ରାସ୍ତା ପାର୍ ହେଉଥିବା ବେଳେ ମାଡ଼ିଗଲା ହାଇୱା – bajravana
[ad_1]
ନୀଳଗିରି: ରାସ୍ତା ପାର୍ ହେଉଥିବା ବେଳେ ପୁଅ ଓ ନାତିଙ୍କ ଆଖି ଆଗରେ ଚାଲିଗଲା ମହିଳାଙ୍କ ଜୀବନ। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ। ସୂଚନା ଅନୁସାରେ ଗତ ୨୩ ତାରିଖ ଦିନ ପ୍ରାୟ ୧୨ଟା ବେଳେ ବାଲେଶ୍ଵର ସହର ଭୀମପୁରା ଅଞ୍ଚଳର ରାଜେନ୍ଦ୍ର ଦାସଙ୍କ ପତ୍ନୀ ପଦ୍ମାବତୀ (୫୨) ନିଜ ପୁଅ ଓ ନାତିଙ୍କ ସହ ବନ୍ଧୁ ଘରୁ ଏକ ସ୍କୁଟିରେ ଫେରୁଥିଲେ। ଏହି ସମୟରେ ସେମାନେ ପରିସ୍ରା କରିବା ପାଇଁ ନୀଳଗିରି ନିକଟ ଚଣ୍ଡୀପୁର ଛକରେ ଅଟକିଥିଲେ। ତେବେ ପଦ୍ମାବତୀ ରାସ୍ତା ପାର୍ ହେଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ହାଇୱା (ଓଡି-୦୧-ଏଜେ-୩୦୧୩) ତାଙ୍କୁ ଧକ୍କା ଦେବା ସହ ଚକ ମୁଣ୍ଡ ଉପରେ ଚଢ଼ିଯାଇଥିଲା।
ଫଳରେ ପୁଅ ଓ ନାତିଙ୍କ ଆଖି ଆଗରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ନୀଳଗିରି ପୁଲିସ ପହଞ୍ଚିଥିଲା ଏବଂ ଶବ ଜବତ ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ଧରାପଡ଼ିଥିବା ବେଳେ ଡ୍ରାଇଭର୍ ନୀଳଗିରି ବାଲିଗୋହିରୀ ଅଞ୍ଚଳର ଆଲୋକ ମହାନ୍ତି ଗିରଫ ହୋଇଥିଲେ। ଏନେଇ ଥାନାରେ ୩୩୨/୨୩ ନମ୍ବରର ଏକ ମାମଲା ରୁଜୁ ହୋଇଛି ଏବଂ ଡ୍ରାଇଭର ଆଲୋକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
[ad_2]