ମନୋରଞ୍ଜନ

ଡାକ୍ତରଖାନାରେ ଭର୍ତ୍ତି ହେଲେ ହିନା, ଫଟୋ ସେୟାର କରି ଦେଲେ ସୂଚନା – bajravana

[ad_1]

ମୁମ୍ବାଇ: ଟେଲି ଅଭିନେତ୍ରୀ ହିନା ଖାନ କିଛି ଦିନ ତଳେ ଅସୁସ୍ଥ ଥିଲେ ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ହିନା ଡାକ୍ତରଖାନାରେ ଭର୍ତ୍ତି ହେବା ସମୟର ଏକ ଫଟୋ ସେୟାର କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡ଼ିଛନ୍ତି।

ବିଗ୍ ବସ୍-୧୧ର ପ୍ରତିଯୋଗୀ ଅଭିନେତ୍ରୀ ହିନା ଖାନ ନିକଟରେ ତାଙ୍କ ସୋସିଆଲ ମିଡିଆରେ ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି ଯାହା ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି। ହିନା ହସ୍ପିଟାଲର ପୋଷାକ ଏବଂ ବାମ ହାତରେ ଟେପ୍ ପିନ୍ଧି ଏକ ସେଲଫି ପୋଷ୍ଟ କରିଛନ୍ତି। ଏହି ସେଲଫିରେ ହିନା ପାଉଟ୍ କରୁଥିବାର ନଜର ଆସିଛନ୍ତି। ଫଟୋ ପୋଷ୍ଟ କରି ହିନା ଲେଖିଛନ୍ତି, ଭଲପାଇବା ବିସ୍ତାର କର। ଆପଣ କେଉଁଠାରେ ଥାଆନ୍ତୁ ନା କାହିଁକି, କେଉଁ ଅବସ୍ଥାରେ ଥାଆନ୍ତୁ ନା କାହିଁକି, ଯଦି ଆପଣଙ୍କୁ ଏକ ଦର୍ପଣ ମିଳେ ତେବେ ‌ମିରର ସେଲଫି ନେବାକୁ ଭୁଲନ୍ତୁ ନାହିଁ।

Bigg Boss 11 fame Hina Khan hospitalised; shares health update on social media: PIC
pinkvilla

ତେବେ ସେ କାହିଁକି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ଏପର୍ଯ୍ୟନ୍ତ ଡିସଚାର୍ଜ ହୋଇଛନ୍ତି କି ନାହିଁ ତାହା ଅଭିନେତ୍ରୀ ଜଣାଇ ନାହାଁନ୍ତି। କିନ୍ତୁ ତାଙ୍କ ଷ୍ଟୋରୀ ଦେଖିବା ପରେ ହିନା ଖାନଙ୍କ ପ୍ରଶଂସକମାନେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button