ମନୋରଞ୍ଜନ

ସ୍ବରୂପଙ୍କ ମନଛୁଆଁ ଗୀତ; ଆଜି ବି ସବୁପିଢ଼ିର ଶ୍ରୋତାଙ୍କୁ କରେ ମତୁଆଲା – bajravana

[ad_1]

ଭୁବନେଶ୍ବର : ଓଡ଼ିଆ ସଂଗୀତ ଜଗତର ଆଉ ଜଣେ ମହାରଥୀ ଆଜି ବିଦାୟ ନେଇଛନ୍ତି। ଦୀର୍ଘ ୪ ଦଶନ୍ଧି ଧରି ସେ ଓଡ଼ିଆ ସିନେମା ସଂଗୀତରେ ନିଜର ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଥିଲେ। ୧୯୮୬ ମସିହାରେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ହୀରାନୀଳା’ରୁ ସଂଗୀତ ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିବା ପରେ ସେ ଆଉ ପଛକୁ ଫେରି ଚାହିନାହାନ୍ତି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଶ୍ରୋତାଙ୍କୁ ଉପହାର ଦେଇ ଚାଲିଥିଲେ ସ୍ବରୂପ ନାୟକ। ଏକାଧାରରେ ଜଣେ ସଫଳ ଗୀତିକାର ଓ ସଂଗୀତ ନିର୍ଦ୍ଦେଶକ।

ତାଙ୍କର ଏକ ବିଶେଷତ୍ବ ଥିଲା ସେ ମୁଖ୍ୟତଃ ଓଡ଼ିଆ ଗାୟକଗାୟିକାଙ୍କୁ ତାଙ୍କ ଫିଲ୍ମରେ ସୁଯୋଗ ଦେଉଥିଲେ। ଯେଉଁ ସମୟରେ ତାଙ୍କର ସମସାମୟିକ  ସଂଗୀତ ନିର୍ଦ୍ଦେଶକମାନେ ବାହାରର ଶିଳ୍ପୀ, ଯଥା ବଲିଉଡ୍ କିମ୍ବା ଟଲିଉଡ୍ ଗାୟକଗାୟିକାଙ୍କ ଉପରେ ନିର୍ଭର କରୁଥିଲେ ସେ ସମୟରେ ସେ ନବୋଦିତ ଓଡ଼ିଆ ଗାୟକଗାୟିକାଙ୍କୁ ନେଇ ବହୁ ହିଟ୍ ଗୀତ ସୃଷ୍ଟି କରିଛନ୍ତି। ଟି. ସୌରୀ, ଇରା ମହାନ୍ତି, ତପୁ ମିଶ୍ର, କୁମାର ବାପି, ପମି (ସଂଗୀତା ମିଶ୍ର) ସୁଜିତ ଭୋଇ, ଶୁଭାଶିଷ ମହାକୁଡଙ୍କଭଳି ପ୍ରତିଭାବାନ ଗାୟକଗାୟିକାଙ୍କୁ ଚଳଚ୍ଚିତ୍ର ସଂଗୀତକୁ ପ୍ରବେଶ କରାଇଥିଲେ ସ୍ବରୂପ ନାୟକ। ଏହି ଗାୟକଗାୟିକାଙ୍କ କଣ୍ଠରେ ତାଙ୍କ ସ୍ବରାରୋପିତ ଗୀତ ବୋଲାଇ ସେମାନଙ୍କୁ ସେ ପ୍ରତିଷ୍ଠିତ କରାଇଥିଲେ।

ସ୍ବରୂପ ନାୟକ ସତୁରିରୁ ଅଧିକ ଓଡ଼ିଆ ଛବିରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅଶୀରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଗୀତର ରଚନା କରିଛନ୍ତି । ଆଉ ଗୀତ ରଚନା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ କିଛି କମ୍ ନୁହେଁ। ବହୁ ସୁପରହିଟ୍ ଓଡ଼ିଆ ଗୀତର ସେ ଗୀତିକାର। ଏଇ ଯେମିତି  ପାନ ଗୁଆ ଖଇର ଗୁଆକାତି, ଚାଲି‌ରେ ତୋର ପଦ୍ମଫୁଟେ, ସତ କହି ପାଏ ପଛେ ଫାଶୀ ଇତ୍ୟାଦି।  ଏଥିପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ସ୍ବରୂପଙ୍କ ସୃଷ୍ଟ ଶହଶହ ଲୋକପ୍ରିୟ ଗୀତ ମଧ୍ୟରୁ ଆମେ ନିମ୍ନରେ ୧୦ଟି ଗୀତର ଏକ ତାଲିକା ଦେଉଛୁ, ଯାହା ସମୟାନ୍ତରରେ ଖୁବ୍ ଲୋକପ୍ରିୟତା ଅର୍ଜନ କରିଥିଲା।

୧- ଏ ଘର ଏ ଅଗଣା ଏ ଦାଣ୍ଡ ଦୁଆର…ତୃପ୍ତି ଦାସ… ( ଚଳଚ୍ଚିତ୍ର- ଯାହାକୁ ରଖିବେ ଅନନ୍ତ)

୨- ସୀତାଲୋ ଆଜି ଜଳୁଛି ଯାହାର ଚିତାଲୋ…ଟି.ସୌରି..( ଚଳଚ୍ଚିତ୍ର-ଉଦଣ୍ଡୀ ସୀତା)

୩- ଚାଲିରେ ତୋର ପଦ୍ମଫୁଟେ….ଟି ସୌରି….( ଚଳଚ୍ଚିତ୍ର-ସକଳ ତୀର୍ଥ ତୋ ଚରଣେ)

୪-  କି ହେବ ଶୁଆ ପୋଷିଲେ….ଦେବାଶିଷ ମହାପାତ୍ର…( ଚଳଚ୍ଚିତ୍ର-କି ହେବ ଶୁଆ ପୋଷିଲେ)

୫- ତୁ କହିଲେ ମୁଁ କହିବି ମୁଁ କହିଲେ ତୁ… କୁମାର ବାପି ଓ ଇରା ମହାନ୍ତି… ( ଚଳଚ୍ଚିତ୍ର-ଆଇ ଲଭ୍ ୟୁ)

୬- ମୋ କୋଳ ତୋ ଝୁଲଣା….ଟି ସୌରି ଓ ଇରା ମହାନ୍ତି….( ଚଳଚ୍ଚିତ୍ର- ମୋ କୋଳ ତୋ ଝୁଲଣା)

୭. ରାଧା ନାଚିବ ନାଚିବ ଆଜି ନାଚିବ….ଇରା ମହାନ୍ତି… ( ଚଳଚ୍ଚିତ୍ର-ନାରୀ ନୁହେଁ ତୁ ନାରାୟଣୀ)

୮. ଶାଶୁ ଘର ଚାଲିଯିବି ମୁଁ ମଥାରେ ଓଢ଼ଣି ଦେଇ…ତପୁ ମିଶ୍ର…( ଚଳଚ୍ଚିତ୍ର-ଶାଶୁ ଘର ଚାଲିଯିବି)

୯. ଲକ୍ଷେ ଶିବ ପୂଜି ପାଇଛି ପୁଅ…ତୃପ୍ତି ଦାସ, ପ୍ରଣବ ପଟ୍ଟନାୟକ ଓ ଘନଶ୍ୟମ ପଣ୍ଡା…. ( ଚଳଚ୍ଚିତ୍ର-ଲକ୍ଷେ ଶିବ ପୂଜି ପାଇଛି ପୁଅ)

୧୦.ମୁଁ ରୋମିଓ ଦ ଲଭରବଏ…ବାବୁସାନ୍ ମହାନ୍ତି… (ଚଳଚ୍ଚିତ୍ର-ରୋମିଓ ଦ ଲଭରବଏ)



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button