ରାଶିଫଳ

୦୮.୧୦.୨୦୧୮ ଆଜିର ରାଶିଫଳ

ଆଜି ଯେଉଁ ୮ ଗୋଟି ରାଶିର ସଙ୍କଟ ଯୋଗ ଅଛି ସେମାନେ ସେହି ସଙ୍କଟ ଟାଳିବା ପାଇଁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ” ତ୍ରୈଅମ୍ବକ୍ୟମ୍ ଯଜାମହେ ସୁଗନ୍ଧି ପୃଷ୍ଟି ବର୍ଦ୍ଦନମ୍ ଉର୍ବାରୁ କିମବବନ୍ଧନାତ ମୃତ୍ୟୁମୁକ୍ଷିୟମା ମୃତାତ୍ ” ଜପ କରନ୍ତୁ

ମେଷ:-

ଆଜି ରବିଙ୍କ ସହ ଚନ୍ଦ୍ରଙ୍କ ସଯୋଗ ଷଷ୍ଠ ଭାବରେ ହେତୁ ଘରୋଇ ଆଲୋଚନା କିମ୍ବା ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ । କୃତିକା ନକ୍ଷତ୍ରର ମନରେ ଅସ୍ଥିରତା ଲାଗି ରହିବା କାରଣରୁ ଅନ୍ୟମାନଙ୍କ  କଥାଗୁଡିକ ଠିକ୍‌ ଥିଲେ ମଧ୍ୟ ଆପଣଙ୍କୁ  ଭଲ ଲାଗିବ ନାହିଁ । ଆନୁଷ୍ଠାନିକ କାମ,ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।

ବୃଷ:-

ସକାଳୁ ସକାଳୁ ପୂର୍ବ ସ୍ଥିରୀକୃତ କାମ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ । କୌଣସି ବନ୍ଧୁ କିମ୍ବା ଗୁରୁଜନଙ୍କ ଅନୁପସ୍ଥିତି ମନରେ ଗଭୀର ଆଘାତ ଆଣିଦେଇପାରେ ା ଘର ସକାଶେ,ଜମିଜମା  କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। ଦ୍ୱିଜା ନକ୍ଷତ୍ର କ୍ରୀଡା,କଳା, ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା କାରଣରୁ ଖୁସୀ ରହିପାରନ୍ତି।

ମିଥୁନ:-

ଚତୁର୍ଥସ୍ଥ ଚନ୍ଦ୍ର ହେତୁ ପରିବାରରେ ବନ୍ଧୁମିଳନ, ଆନୁଷ୍ଠାନିକ କାମରେ ଜନ ସମର୍ଥନ ପାଇବା ସହ ପାରିବାରିକ ଜୀବନ ମଧ୍ୟ ସୁଖପ୍ରଦ ରହିବ । ଅଫିସରେ କିଛି କଡା ଭାଷା ପ୍ରୟୋଗ କଲେ ବ୍ୟକ୍ତିଗତ ଜୀବନ ପାଇଁ ଶତ୍ରୁତା ଅର୍ଜନ କରିବେ । ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ମଧ୍ୟ ନିଜର ମତ  ହଠାତ୍‌ ବଦଳାଇ ଅସହଯୋଗ କରିବାର ସୂଚନା ରହିଛ।

କର୍କଟ:-

ଚନ୍ଦ୍ରଙ୍କ ଭାଗ୍ୟସ୍ଥାନକୁ ଦୃଷ୍ଟି ଜନିତ ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷପୂର୍ଣ୍ଣ ସ୍ଥିତି ଲାଗି ରହିଲେ ମଧ୍ୟ ଆପଣ କଦାପି ପଛକୁ ଫେରିବେ ନାହିଁ । ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସୀ ହେବେ । ଶିଳ୍ପ,ସାମ୍ବାଦିକତା, ପରିବହନ, ବାଣିଜ୍ୟ,ଓ ବ୍ୟବସାୟରେ  ଲାଭ ଆଶାନୁରୂପ ପାଇପାରିବେ।

ସିଂହ:-

ରବି ଜନିତ ଶାରୀରିକ ଦୁର୍ବଳତା ଅନୁଭବ କଲେ ମଧ୍ୟ ମଙ୍ଗଳ ପ୍ରଭାବରୁ ଦୃଢ଼ ମନୋବଳ କାର୍ଯ୍ୟହାସଲରେ ସହାୟକ ହେବ। ବନ୍ଧୁଙ୍କ ପରାମର୍ଶରେ ବ୍ୟବସାୟକୁ ଆଗକୁ ବଢାଇବାପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। କର୍ମକ୍ଷେତ୍ରରେ ଅପରାହ୍ନ ସମୟରେ  କାରଣ ନ ଥାଇ ମଧ୍ୟ  ସମାଲୋଚିତ ହୋଇପାରନ୍ତି।

କନ୍ୟା:-

ପରିବାରିକ ଜୀବନରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ଆଜିର  କାମ ସକାଶେ ତାହାର କୌଣସି କୁପ୍ରଭାବ ପଡିବ ନାହିଁ । ରାହୁଙ୍କ କୁପ୍ରଭାବରୁ ଭ୍ରାତୃବର୍ଗରେ କିମ୍ବା ସହକର୍ମୀଙ୍କ ସହ  ଭୁଲ୍‌ ବୁଝାମଣା ଜନିତ ମନାନ୍ତର ଘଟିପାରେ। ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାରେ ପଡୋଶୀ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି।

ତୁଳା:-

ରାଶିରେ ତିନୋଟିଗ୍ରହ ଏବଂ ଦ୍ୱାଦଶ ଚନ୍ଦ୍ର ମନ ରାଜ୍ୟରେ ଗଭୀର ଆଲୋଡନ ସୃଷ୍ଟି କରିବ । ଭାବପ୍ରବଣତାର ବଶବର୍ତୀ ହୋଇ ବିଭିନ୍ନ ଦୁର୍ଭାବନା ମନରେ ବସା ବାନ୍ଧିପାରେ । ଆପଣ କାହାର ମିଠା କଥାରେ  ଭାସି ଯାଆନ୍ତୁ ନାହିଁ, ଯାହାକି ସମସ୍ୟାର ହେତୁ ସ୍ବରୂପ ହୋଇପାରେ। ପରିବାରରେ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି  ତର୍କର ସମ୍ମୁଖୀନ ହୋଇପାରନ୍ତି।

ବିଛା:-

ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ଅବଶ୍ୟ ହେବେ କିନ୍ତୁ ତରବରିଆ ପଦକ୍ଷେପ ନେଲେ ଓଲଟା ହେବ। ଲେଖାପଢାରୁ, କଳା, ସାହିତ୍ୟ ଓ ଅଭିନୟ  କ୍ଷେତ୍ରରୁ  ପ୍ରଶଂସା  ପାଇବେ। କର୍ମକ୍ଷେତ୍ରର ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ।

ଧନୁ:-

ପାପଗ୍ରହ ରାଶିରେ ଥିବାରୁ କର୍ମକ୍ଷେତ୍ରରେ ସାଧାରଣ କଥାରେ ଅନ୍ୟ ମାନଙ୍କ ଉପରେ ଅଯଥା ବିରକ୍ତି ପ୍ରକାଶ କରିବା ଠିକ୍‌ ହେବନାହିଁ। ପାରିବାରିକ ସମସ୍ୟାକୁ ସୁଧାରି ନେବାରେ ବନ୍ଧୁ ମାନେ ସାହାଯ୍ୟ କରିବେ। ଶିଳ୍ପ,ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବ। ପରିବାରରେ ଅଯଥା ଅଶା‘ିର ବାତାବରଣ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ମକର:-

ରାଶିରେ କେତୁ ଏବଂ ଚନ୍ଦ୍ର ସହ ରବିଙ୍କ ସ୍ଥିତି କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବା ସହ ଟେନ୍ସନ ଲାଗି ରହିବ। ସାମାଜିକ ସ୍ତରରେ ଉଚ୍ଚ ବର୍ଗର ବ୍ୟକ୍ତି ବିଶେଷଙ୍କ ଠାରୁ ଗଠନମୂଳକ ପରାମର୍ଶ ପାଇ ଖୁସି ରହିବେ । ଦୀର୍ଘଦିନର ବନ୍ଧୁତାରେ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବାର ସୂଚନା ରହିଛି । ସାଧାରଣକଥାକୁ କେନ୍ଦ୍ର କରି ଝଗଡା ଲାଗିପାରେ।

କୁମ୍ଭ:-

କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଓ ପରିବାରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ ।  ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତିହିଁ ହେବ। ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ  ହେବ । ଚିନ୍ତା କରିଥିବା ଯୋଜନା ବିଗିଡି ଯିବାରୁ ମନ ଭଲ ରହିବ ନାହିଁ ।

ମୀନ:-

ଚନ୍ଦ୍ରଙ୍କ ଶୁଭଦୃଷ୍ଟିରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିଲେ ମଧ୍ୟ କୈାଣସି ଅସୁବିଧା ହେବନାହିଁ । ଯାହା ଚିନ୍ତା କରୁଛନ୍ତି ସେହି ସମ୍ବନ୍ଧୀୟ ଆଶଙ୍କାରେ ବିବ୍ରତ ହୁଅନ୍ତୁ ନାହିଁ। ତଥାପି  ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ବନ୍ଧୁମାନଙ୍କ ଗହଣରେ ସାଧାରଣ କଥାରେ ଆପଣ ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦୀୟ ହୋଇ ପାରନ୍ତି। ସଭାସମିତିରେ ସମ୍ମାନ ଲାଭ  କରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button