ଖେଳ ଖବର

କ୍ରିକେଟର ଶ୍ରୀସନ୍ଥଙ୍କ ବିରୋଧରେ ଠକେଇ ମାମଲା ରୁଜୁ – bajravana

[ad_1]

କୋଚି: ଉତ୍ତର କେରଳର ଜଣେ ବ୍ୟକ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ଆଧାରରେ ପୁଲିସ କ୍ରିକେଟର ଏସ୍ ଶ୍ରୀସନ୍ଥ ଏବଂ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।

ରିପୋର୍ଟରୁ ପ୍ରକାଶ, ଚୌଣ୍ଡାର ଅଭିଯୋଗକାରୀ ସାହିଶ ଗୋପାଳନ୍ ପୁଲିସ ନିକଟରେ କରିଥିବା ଅଭିଯୋଗରେ କହିିଛନ୍ତି ଯେ ରାଜୀବ କୁମାର ଏବଂ ଭେଙ୍କଟେଶ କିନି ୨୦୧୯ ଏପ୍ରିଲ ୨୫ ତାରିଖରେ କର୍ଣ୍ଣାଟକର କୋଲ୍ଲରରେ ଏକ କ୍ରୀଡ଼ା ଏକାଡେମୀ ନିର୍ମାଣ କରିବେ ବୋଲି କହି ତାଙ୍କୁ ଏହି ଏକାଡେମୀରେ  ଅଂଶୀଦାର ହେବାକୁ ପ୍ରସ୍ତାବ ଦେଇଥିଲେ। ଏଥିସହ ସେମାନେ ଦର୍ଶାଇଥିଲେ ଯେ ଏହି ଏକାଡେମୀରେ ଶ୍ରୀସନ୍ଥ ଅଂଶୀଦାର ଅଛନ୍ତି । ପରବର୍ତ୍ତୀ ସମୟରେ କ୍ରୀଡ଼ା ଏକାଡେମୀ ନିର୍ମାଣ ବାହାନାରେ ତାଙ୍କଠାରୁ ବିଭିନ୍ନ ତାରିଖରେ ୧୮.୭୦ ଲକ୍ଷ ଟଙ୍କା ନେଇଥିଲେ।

ଅଭିଯୋଗକାରୀ ସାହିଶ ଗୋପାଳନ୍ ତାଙ୍କ ଅଭିଯୋଗରେ କହିଛନ୍ତି ଯେ କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କ ସହ ଜଡ଼ିତ ଥିବା ଏକାଡେମୀରେ ଅଂଶୀଦାର ହେବାର ସୁଯୋଗ ମିଳିବା ପରେ ସେ ଏହି ଟଙ୍କା ବିନିଯୋଗ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଥିଲେ ଯେ କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କ ସହ ମିଶି ରାଜୀବ କୁମାର ଏବଂ ଭେଙ୍କଟେଶ କ୍ରୀଡ଼ା ଏକାଡେମୀରେ ଅଂଶୀଦାର କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ଠାରୁ ୧୮.୭୦ ଲକ୍ଷ ଟଙ୍କା ଠକି ନେଇଛନ୍ତି।

ଏକଥା ଜାଣିବା ପରେ ସାହିଶ ଗୋପାଳନ୍ ପୁଲିସର ଦ୍ୱାରସ୍ଥ ହେବା ସହ ଘଟଣା ସଂପର୍କରେ ଲିଖିତ ଅଭିଯୋଗ ଆଗତ କରିଥିଲେ। ଅଭିଯୋଗ ମିଳିବା ପରେ ପୁଲିସ କ୍ରିକେଟର ଏସ୍ ଶ୍ରୀସନ୍ଥ ଏବଂ ତାଙ୍କର ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ବିରୋଧରେ ଆଇପିସିର ଧାରା ୪୨୦ (ଠକେଇ ଏବଂ ଅସାଧୁ ଭାବରେ ସମ୍ପତ୍ତି ବିତରଣ ପାଇଁ ପ୍ରୋତ୍ସାହିତ କରିବା) ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ଶ୍ରୀସନ୍ଥଙ୍କୁ ତୃତୀୟ ଅଭିଯୁକ୍ତ ଭାବେ ଉଳ୍ଲେଖ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button