ଶ୍ମଶାନରେ ପୂଜା ପାଉଛନ୍ତି ଅନ୍ଦରପୁର ମହାଦେବ – bajravana
[ad_1]
କଟକ: କୁହାଯାଏ ‘ଠାକୁର ନ ଚାହିଁଲେ, କିଛି ବି ହେବ ନାହିଁ’। ଅନ୍ଦରପୁର ମହାଦେବଙ୍କ କ୍ଷେତ୍ରରେ ଏହା ହିଁ ଘଟିଥିଲା। ପ୍ରଥମ ବର୍ଷ ମାତ୍ର ୮ଦିନ ମଧ୍ୟରେ ପୂଜା ଆୟୋଜନ ହୋଇଥିଲା। ମୃଣ୍ମୟ ମୂର୍ତ୍ତିଙ୍କ ପାଇଁ ଖଡମା ନଥିଲା କି ପୂଜା କରିବାକୁ ସ୍ଥାନ ବି ନଥିଲା। କିନ୍ତୁ ଅଲୌକିକ ଭାବେ ପୂଜା ସଫଳତାର ସହିତ ଆୟୋଜିତ ହୋଇଥିଲା। ଅନ୍ଦରପୁର ପୂଜା ଆରମ୍ଭ କରିଥିବା ମୁରବି ନବକିଶୋର ଭୋଳଙ୍କ କହିବା ଅନୁସାରେ, ତାଳଦଣ୍ଡା କେନାଲ୍ କୂଳରେ ବସିଥିବା ସମୟରେ ଶ୍ରୀଭୋଳ ସାହିରେ ଦଶହରା କରିବା ପାଇଁ ନିରଞ୍ଜନ ସ୍ବାଇଁଙ୍କୁ କହିଥିଲେ। ଉଭୟଙ୍କ ସହମତିରେ ପୂଜା ଆରମ୍ଭ କରିବା ନିଷ୍ପତ୍ତି ଚୂଡାନ୍ତ ହୋଇଥିଲା। ପରେ ଉମେଶ ବିଶୋଇ ଓ ନୃସିଂହ ଦାସ ସହାୟତାର ହାତ ବଢ଼ାଇଥିଲେ।
୨୦୦୭ମସିହାର ଘଟଣା। ଦଶହରା ଆଉ ମାତ୍ର ୮ଦିନ ଥାଏ। ଆଶ୍ଚର୍ଯ୍ୟଜନକ ଭାବେ ଖଡମା ତିଆରି କରିବା ପାଇଁ ଶ୍ରୀ ଭୋଳ ନୂଆବଜାର ପୂଜା ମଣ୍ଡପ ଖଡ୍ମା ଦେଖୁଥିବା ବେଳେ ନୂଆବଜାରର ଜଣେ ବୁଢ଼ା ଲୋକ ପୂଜାମଣ୍ଡପରେ ଥିବା ଏକ ଖଡମାକୁ ତାଙ୍କୁ ପ୍ରଦାନ କରିଥିଲେ। ପୂଜା କରିବା ପାଇଁ ସ୍ଥାନ ଅଭାବ ଥିବାରୁ ଶ୍ମଶାନରେ ପୂଜା କରାଯିବାକୁ ସ୍ଥିର ହୋଇଥିଲା। ୨୦୦୭ମସିହାରେ ଅନ୍ଦରପୁରରେ ମାତ୍ର ୮ଦିନରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ପ୍ରଥମ ପୂଜାରେ ୬ଦିନରେ ଏକ ଲକ୍ଷ ୨୧ହଜାର ଟଙ୍କା ସଂଗ୍ରହ ହୋଇଥିଲା ବୋଲି ଶ୍ରୀ ଭୋଳ କହିଛନ୍ତି। ଦୀର୍ଘ ୧୭ବର୍ଷ ଧରି ସେହ ଶ୍ମଶାନରେ ମହାଦେବ ପାର୍ବତୀ ପୂଜା ପାଉଛନ୍ତି ବୋଲି ଶ୍ରୀ ଭୋଳ ସୂଚନା ଦେଇଛନ୍ତି।
[ad_2]