ଆଉ ଏକାଠି ଦିଶିବେନି ସାମନ୍ଥା ଓ ନାଗା: ଆଗକୁ ବଢ଼ିସାରିଛନ୍ତି ଉଭୟ ଷ୍ଟାର୍ – bajravana
[ad_1]
ନୂଆଦିଲ୍ଲୀ: ଚାରି ବର୍ଷର ବୈବାହିକ ଜୀବନ ପରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେଉଥିବା ଖବର ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଏହି ଘୋଷଣା ଉଭୟଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଦୁହେଁ ଅଲଗା ହେବା ପରେ ଏବେ ନିଜ ନିଜ କାମକୁ ନେଇ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ଏବେ ଛାଡ଼ପତ୍ରର ୨ବର୍ଷ ପରେ ନାଗା ଓ ସାମନ୍ଥା ପୁଣି ଥରେ ପ୍ୟାଚଅପ କରିଥିବା ଚର୍ଚ୍ଚା ହେଉଛି।
ହେଲେ ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ସେହି ଚର୍ଚ୍ଚାକୁ ନେଇ ଆଦୌ ବି ଆଶାବାଦୀ ରୁହନ୍ତୁ ନାହିଁ। କାରଣ ଏହି ଯୋଡ଼ି ଆଉ କେବେ ବି ଏକାଠି ହେବେ ନାହିଁ। ସେ ଦୁହେଁ ନିଜ ନିଜ ଜୀବନରେ ଆଗକୁ ବଢ଼ି ସାରିଛନ୍ତି। ମଝିରେ ସେ ଦୁହିଁଙ୍କୁ ଏକତ୍ର ଦେଖି ପ୍ରଶଂସକ ଦ୍ବନ୍ଦ୍ବରେ ପଡ଼ିଥିଲେ। ମାତ୍ର ସେମାନେ ନିଜ ପୋଷା କୁକୁର ପାଇଁ ବେଳେ ବେଳେ ପରସ୍ପରଙ୍କୁ ଭେଟନ୍ତି। ଯିଏକି ଏବେ ନାଗାଙ୍କ ସହ ରହୁଛି। ସାମନ୍ଥା ଏବେ ବିଦେଶ ଭ୍ରମଣ କରୁଥିବାରୁ କୁକୁର ନାଗାଙ୍କ ନିକଟରେ। ସେ ସେହି କୁକୁରକୁ ଭେଟିବାକୁ ବେଳେ ବେଳେ ତାଙ୍କ ପୂର୍ବ ସ୍ବାମୀଙ୍କ ନିକଟକୁ ଯାଆନ୍ତି।
କିଛି ଦିନ ତଳେ ଦେଖିବାକୁ ମିଳିଥିଲା ଯେ, ଛାଡ଼ପତ୍ର ପରେ ଇନଷ୍ଟାରେ ନାଗାଙ୍କ ସହ ସେୟାର କରିଥିବା ଫଟୋକୁ ‘ଆରକାଇଭଡ୍’ କରି ଦେଇଥିବା ସାମନ୍ଥା ‘ଅନଆରକାଇଭଡ୍’ କରିଦେଇଥିଲେ । ନିକଟରେ ନାଗା ଚୈତନ୍ୟ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସାମନ୍ଥାଙ୍କ କୁକୁର ହ୍ୟାଶ ତାଙ୍କ ସହ ନଜର ଆସିଛନ୍ତି, ଯିଏ କାର ବାହାରକୁ ଅନାଇ ସୁନ୍ଦର ଦୃଶ୍ୟ ଉପଭୋଗ କରୁଛନ୍ତି ।
[ad_2]