ପୂର୍ବ ପତ୍ନୀ ଓ ତାଙ୍କ ପ୍ରେମିକଙ୍କ ରୋମାଣ୍ଟିକ୍ ପୋଷ୍ଟ୍ରେ ଏଭଳି କମେଣ୍ଟ୍ କଲେ ହ୍ରିତିକ ରୋଶନ – bajravana
[ad_1]
ନୂଆଦିଲ୍ଳୀ: ପ୍ରଥମ ପତ୍ନୀ ସୁଜାନେଙ୍କଠାରୁ ଅଲଗା ହେବା ପରେ ଏବେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍ କରୁଥିବା କଥା ଆପଣ ଜାଣିଥିବେ। ଏପଟେ ଅର୍ସଲନ ଗୋନିଙ୍କ ସହ ପ୍ରେମ ସଂପର୍କରେ ଅଛନ୍ତି ସୁଜାନେ। ଦୁହେଁ ପତି-ପତ୍ନୀ ସେମାନଙ୍କ ଜୀବନରେ ଆଗକୁ ବଢ଼ି ସାରିଥିବା ବେଳେ ନିଜ ନିଜ ପ୍ରେମ ସଂପର୍କକୁ ନେଇ କିଛି ଦିନ ଅନ୍ତରରେ ଥରେ ଚର୍ଚ୍ଚାରେ ରହିଥାନ୍ତି ନିଶ୍ଚୟ।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସୁଜାନେ ଅକ୍ଟୋବର ୨୬ ତାରିଖ (ଆଜି) ତାଙ୍କର ୪୮ତମ ଜନ୍ମଦିବସ ପାଳନ କରୁଛନ୍ତି। ଜନ୍ମଦିନ ଅବସରରେ ସୁଜାନେଙ୍କ ପ୍ରେମିକ ଅର୍ସଲନ ଗୋନି ସୋସିଆଲ୍ ମିଡିଆରେ ତାଙ୍କ ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର ବାର୍ତ୍ତା ସେୟାର କରିଛନ୍ତି। ଅର୍ସଲନ ଗୋନି ସୁଜାନେଙ୍କ ସହ ବିତାଇଥିବା ଅନେକ ସ୍ବତନ୍ତ୍ର ମୁହୂର୍ତ୍ତର ଏକ ଭିିଡିଓ ବନାଇ ‘ହାପି ବାର୍ଥଡେ ଲଭ୍’ ବୋଲି ଲେଖିଛନ୍ତି।
ସେ ତାଙ୍କ ପୋଷ୍ଟ୍ରେ ଲେଖିଛନ୍ତି, ‘‘ତୁମ ପାଖରେ ନଥିବାରୁ ସର୍ବପ୍ରଥମେ ତୁମକୁ କ୍ଷମା ମାଗୁଛି। ଆମେ ଜୀବନରେ ଅନେକ କିଛି ହରାଇଛେ। ହେଲେ କିଛି ସୁନ୍ଦର ସ୍ମୃତି ବି ରହିଛି। ହେଲେ ମୋତେ ଆମ ଯାତ୍ରା ଦେଖି ମଜା ଲାଗୁଛି। ମୁଁ ତୁମକୁ ବହୁତ ଭଲପାଏ ଓ ଚାହେଁ ତୁମେ ଦୁନିଆର ସବୁ ଖୁସି ପାଅ। ଶପଥ କରୁଛି ଯେ ଆମେ ଯେବେ ଭେଟ ହେବା ଜନ୍ମଦିନ ପାଳନ କରିବା।’’
ଅର୍ସଲନ ଗୋନିଙ୍କ ଏହି ରୋମାଣ୍ଟିକ୍ ପୋଷ୍ଟ୍ରେ ହ୍ରିତିକ କମେଣ୍ଟ୍ କରି ଲେଖିଛନ୍ତି, ‘‘ସ୍ବିଟି, ହାପି ବାର୍ଥଡେ’’। ସେପଟେ ସୁଜାନେ ତାଙ୍କ ପ୍ରେମିକଙ୍କ ପୋଷ୍ଟ୍ରେ ଲେଖିଛନ୍ତି, ‘‘ମୋ ଲଭ୍, ମୋ ଜାନୁ, ତମେ ମୋ ପାଇଁ ସବୁକିଛି। ମୁଁ ଦୁନିଆର ସବୁଠାରୁ ଭାଗ୍ୟବତୀ ମହିଳା, ମୋତେ ତୁମେ ମିଳିଛ ଯେହେତୁ।’’
[ad_2]