ଡାକ୍ତରୀ ଟିପ୍ସ / ବିଶେଷ ଅନେକ ଖତରନାକ ବେମାରିର ରାମବାଣ ଉପାୟ ହେଉଛି ଏହି କାଢା,
ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ତେଜପତ୍ରକୁ ଖାଦ୍ୟରେ ବ୍ୟବହାର କାଲେ ସ୍ଵାଦ ବଢେ। ଏହା ଶରୀର ପାଇଁ ଉପକାରୀ ଅଟେ ଓ ଖାଇଲେ କେତେକ ରୋଗରୁ ମୁକ୍ତି ମିଳେ। କେତେ ବ୍ୟକ୍ତି ଏହି ପତ୍ରର ଚାହା ପିଇବାକୁ ପସନ୍ଦ କରନ୍ତି। ଏହି ପତ୍ରର ଚାହା ଶରୀର ପାଇଁ ଉତ୍ତମ ଅଟେ ଓ ଏହି ଚାହା ପିଇଲେ ରୋଗ ଶରୀରରୁ ଦୂର ହୋଇଯାଏ। ତେଜପତ୍ର ଚାହା ବା କାଡା ପିଇଲେ କଣ ଲାଭ ମିଳେ ଆସନ୍ତୁ ଜାଣିବା ।
ତେଜପତ୍ର କାଡା ପିଇଲେ ଦୂର ହୋଇଯାଏ ରୋଗ
:ବେଳେବେଳେ ମୁଣ୍ଡ ବ୍ୟଥା ହୁଏ। ତେଣୁ ତେଜପତ୍ର କାଡା ତିଆରି କରି ପିଇଲେ ମୁଣ୍ଡ ବ୍ୟଥା ଭଲ ହୋଇଯାଏ। ଏହା ବ୍ୟତୀତ ପେଟ ରୋଗ ହେଲେ ମଧ୍ୟ ଏହି କଡା ପିଇଲେ ପେଟ ବ୍ୟଥାରୁ ତୁରନ୍ତ ଆରମ ମିଳେ।
ବାନ୍ତି ମନ ଭଲ ନଥିଲେ ବା ବାନ୍ତି ହେଲେ ତେଜପତ୍ର କାଡା ତିଆରି କରି ପିଅନ୍ତୁ। ଏହାକୁ ପିଇଲେ ମନ ଭଲରୁହେ। ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ଓ ମନ ଭଲ ରୁହେ। ଏହା ସହିତ ତାଙ୍କ ପେଟବ୍ୟଥା ହୁଏ ନାହିଁ ।
ଥଣ୍ଡା ଥଣ୍ଡା ହେଲେ ଏହି କାଡା ନିଶ୍ଚିତ ପିଅନ୍ତୁ। ଏହାକୁ ପିଇଲେ ବନ୍ଦନାକ ଖୋଲିଯାଏ ଓ ଥଣ୍ଡାରୁ ଆରାମ ମିଳେ। ଥଣ୍ଡା ବ୍ୟତୀତ ଜ୍ଵର ହେଲେ ମଧ୍ୟ ଏହାକୁ ପିଇଲେ ଜ୍ଵର ଭଲ ହୋଇଯାଏ ।
କିପରି ଏହି ତେଜପତ୍ର କାଡ଼ା ତିଆରି କରିବ :
କାଡ଼ା ତିଆରି କରିବା ପାଇଁ ୧୦ଗ୍ରାମ୍ ତେଜପତ୍ର, ଅଳ୍ପ ଜୁଆଣୀ ଓ ୫ ଗ୍ରାମ୍ ପାନମଧୁରୀ ଓ ଚିନି ଆବଶ୍ୟକ ହୁଏ। ୨ ଗ୍ଲାସ୍ ପାଣି ନେଇ ଗରମ କରନ୍ତୁ, ସେଥିରେ ଏହି ୩ଟି ସାମଗ୍ରୀ ପକାଇ ଫୁଟାଇ ଦିଅନ୍ତୁ ଓ ପରେ ଚିନି ମିଶାନ୍ତୁ। ଏଥିରେ ଅଦା ମଧ୍ୟ ପକାଇ ପାରିବେ। ପାଣି ଅଧା ଫୁଟିଲା ପରେ ତାକୁ ଆଣି ଛାଣି ଦିଅନ୍ତୁ। ଏବେ କାଡ଼ା ପ୍ରସ୍ତୁତ ହୋଇଗଲା। ଏହାକୁ ଦିନକୁ ଦୁଇଥର ପିଇବାକୁ ହେବ। ଯେଉଁମାନେ ଏହାକୁ ନ ପିଇବେ ସେମାନେ ତେଜପତ୍ରକୁ ତେଲରେ ମିଶାଇ ମାଲିସ କରିପାରିବେ।
ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।