ଓଡିଶା

ଆଜି ବି ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ: ଗତକାଲିଠୁ ଉପବାସରେ ରହିଛନ୍ତି ମହାପ୍ରଭୁ – bajravana

[ad_1]

ଭୁବନେଶ୍ବର: ଆଜି ବି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ। ଗତକାଲିଠୁ ଉପବାସରେ ରହିଛନ୍ତି ପ୍ରଭୁ ଲିଙ୍ଗରାଜ। ମନ୍ଦିର ପ୍ରଶାସନ ସହ ବୈଠକ ପରେ ସ୍ଥିତି ସ୍ୱାଭାବିକ ହୋଇପାରେ ବୋଲି କୁହାଯାଉଛି।
ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ପ୍ରଭୁ ଲିଙ୍ଗରାଜଙ୍କ ନୀତିରେ ପୁନର୍ବାର ବିଭ୍ରାଟ ଘଟିଛି। ଗତକାଲି ସକାଳୁ ସିଂହଦ୍ୱାର ଖୋଲା ନୀତି ପରଠାରୁ ଠାକୁରଙ୍କ ନୀତି ହୋଇ ପାରିନାହିଁ। ଲିଙ୍ଗରାଜଙ୍କ ଜମି ଉପରେ ‘ବଡ଼ୁ ନିଯୋଗ’ ବେଆଇନ ନିର୍ମାଣ କରୁଥିବା ଅଭିଯୋଗ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ଠାକୁରଙ୍କ ନୀତିରୁ ଦୂରେଇ ରହିଛନ୍ତି। ଅନ୍ୟପଟେ ବଡ଼ୁ ନିଯୋଗ କରିଆସୁଥିବା ନୀତି ଚାଲୁ ରଖିଥିବା ବେଳେ ସାହାଣମେଲା ଦର୍ଶନ ଜାରି ରହିଛି। ତେବେ ୧୨ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ହେଁ ସମସ୍ୟାର ସମାଧାନ ପାଇଁ ମନ୍ଦିର ପ୍ରଶାସନ, ଦେବୋତ୍ତର କମିସନର କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ଦେଖିବାକୁ ମିଳିନାହିଁ। ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସୂଚନାନୁସାରେ, ସାମନ୍ତରାପୁର ଗଙ୍ଗୁଆ ନାଳ ନିକଟରେ ପ୍ରଭୁ ଲିଙ୍ଗରାଜଙ୍କର ୨ ଏକର ବେବନ୍ଦୋବସ୍ତ ଜମି ଉପରେ ବଡ଼ୁ ନିଯୋଗ ନିର୍ମାଣ କାର୍ଯ୍ୟ କରୁଛି। ୨୦୧୮-୧୯ ମସିହାରେ ବଡ଼ୁ ନିଯୋଗ ସେଠାରେ ପ୍ରାୟ ୧୮ଟି ଦୋକାନ ଘର ନିର୍ମାଣ କରୁଥିବା ବେଳେ ଦେବୋତ୍ତର କମିଶନର ଓ ମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ ଦିଆଯାଇଥିଲା। ଫଳରେ କାମ ଅଧାରୁ ବନ୍ଦ ରହିଥିଲା। ଏହାକୁ ଚ୍ୟାଲେଞ୍ଜ କରି ବଡ଼ୁ ନିଯୋଗ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏବେ କାମ ଚାଲିଥିବା ବଡ଼ୁ ନିଯୋଗ କହିଛି। ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ। ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ଏହା ପଛରେ ଏକ ବଡ ଚକ୍ରାନ୍ତ ଥିବା ଦର୍ଶାଇ ନୀତିକାନ୍ତି ବନ୍ଦ କରିବା ସହ ଅଦାଲତଙ୍କ ନିର୍ଦ୍ଦେଶ ଉପରେ ପ୍ରଶ୍ନ ଉଠାଇଛନ୍ତି। ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ ଖାତାକୁ ଫେରୁଥିବାବେଳେ ବଡୁ ନିଯୋଗ ଦ୍ୱାରା ନିର୍ମାଣାଧୀନ ଦୋକାନ ଘରକୁ ସମ୍ପୂର୍ଣ ନିର୍ମାଣ କରିବାକୁ ‌‌‌କେମିତି ଅନୁମତି ମିଳିଲା ବୋଲି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ପ୍ରଶ୍ନ ଉଠାଇଛନ୍ତି। ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ବଡ଼ୁ ନିଯୋଗ ବେଆଇନ ନିର୍ମାଣ କରୁଥିବା ଜମି ପ୍ରଭୁ ଲିଙ୍ଗରାଜଙ୍କର। ଏହାର ଆନୁମାନିକ ମୂଲ୍ୟ ୫୦ କୋଟିରୁ ଅଧିକ। ଠାକୁରଙ୍କ ଜମିକୁ ହାତେଇବା ପାଇଁ ଏସବୁ ପ୍ରହସନ କରାଯାଉଛି।

ଏହାକୁ ଦେବୋତ୍ତର କମିସନର ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ୨୦୧୯ରେ ବନ୍ଦ କରାଯାଇଥିଲା। ତେଣୁ ରାୟ ଏକପାଖିଆ ମନେ ହେଉଛି। ଏଥିପାଇଁ ଦେବୋତ୍ତର କମିସନର, ମନ୍ଦିର ପ୍ରଶାସନ ଦାୟୀ। କମିସନର ଓ ପ୍ରଶାସନ ପକ୍ଷରୁ ମାମଲାରେ ନିଜ ଯୁକ୍ତିକୁ ଉଚିତ ଭାବେ ଉପସ୍ଥାପନା କରା ଯାଇ ନଥିବାରୁ ଅଦାଲତରେ ଏକ ପାଖିଆ ରାୟ ବାହାରିଛି। ଯଦି ଠାକୁରଙ୍କ ବେବନ୍ଦୋବସ୍ତ ଜମିରେ ବଡ଼ୁ ନିଯୋଗ ନିର୍ମାଣ କରିବା ଠିକ୍‌ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି, ତେବେ ଅନ୍ୟ ସେବାକାରୀଙ୍କ ଠାରୁ ବେବନ୍ଦୋବସ୍ତ ଜମି ଛଡ଼ାଇ ନେଇ ଲିଙ୍ଗରାଜଙ୍କ ଖାତାକୁ କାହିଁକି ଯାଇଛି? ସେ ସବୁ ଜମି ସେବାକାରୀଙ୍କୁ ଫେରସ୍ତ କରାଯାଉ।

ନଚେତ୍‌ ଅନିର୍ଦ୍ଦିଷ୍ଟ କାଳ ପାଇଁ ନୀତିକାନ୍ତି ବନ୍ଦ ରହିବ। ସେହିପରି ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜା ପଣ୍ଡା କହିଛନ୍ତି, ପ୍ରଥମେ ବଡ଼ୁ ନିଯୋଗ କରୁଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ପ୍ରଶାସନ ବନ୍ଦ କରୁ। ଯଦି ଏହା ସମ୍ଭବ ନୁହେଁ, ସରକାର ଆମଠାରୁ ନେଇଥିବା ବେବନ୍ଦୋବସ୍ତ ଜମି ଫେରାନ୍ତୁ। ମନ୍ଦିର ପ୍ରଶାସନ ଏ ସମ୍ପର୍କରେ ରିଭ୍ୟୁ କରନ୍ତୁ। ହାଇକୋର୍ଟରେ ବଡ଼ୁ ନିଯୋଗ କରିଥିବା ମାମଲାରେ କାହିଁକି ଦେବୋତ୍ତର କମିସନର ଓ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ପକ୍ଷ କରାଯାଇନଥିଲା, ତା’ର ତଦନ୍ତ ହେଉ। ଅନ୍ୟପକ୍ଷରେ ବଡ଼ୁ ନିଯୋଗର ସମ୍ପାଦକ କମଳାକାନ୍ତ ବଡ଼ୁ ନିଜ ପକ୍ଷ ରଖି କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ମାଣ କାମ ଚାଲିଛି। ଯିଏ ଠାକୁରଙ୍କ ନୀତି ବନ୍ଦ କରୁଛନ୍ତି, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ନୀତି ବନ୍ଦ କରୁଥିବା ଲୋକଙ୍କୁ ଚିହ୍ନଟ କରି ପ୍ରଭୁ ଲିଙ୍ଗରାଜଙ୍କ ସେବାପୂଜାରୁ ବେଦଖଲ କରିବା ସହ ସମ୍ପତ୍ତି ବାଜ୍ୟାପ୍ତି କରାଯାଉ। ଲିଙ୍ଗରାଜ ନୀତି ସୁପରଭାଇଜର୍ ରାଜକିଶୋର ମହାପାତ୍ର କହିଛନ୍ତି, ‘‘ବ୍ରାହ୍ମଣ ନିଯୋଗର ପତି ଓ ପୂଜା ପଣ୍ଡା ନିଯୋଗର ସେବାୟତ ଅନୁପସ୍ଥିତ ଥିବାରୁ ନୀତିକାନ୍ତି ବନ୍ଦ ରହିଛି। ମନ୍ଦିର ପ୍ରଶାସନକୁ ଏଇ ବିଷୟରେ ଆମେ ଲିଖିତ ଆକାରରେ ଦେଇଛୁ। କ’ଣ ଏହା ପଛରେ କାରଣ ରହିଛି, ତାହା ମନ୍ଦିର ପ୍ରଶାସନ ବୈଠକ ପରେ ସ୍ପଷ୍ଟ ହେବ।’’

ଅନ୍ୟପଟେ ପ୍ରଶାସନର ଅବହେଳାକୁ ନେଇ ବୁଦ୍ଧିଜୀବୀ ଓ ଶ୍ରଦ୍ଧାଳୁ ପ୍ରଶ୍ନ ଉଠାଇଛନ୍ତି। ବାରମ୍ବାର ଠାକୁରଙ୍କ ନୀତି ବନ୍ଦ ହେଉଥିଲେ ହେଁ ଏନେଇ ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ନିଷ୍ପତ୍ତି ନିଆ ଯାଉନାହିଁ। ସେବାୟତଙ୍କ ବିବାଦ ଯୋଗୁଁ ଅଚଳାଚଳ ସମ୍ପତ୍ତିର ଅଧିକାରୀ ପ୍ରଭୁ ଲିଙ୍ଗରାଜ କାହିଁକି ନୀତିରୁ ବଞ୍ଚିତ ହେବେ ବୋଲି ଆଜି ଶ୍ରାଦ୍ଧାଳୁମାନେ ପ୍ରଶ୍ନ ଉଠାଇବା ସହ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button