ଦେଶ ବିଦେଶ

୧ ଲକ୍ଷ ଭାରତୀୟଙ୍କୁ ଚାକିରି ଦେବ ତାଇବାନ – bajravana

[ad_1]

ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ସମଗ୍ର ବିଶ୍ୱରେ ରୋଜଗାରର ଦ୍ୱାର ଖୋଲୁଛି । ଇସ୍ରାଏଲ ପରେ ଏବେ ତାଇବାନ ଭାରତର ୧ ଲକ୍ଷରୁ ଅଧିକ ଭାରତୀୟଙ୍କୁ ଚାକିରିରେ ରଖିବାକୁ ଯୋଜନା ପ୍ରସ୍ତୁତ କରୁଛି । ତାଇବାନ କାରଖାନା, କ୍ଷେତ ଓ ହସ୍ପିଟାଲରେ କାମ କରିବା ଲାଗି ଭାରତୀୟଙ୍କୁ ଚାକିରି ଦେବ । କର୍ମଚାରୀ ଆଗାମୀ ମାସର ପ୍ରାରମ୍ଭରେ ଦ୍ୱୀପରାଷ୍ଟ୍ର ଯାଇପାରିବେ ।

ରିପୋର୍ଟ ଅନୁସାରେ, ତାଇବାନରେ ବିରୋଜଗାରୀ ଦର ନ୍ୟୁନତମ ସ୍ତରରେ ପହଞ୍ଚିଯାଇଛି । ଏଥିପାଇଁ ମେନ୍ୟୁଫେକଚରିଂ, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ସଂଖ୍ୟାରେ ଶ୍ରମିକଙ୍କ ଆବଶ୍ୟକତା ରହିଛି ଯାହାକି ତାକୁ ନିଜ ଦେଶରେ ମିଳୁନାହିଁ । ସେଥିପାଇଁ ସେ ଭାରତ ସମ୍ମୁଖରେ ଚୁକ୍ତିର ହାତ ବଢ଼ାଇଛି । ଆଗାମୀ ମାସ ଭାରତ ଓ ତାଇବାନ ମଧ୍ୟରେ ଚାକିରିକୁ ନେଇ ଚୁକ୍ତି ହୋଇପାରେ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ହମାସ ସହ ଯୁଦ୍ଧ ଲଢ଼ୁଥିବା ଇସ୍ରାଏଲ ମଧ୍ୟ ୧ ଲକ୍ଷ ଭାରତୀୟଙ୍କୁ ଚାକିରି ଦେବା ଲାଗି ଘୋଷଣା କରିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button