ଗୁରୁବାର ଆଜରବୈଜାନର ବକୁରେ ଖେଳାଯାଇଥିବା ନିର୍ଣ୍ଣାୟକ ଟାଇବ୍ରେକର ଶେଷରେ ବିଶ୍ବ ୧ ନମ୍ବର ମାଗ୍ନସ୍‌ କାର୍ଲସେନ୍‌ ୨.୫-୧.୫ରେ ପ୍ରଜ୍ଞାନନ୍ଦଙ୍କୁ ପରାଜିତ କରି ପ୍ରଥମ ଥର ବିଶ୍ବକପ୍‌ ଏବଂ ପଞ୍ଚମ ଥର ବିଶ୍ବ ମୁକୁଟ ହାତେଇଛନ୍ତି। ଗତ ଦୁଇଦିନରେ ଦୁଇଟି ଗେମ୍‌ ଅମୀମାଂସିତ ରହିଥିଲେ ବି ଟାଇବ୍ରେକରର ପ୍ରଥମ ମ୍ୟାଚ୍‌ରେ କାର୍ଲସେନ୍‌ ଆଧିପତ୍ୟ ବିସ୍ତାର କରିଥିଲେ। ଗୁରୁବାରର ପ୍ରଥମ ମୁକାବିଲାକୁ କାର୍ଲସେନ୍‌ କଳା ଗୋଟିରେ ଖେଳିଥ‌ିଲେ ମଧ ୪୫ତମ ମୁଭ୍‌ରେ ଜିତି ନେଇଥିଲେ। ଦ୍ବିତୀୟ ଗେମ୍‌ରେ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରଜ୍ଞାନନ୍ଦ ଯେତେ ଚେଷ୍ଟା କରିଥିଲେ ବି ୨୨ତମ ମୁଭ୍‌ ପରେ କାର୍ଲସେନ୍‌ ମ୍ୟାଚ୍‌କୁ ଅମୀମାଂସିତ କରାଇବାରେ ସଫଳ ହେବାରୁ ପ୍ରଜ୍ଞାନନ୍ଦଙ୍କୁ ଉପବିଜେତାରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ସର୍ବକନିଷ୍ଠ ଖେଳାଳି ଭାବେ ଫାଇନାଲ୍‌ରେ ପରାଜିତ ହୋଇଥିଲେ ବି ବିଶ୍ବକପ୍‌ରେ ପ୍ରଜ୍ଞାନନ୍ଦ ତାଙ୍କ ପ୍ରଦର୍ଶନରେ ସମସ୍ତଙ୍କୁ ଚକିତ କରି‌ଛନ୍ତି। ବିଶ୍ବ ୨ ନମ୍ବର ହିକାରୁ ନାକାମୁରା, ୩ନମ୍ବର ଖେଳାଳି ଫାବିଆନୋ କରୁଆନାଙ୍କୁ ପରାସ୍ତ କରି ପ୍ରଜ୍ଞାନନ୍ଦ ଚର୍ଚ୍ଚିତ ହୋଇଥିଲେ। ଏପରିକି ସେ ତୃତୀୟ କନିଷ୍ଠ ଖେଳାଳି ଭାବେ କାନା‌ଡାରେ ଆୟୋଜିତ ହେବାକୁ ଥିବା କ୍ୟାଣ୍ଟିଡେଟ୍ସ ଚେସ୍‌ ପ୍ରତିଯୋଗିତାରେ ପ୍ରବେଶ କରିବାରେ ଆଉ ଏକ ମାଇଲଖୁଣ୍ଟ ପାର୍‌ କରିଥିଲେ। ପୂର୍ବରୁ ବବି ଫିଶ୍ଚର ଓ କାର୍ଲସେନ୍‌ ଏହି ପାହାଚ ଚଢିସାରିଛନ୍ତି।

ଉପ ବିଜେତା ହୋଇଥିଲେ ମଧ ପ୍ରଜ୍ଞାନନ୍ଦ ୬୬ ଲକ୍ଷ ୧୩ ହଜାର ୪୪୪ ଟଙ୍କା (ପ୍ରାୟ ୮୦୦୦୦ ଡଲାର୍‌) ଏବଂ ବିଜେତା କାର୍ଲସନ୍‌ ୧୧୦,୦୦୦ ଡଲାର୍‌ (ପ୍ରାୟ ୯୦ ଲକ୍ଷ, ୯୩ ହଜାର ୫୫୧ ଟଙ୍କା) ପକେଟସ୍ଥ କରିଛନ୍ତି। ୨୦୦୦ ମସିହାରୁ ବିଶ୍ବକପ୍ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦୁଇ ସଂସ୍କରଣ ଭାରତୀୟ ଗ୍ରାଣ୍ଡମାଷ୍ଟର୍ ବିଶ୍ବନାଥନ ଆନନ୍ଦ (୨୦୦୦, ୨୦୦୨) ଜିତିଥିଲେ। ତେବେ ୨୦୦୫ରୁ ଏହା ୧୨୮ ଖେଳାଳି ନକ୍ ଆଉଟ୍ ଭିତ୍ତିରେ ପ୍ରତି ଦୁଇ ବର୍ଷରେ ଖେଳାଯାଉଛି। ସେବେଠାରୁ କୌଣସି ଭାରତୀୟ ଏହାକୁ ଜିତିପାରିନାହାନ୍ତି। ୨୦୦୫ରେ ଲେଭନ୍‌ ଅରୋନିଆନ୍‌, ୨୦୦୭ରେ ଗାଟା କାମାସ୍କି, ୨୦୦୯ରେ ବୋରିସ ଗେଲଫାଣ୍ଡ୍‌, ୨୦୧୧ରେ ପିଟର୍‌ ସିଡଲର୍‌, ୨୦୧୩ରେ ଭ୍ଲାଦିମିର କ୍ରାମନିକ୍, ୨୦୧୫ରେ ସର୍ଜେ କାର୍ଜାକିନ୍‌, ୨୦୧୭ରେ ଲେଭନ୍‌ ଅରୋନିଆନ୍‌, ୨୦୧୯ରେ ତୈମୁର୍‌ ରାଡଜାବଭ୍‌, ୨୦୨୧ରେ ଜାନ୍‌ କ୍ରିଷ୍ଟଭ୍ ଦୁଦା ବିଶ୍ବକପ୍‌ ଜିତିଥିଲେ।

ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ବିଶ୍ବନାଥନ୍‌ ଆନନ୍ଦଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ଫିଡେ ବିଶ୍ବକପ୍‌ ଫାଇନାଲ୍‌ ଖେଳିଥିବା ଆର୍‌ ପ୍ରଜ୍ଞାନନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଜ୍ଞାନନ୍ଦ ଫାଇନାଳ୍‌ରେ ଉପବିଜେତା ହୋଇଥିଲେ। ‌ମୋଦୀ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଯାଇ କହିଛନ୍ତି ଯେ, ଏଭଳି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆମେ ଗର୍ବିତ। ବିଶ୍ବକପ୍‌ ଫାଇନାଲ୍‌ରେ ପ୍ରଜ୍ଞାନନ୍ଦ ଅସାଧାରଣ କୌଶଳ ଦେଖାଇବା ସହ ମାଗ୍ନସ କାର୍ଲସେନ୍‌ଙ୍କ ସହ କଡ଼ା ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏହା କୌଣସି ଛୋଟ ଉପଲବ୍ଧି ନୁହେଁ। ଆଗକୁ ଥିବା ତାଙ୍କର ପ୍ରତିଯୋଗିତାଗୁଡ଼ିକ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ମୋଦୀ ପୋଷ୍ଟ କରିଥିଲେ। ମୋଦୀଙ୍କ ବ୍ୟତୀତ କ୍ରିକେଟ କିଂବଦନ୍ତି ସଚିନ ତେନ୍ଦୁଲକର, ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲୀ, କ୍ରିକେଟର ୟୁଝବେନ୍ଦ୍ର ଚହଲ, ସୂର୍ଯ୍ୟକୁମାର ଯାଦବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିଳ୍ପପତି ଗୌତମ ଆଦାନୀ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଭଳି ଅନେକ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button