ଓଡିଶା

ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ କୁମାର ଜେନାଙ୍କ ପରଲୋକ – bajravana

[ad_1]

କୃଷ୍ଣପ୍ରସାଦ: ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଅଜୟ କୁମାର ଜେନାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ଜନତା ଦଳ ଟିକେଟରେ ଦୁଇ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୪୩ ମସିହା ଜୁଲାଇ ୨୭ ତାରିଖରେ ସେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ତିତିପ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।

ଅଜୟ କୁମାର ଜେନା ୧୯୭୭ ମସିହାରେ ବ୍ରହ୍ମଗିରି ବିଧାନସଭା ଆସନରେ ଜନତା ଦଳରୁ ପ୍ରଥମେ ସପ୍ତମ ଓଡ଼ିଶା ବିଧାନସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୦ ମସିହାରେ ଦ୍ୱିତୀୟ ଥର ପାଇଁ ଦଶମ ଓଡ଼ିଶା ବିଧାନସଭା ସଦସ୍ୟ ଭାବରେ ବ୍ରହ୍ମଗିରି ବିଧାନସଭା ଆସନରୁ ଜନତା ଦଳ ତରଫରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ। ଏଥର ତାଙ୍କୁ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ବ ଦିଆଯାଇଥିଲା।

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପାରିକୁଦ ଅଞ୍ଚଳର ଜଣାଶୁଣା ସମାଜସେବୀ, ମିଷ୍ଟଭାଷୀ,ସ୍ନେହୀ,ପରୋପକାରୀ ଶ୍ରୀଯୁକ୍ତ ଅଜୟ କୁମାର ଜେନାଙ୍କ ଦେହାନ୍ତ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରାଜନୀତି ଓ ଜନସେବା କ୍ଷେତ୍ରରେ ସେ ଛାଡ଼ିଯାଇଥିବା ଛାପ ଜନସାଧାରଣଙ୍କ ମନ ରେ ଅଭୁଲା ସ୍ମୃତି ହୋଇ ରହିବ ବୋଲି ଅଞ୍ଚଳବାସୀ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button