ଦେଶ ବିଦେଶ
ମୋଦୀଙ୍କୁ ମିଳିଲା ରାମ ମନ୍ଦିର ଉଦଘାଟନର ନିମନ୍ତ୍ରଣ, କଂଗ୍ରେସକୁ ଲାଗିଲା ଝଟକା – bajravana
[ad_1]
ନୂଆଦିଲ୍ଲୀ: କୋଟିଏ ଲୋକଙ୍କ ଆସ୍ଥାର ପ୍ରତୀକ ପ୍ରଭୁ ଶ୍ରୀରାମ ମନ୍ଦିରର ଉଦଘାଟନ ତାରିଖ ସାମ୍ନାକୁ ଆସିଛି । ମନ୍ଦିରର ପ୍ରତିଷ୍ଠା ୨୦୨୪ ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କରାଯିବ । ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରାଯାଇଛି । କିନ୍ତୁ ମୋଦୀଙ୍କୁ ମିଳିଥିବା ଏହି ନିମନ୍ତ୍ରଣ ପତ୍ରକୁ ନେଇ କଂଗ୍ରେସ ସମେତ ଅନେକ ବିରୋଧୀ ନେତା ଆପତ୍ତି ଜାହିର କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ମୋଦୀଙ୍କୁ ଟାର୍ଗେଟ କରି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି ଯେ, ସେମାନେ ରାମ ମନ୍ଦିରକୁ ଏମିତି ଦର୍ଶାଉଛନ୍ତି ଯେମିତି ଏହା ବିଜେପିର । ରାମ ମନ୍ଦିର ଆମ ଦେଶର ସଭିଙ୍କର । ଏହା ଆମ ସନାତନ ଧର୍ମର ବଡ଼ ପ୍ରତୀକ । ରାମ ମନ୍ଦିର କ’ଣ ବିଜେପିର? ରାମ ମନ୍ଦିର ନିର୍ମାଣ ହେଉଥିବାରୁ ମୁଁ ବେଶ ଖୁସି ଅଛି ।
[ad_2]