ଓଡିଶା

ପଟ୍ଟା ପାଇବାର ମାସେ ପରେ ତୃତୀୟ ବିସ୍ଥାପନ ଚିନ୍ତା: ୬୭ବର୍ଷ ପରେ ବି ସରୁନି ବିସ୍ଥାପିତଙ୍କ ଦୁଃଖ – bajravana

[ad_1]

ଇବ୍‌ଥର୍ମାଲ: ହୀରାକୁଦ ନଦୀବନ୍ଧ ପ୍ରତିଷ୍ଠାର ୬୭ ବର୍ଷ ପରେ ସରୁନି ବିସ୍ଥାପିତଙ୍କ ଦୁଃଖ। ବିସ୍ଥାପିତ ହୋଇଥିବା ପରିବାରଙ୍କୁ ସେତେବେଳେ ମିଳିଥିବା ଜମିକୁ ଓପିଜିସି ଅଧିଗ୍ରହଣ କରିନେଇଥିଲା। କିନ୍ତୁ ଅଧିଗ୍ରହଣ ହୋଇଥିବା ଜମି ସରକାରୀ ବୋଲି ଦର୍ଶାଇ ବିସ୍ଥାପିତଙ୍କୁ କ୍ଷତିପୂରଣ ମିଳିଲାନି। ୨୦୧୪ରେ ସରକାର ଏମାନଙ୍କୁ ଜମି ବଦଳରେ ଜମି ଦେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଝାରସୁଗୁଡ଼ା ଜିଲ୍ଲା କୁଶ୍ରାଲୋଇ ମୌଜାରେ ମିଳିଥିବା ୧ ଏକର ଲେଖାଏଁ ଜମି ପ୍ରଦାନକୁ କେରୁଆଲବାହାଲ ଗ୍ରାମବାସୀ ବିରୋଧ କରିବାରୁ ତତ୍କାଳୀନ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଆର୍ଥିକ କ୍ଷତିପୂରଣ ଦେବାକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ଆର୍ଥିକ କ୍ଷତିପୂରଣ ପ୍ରସ୍ତାବ କାର୍ଯ୍ୟକାରୀ ହେଲା ନାହିଁ କି ପଟ୍ଟା ମଧ୍ୟ ପ୍ରଦାନ କରାଯାଇ ନଥିଲା। ଶେଷରେ ଗତମାସରେ ଲଖନପୁର ବ୍ଲକ୍‌ କୁଶ୍ରାଲୋଇ ଓ ତେଲେନପାଲି ମୌଜାରେ ରହୁଥିବା ୩୯ ବିସ୍ଥାପିତ ପରିବାରଙ୍କୁ ୨ ଏକର ଲେଖାଏଁ ଜମି ପ୍ରଦାନ କରାଯାଇଛି।

ଉକ୍ତ ଜମି ପଟ୍ଟା ମିଳିବାର ମାସେ ନପୂରୁଣୁ ପୁଣିଥରେ ଏମ୍‌ସିଏଲ୍‌ ଉକ୍ତ ଜମିରୁ ଏକ ଏକର ଲେଖାଏଁ ଅଧିଗ୍ରହଣ କରିବାକୁ ବିଜ୍ଞପ୍ତି ଜାରି କରିଥିବା ଜଣାପଡ଼ିଛି। ଯାହାକୁ ନେଇ ଏବେ ବିସ୍ଥାପିତମାନେ ପୁଣିଥରେ ଚିନ୍ତାରେ ପଡ଼ିଯାଇଛନ୍ତି। ଦ୍ୱିତୀୟ ବିସ୍ଥାପନରେ ରାଜ୍ୟ ସରକାର ୨ ଗୁଣା କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ ହେଁ ତାହା ଅଦ୍ୟାବଧି ମିଳିପାରି ନଥିବା ବେଳେ ଏବେ ମୁଣ୍ଡ ଉପରେ ତୃତୀୟ ବିସ୍ଥାପନର ବୋଝ ବିସ୍ଥାପିତଙ୍କ ଦୁଃଖକୁ ଦ୍ବିଗୁଣିତ କରିଦେଇଛି।

ଜମି ପଟ୍ଟା ଓ କ୍ଷତିପୂରଣ ନେଇ ୪୦ ବର୍ଷ ମଧ୍ୟରେ ବିସ୍ଥାପିତ ପରିବାରମାନେ ୩୦ରୁ ଅଧିକ ଥର ଧାରଣା ଦେଇଥିବା ବେଳେ ଏଥିନେଇ ଅନେକ ଥର ଦ୍ୱିପାକ୍ଷିକ ଓ ତ୍ରିପାକ୍ଷିକ ଆଲୋଚନା ହୋଇଥିଲେ ବି ସବୁ ବିଫଳ ହୋଇଥିଲା। ଗତ ଅକ୍ଟୋବର ୧୧ ତାରିଖରେ ୩୯ଟି ପରିବାରକୁ ୨ଏକର ଲେଖାଏଁ ଜମିର ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ଉକ୍ତ ଜମିରୁ କୁଶ୍ରାଲୋଇ ମୌଜାର ମିଳିଥିବା ୧ ଏକର ଲେଖାଏଁ ଜମିକୁ ଏମ୍‌ସିଏଲ୍‌ ଅଧିଗ୍ରହଣ ପାଇଁ ନୋଟିସ ଜାରି କରିଛି। ଏବେ ୩୯ ପରିବାରଙ୍କୁ ଯେଉଁ ଜମି ମିଳିଥିଲା ଏମ୍‌ସିଏଲ୍‌ ଏବେ ତାହା ଅଧିଗ୍ରହଣ କରିବ। ତୃତୀୟ ଥର ପାଇଁ ଏମାନେ ଜମି ହରାଇବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button