ସ୍ୱାସ୍ଥ୍ୟ

ଶୀତଦିନିଆ ମଏଶ୍ଚରାଇଜର୍ : ଚମକିବ ଆପଣଙ୍କ ତ୍ୱଚା – bajravana

[ad_1]

ଶୀତରେ ତ୍ୱଚା ଫାଟିବା, ଶୁଷ୍କ ଲାଗିବା ହେଉଛି ମୁଖ୍ୟ ସମସ୍ୟା। କେତେଜଣ ଦାମୀ କ୍ରିମ୍ ତ୍ବଚାରେ ଲଗାନ୍ତି, ଅନ୍ୟମାନେ ତ୍ୱଚାର ଯତ୍ନ ନେବାକୁ ଯାଇ ବାରମ୍ବାର ଫେସିଆଲ୍ କରନ୍ତି। ଏତେ ପ୍ରକାର ଉପଚାର କରିବା ପରିବର୍ତ୍ତେ ଘରୋଇ ମଏଶ୍ଚରାଇଜର୍ ଲଗାଇପାରିବେ। ଏସବୁ ଆମ ଘରେ ମହଜୁଦ୍ ଅଛି। ବଜାରରେ ମିଳୁଥିବା ଦାମୀ କ୍ରିମ୍‌ ତୁଳନାରେ ଏହି ଘରୋଇ ମଏଶ୍ଚରାଇଜର୍‌ର କରାମତି ଖୁବ୍ ଅଧିକ। ଘି-କୁଆଁରୀ ପତ୍ରକୁ କାଟି ତା’ ରସକୁ ଗୋଟିଏ କାଚ ବୋତଲରେ ରଖିବେ। ବୋତଲକୁ ସପ୍ତାହେ ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖିହେବ। ଗାଧୋଇବା ପରେ ଗୋଟିଏ ଚାମଚ ଘି-କୁଆଁରୀ ରସକୁ ମୁହଁରେ ଲଗାଇଲେ ଦାଗ ଦୂର ହେବା ସହ ତ୍ବଚା ଶୁଷ୍କ ହୁଏନି ।

ଖିର ସର ମଧ୍ୟ ବେଶ୍‌ କରାମତି ଦେଖାଏ। ବେସନ ଗୋଟିଏ ଚାମଚରେ ଖିର ସର ମିଶାଇ ତ୍ବଚାରେ ଲଗାଇବେ। ଶୁଖିବା ପରେ ଉଷୁମ ପାଣିରେ ମୁହଁ ଧୁଅନ୍ତୁ। ଏହି ପ୍ୟାକ୍ ଲଗାଇବା ପରେ ତ୍ୱଚାରେ ଅନ୍ୟ କୌଣସି କ୍ରିମ୍ ଲଗାଇବା ଆବଶ୍ୟକତା ନାହିଁ। ମେକ୍‌ଅପ୍ ବାହାର କରିବାକୁ କେତେଜଣ ନଡ଼ିଆ ତେଲ ବ୍ୟବହାର କରନ୍ତି। ନଡ଼ିଆ ତେଲକୁ ରାତିରେ ଶୋଇବା ପୂର୍ବରୁ ମୁହଁ, ହାତ, ପାଦରେ ମାଲିସ୍ କରିବେ। ଏହା ମଧ୍ୟ ଏକପ୍ରକାର ପ୍ରାକୃତିକ ମଏଶ୍ଚରାଇଜର୍।
ଶୁଷ୍କ ତ୍ୱଚା ପାଇଁ ମହୁ ଔଷଧ ଭଳି କାମ କରେ। ସ୍ନାନ ପରେ ଦୁଇ ଠୋପା ମହୁ ନେଇ ମୁହଁରେ କିଛି ସମୟ ମାଲିସ୍‌‌ କରିବେ। ୨୦ ମିନିଟ୍ ପରେ ନଖ ଉଷୁମ ପାଣିରେ ତ୍ବଚା ଧୋଇନେବେ। ଏମିତି ପ୍ରତିଦିନ କଲେ ତ୍ୱଚା ପାଇଁ ଅନ୍ୟ କୌଣସି ମଏଶ୍ଚରାଇଜର୍‌ ଆବଶ୍ୟକତା ନାହିଁ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button