ବିଶ୍ବକପ୍: ଆଜି ଚେପକ୍ରେ ପାକିସ୍ତାନ ବ୍ୟାଟର୍ ବନାମ ଆଫଗାନ ସ୍ପିନ୍ – bajravana
[ad_1]
ଚେନ୍ନାଇ: ସ୍ଥାନୀୟ ଚେପକର ଚିଦାମ୍ବରମ୍ ଷ୍ଟାଡିୟମରେ ସୋମବାର ଚଳିତ ବିଶ୍ବକପ୍ ଲିଗ୍ ମ୍ୟାଚ୍ରେ ପାକିସ୍ତାନ ଓ ଆଫଗାନିସ୍ତାନ ମୁହାଁମୁହିଁ ହେବେ। ଲଗାତାର ଦୁଇ ପରାଜୟ (ଭାରତ, ଅଷ୍ଟ୍ରେଲିଆ) ପରେ ବାବର ଆଜମଙ୍କ ନେତୃତ୍ବାଧୀନ ପାକିସ୍ତାନ ଲାଗି ସେମିଫାଇନାଲ୍ ସ୍ଥାନ ଉଜ୍ଜୀବିତ ରଖିବା ପାଇଁ ଏହି ମ୍ୟାଚ୍ ଜିତିବା ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ସଂପ୍ରତି ଏହି ଦଳ ୪ ପଏଣ୍ଟ୍ ଏବଂ ବିଯୁକ୍ତ ୦.୪୫୬ ନେଟ୍ ରନ୍ ରେଟ୍ ସହ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ପାକିସ୍ତାନ ପାଇଁ ଚିନ୍ତାର କାରଣ ହେଉଛି ଏହାର ବ୍ୟାଟର୍ ସ୍ପିନ୍ ବିପକ୍ଷରେ ବିଫଳ ହେବା। ବ୍ୟାଟିଂ ପିଚ୍ ବେଙ୍ଗାଲୁରୁରେ ଏହାର ୪ ବ୍ୟାଟର୍ ଅଷ୍ଟ୍ରେଲିଆ ଲେଗ୍ ସ୍ପିନର ଆଡ଼ାମ ଜାମ୍ପାଙ୍କ ଶିକାର ହୋଇଥିଲେ। ଆଫ୍ଗାନିସ୍ତାନ ପାଖରେ ତାରକା ସ୍ପିନର ରସିଦ ଖାନ, ମହମ୍ମଦ ନବି ଓ ମୁଜୀବ ଉର୍ ରହମାନ ରହିଛନ୍ତି। ତେଣୁ ସ୍ପିନ୍ ଭାବେ ପରିଚିତ ଚିପକରେ ପାକିସ୍ତାନ ବ୍ୟାଟର୍ ଏବଂ ଆଫଗାନିସ୍ତାନ ସ୍ପିନର ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। ଚଳିତ ବିଶ୍ବକପ୍ରେ ଆଖିଦୃଶିଆ ପ୍ରଦର୍ଶନ ଦେଇନଥିବା ବାବରଙ୍କଠୁ ଭଲ ସ୍କୋର୍ ଆବଶ୍ୟକ କରୁଛି ଦଳ।
ଏପର୍ଯ୍ୟନ୍ତ ଦଳର ସର୍ବୋଚ୍ଚ ସ୍କୋରର୍ ମହମ୍ମଦ ରିଜୱାନଙ୍କ ସହ ସାଉଦ ସକିଲ ଓ ଇଫ୍ତିକାର ଭଲ ପ୍ରଦର୍ଶନ ଦେଇଛନ୍ତି। ଏମାନେ ଯଦି ଆଫଗାନିସ୍ତାନ ସ୍ପିନରଙ୍କୁ ଠିକ୍ ମୁକାବିଲା କରନ୍ତି ତେବେ ମ୍ୟାଚ୍ ପାକିସ୍ତାନ ପକ୍ଷରେ ଯିବାର ସମ୍ଭାବନା ରହିଛି। ବୋଲିଂରେ ଗତ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହାର ବାମହାତୀ ଦ୍ରୁତ ବୋଲର ସାହିନ ଶାହ ଆଫ୍ରିଦି ୫ ୱିକେଟ୍ ସଫଳତା ପାଇଥିଲେ। ହେଲେ ହାରିସ ରୌଫ ଓ ହାସନ ଅଲୀ ପାୱାର ପ୍ଲେରେ ଅଧିକ ରନ୍ ବ୍ୟୟ କରିବା ପାକିସ୍ତାନ ପାଇଁ ମହଙ୍ଗା ପଡ଼ିଥିଲା। ଏହାର ସ୍ପିନର ମହମ୍ମଦ ନୱାସ, ସଦାବ ଖାନ ଓ ଉସମା ମିର ଶ୍ରେଷ୍ଠ ଦେବାରେ ସଫଳ ହୋଇ ନାହାନ୍ତି। ଅନ୍ୟପକ୍ଷରେ ଆଫଗାନିସ୍ତାନ ଓପନର୍ ରହମନୁଲ୍ଲା ଗୁରବାଜ ଭଲ ପ୍ରଦର୍ଶନ ଦେଇ ଆସୁଛନ୍ତି। ତାଙ୍କ ବ୍ୟାଟ୍ରୁ ଦଳ ଅଧିକ ରନ୍ ଆଶା ରଖିଛି। ତାଙ୍କ ସହ ଇକ୍ରମା ଅଲିଖିଲ, ଅଜମାତୁଲ୍ଲା ଓମରାଜାଇ ଓ ହସମତୁଲ୍ଲା ସାହିଦି ଭଲ କରନ୍ତି ଆଫଗାନିସ୍ତାନକୁ ଅଟକାଇବା ପାକିସ୍ତାନ ପାଇଁ କଷ୍ଟକର ହେବ। ଦିନିକିଆ ଇତିହାସରେ ଉଭୟ ଦେଶ ୭ ଥର ମୁହାଁମୁହିଁ ହୋଇଥିଲା ବେଳେ ପାକିସ୍ତାନ ୭-୦ରେ ଆଗରେ ରହିଛି।
ପାକିସ୍ତାନ ସମ୍ଭାବ୍ୟ ଏକାଦଶ: ଅବଦୁଲ୍ଲା ସଫିକ, ଇମାମ-ଉଲ-ହକ୍, ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟ୍ରକ୍ଷକ), ସାଉଦ ସକିଲ, ଇଫତିକାର ଅହମଦ, ମହମ୍ମଦ ନୱାଜ, ଉସମା ମିର, ହାସନ ଅଲ୍ଲୀ, ସାହିନ ଶାହ ଆଫ୍ରିଦି, ହାରିସ ରୌଫ୍।
ଆଫଗାନିସ୍ତାନ ସମ୍ଭାବ୍ୟ ଏକାଦଶ: ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜଦ୍ରାନ, ରହମତ ଶାହ, ହସମତୁଲ୍ଲା ସାହିଦି (ଅଧିନାୟକ), ଅଜମାତୁଲ୍ଲା ଓମାରଜାଇ, ଇକ୍ରାମ ଅଲିଖିଲ (ୱିକେଟ୍ରକ୍ଷକ), ମହମ୍ମଦ ନବି, ରସିଦ ଖାନ, ମୁଜୀବ ଉର ରହମାନ, ନବୀନ-ଉଲ-ହକ୍, ଫଜଲହକ ଫାରୁକୀ।
[ad_2]