ଛୋଟ ଦଳଙ୍କ ବଡ଼ ଶିକାର – bajravana
[ad_1]
ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ୍ ବିଶ୍ବକପ୍ରେ ସବୁବେଳେ ବଡ଼ ଦଳଗୁଡ଼ିକୁ ଟ୍ରଫି ଜିତିବାର ଦାବିଦାର ଧରାଯାଏ। କିନ୍ତୁ ଲିଗ୍ ପର୍ଯ୍ୟାୟରେ ଦର୍ଶକଙ୍କ ସେହି ଆକଳନକୁ କେତେକ କମ୍ ମାନ୍ୟତାପ୍ରାପ୍ତ ଦଳ ଭୁଲ୍ ପ୍ରମାଣିତ କରିଥାନ୍ତି। ୧୯୮୩ ବିଶ୍ବକପ୍ରେ ଯେପରି ୱେଷ୍ଟଇଣ୍ଡିଜ୍କୁ ପ୍ରମୁଖ ଦାବିଦାର କୁହାଯାଉଥିଲା। ହେଲେ କିଏ ଜାଣିଥିଲା ଯେ କପିଳ ଦେବଙ୍କ ଦଳ ଏହି ଧାରାରେ ପରିବର୍ତ୍ତନ ଆଣିବ। ଏପରି ଅନେକ ବିପର୍ଯ୍ୟୟ ବର୍ତ୍ତମାନସୁଦ୍ଧା ହେଇସାରିଲାଣି। ଚଳିତ ବିଶ୍ବକପ୍ରେ ବିଜେତା ଇଂଲଣ୍ଡକୁ ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡ୍ସ ଯେଉଁଭଳି ଭାବେ ହରାଇଥିଲେ, ତାହାକୁ କୌଣସି ପ୍ରଶଂସକ କଳ୍ପନା ବି କରି ନଥିବେ। ତେବେ ଏହି ଦୁଇ ବିପର୍ଯ୍ୟୟ ଅନ୍ୟମାନଙ୍କ ତୁଳନାରେ କେଉଁ ସ୍ଥାନରେ ରହିବ ତାହାକୁ ଭିନ୍ନ ପଦ୍ଧତିରେ ମୂଲ୍ୟାୟନ କରାଯାଇଛି।
ଏଭଳି ମୂଲ୍ୟାୟନ ପାଇଁ ‘ଇଲୋ ରେଟିଂ’ ପଦ୍ଧତିକୁ ଗ୍ରହଣ କରାଯାଇଛି। ଏହି ରେଟିଂକୁ ପ୍ରଫେସର ଅର୍ପଡ ଇଲୋ ପ୍ରସ୍ତୁତ କରିଥିଲେ। ଚେସ୍ ଖେଳରେ ବିଭିନ୍ନ ଦଳଗୁଡ଼ିକ ପୂର୍ବ ଆନ୍ତର୍ଜାତିକ ପ୍ରଦର୍ଶନକୁ ଭିତ୍ତି କରି ଏହି ରେଟିଂ ବାହାର କରାଯାଉଥିଲା। ଆଇସିସି ମଧ୍ୟ ସମାନ ଧରଣର ପଦ୍ଧତିକୁ ବ୍ୟବହାର କରି ଏହାର ଦଳଗୁଡ଼ିକୁ ମାନ୍ୟତା ପ୍ରଦାନ କରୁଛି। ମ୍ୟାଚ୍ ସମୟରେ ସଂପୃକ୍ତ ଦୁଇ ଦଳଙ୍କ ନିକଟତମ ପ୍ରଦର୍ଶନ ଓ ସେମାନଙ୍କ ଶକ୍ତିକୁ ନେଇ ଇଲୋ ରେଟିଂ ବାହାର କରାଯାଇଛି। ଦୁଇ ଦଳଙ୍କ ମଧ୍ୟରେ କମ୍ ଇଲୋ ରେଟିଂ ପାଇଥିବା ଦଳ ଯଦି ଅଧିକ ରେଟିଂ ଥିବା ଦଳକୁ ପରାସ୍ତ କରେ ତାହାଲେ ଏହାକୁ ବିପର୍ଯ୍ୟୟ ଭାବେ ବିବେଚନା କରାଯାଏ। ଯଦି ସେମାନଙ୍କ ରେଟିଂ ବ୍ୟବଧାନ ବହୁତ ଅଧିକ ରୁହେ, ତାହେଲେ ଏହାକୁ ବଡ଼ ବିପର୍ଯ୍ୟୟର ମାନ୍ୟତା ଦିଆଯାଉଛି।
[ad_2]