ଓଡିଶା

ଅବସରପ୍ରାପ୍ତ ଯବାନଙ୍କ ଆତଙ୍କରାଜ: କାବୁ କରିବାକୁ ଯାଇ ୨ ପୁଲିସ ଅଧିକାରୀ ଗୁରୁତର – bajravana

[ad_1]

ଭୁଜାଲିରେ ଏସ୍‌ଆଇ ଓ କନଷ୍ଟେବଳଙ୍କୁ ହାଣି ଫେରାର

ବାଙ୍କୀ/ଡମପଡ଼ା: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଗଣେଶ ବଜାରରେ ଆଜି ଆତଙ୍କ ସୃଷ୍ଟି କରୁଥିବା ଜଣେ ଯବାନଙ୍କୁ ଧରିବାକୁ ଯାଇ ଦୁଇ ଜଣ ପୁଲିସ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁଇ ପୁଲିସ କର୍ମଚାରୀଙ୍କୁ ଭୁଜାଲିରେ ହାଣି ସଂପୃକ୍ତ ଅବସରପ୍ରାପ୍ତ ଯବାନ ଫେରାର ହୋଇଯାଇଥିବା ବେଳେ ଆହତ ପୁଲିସଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଅବସରପ୍ରାପ୍ତ ଯବାନ ଜଣକ ଗତମାସରେ ବି ଖଣ୍ଡା ଓ ହାତୁଡ଼ି ଧରି ବାଙ୍କୀ ବଜାରରେ ଆତଙ୍କ ଖେଳାଇଥିଲେ। ସଂପୃକ୍ତ ଯବାନଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି।

ଗତ ସେପ୍ଟେମ୍ବର ୧ ତାରିଖରେ ବାଙ୍କୀ ଥାନା ଅନ୍ତର୍ଗତ ଶିମିଳିପୁର ଗ୍ରାମର ଅବସରପ୍ରାପ୍ତ ଯବାନ ସରୋଜ ଦାସ ଖଣ୍ଡା ଓ ହାତୁଡ଼ି ଧରି ବାଙ୍କୀ ବଜାରରେ ବୁଲିବା ସହ ପୁଲିସ ଏବଂ କେତେକ ନିର୍ବାଚିତ ଜନପ୍ରତିନିଧିଙ୍କ ନାମ ନେଇ ଗାଳିଗୁଲଜ କରୁଥିବା ଦେଖାଯାଇଥିଲା। ପାଖକୁ କେହି ଗଲେ ସେ ତାଙ୍କୁ ଧମକ ଦେଉଥିଲେ। ଏପରି କି ବାଙ୍କୀ ମହାବିଦ୍ୟାଳୟ ନିକଟ ଏକ ଏଟିଏମ୍ ସମ୍ମୁଖ କାଚକୁ ସରୋଜ ଭାଙ୍ଗିଦେବା ସହ କଚେରୀ ପଡ଼ିଆରେ ବହୁ ସମୟ ଧରି ଆତଙ୍କ ଖେଳାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସରୋଜଙ୍କୁ ବୁଝାଇବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ପୁଲିସ କର୍ମଚାରୀମାନଙ୍କୁ ମାରଣାସ୍ତ୍ର ଦେଖାଇ ସେ ଫେରାର ହୋଇଯାଇଥିଲେ। ଏହାର ଦୁଇଦିନ ପରେ ପରେ ଅର୍ଥାତ୍ ସେପ୍ଟେମ୍ବର ୩ ତାରିଖରେ ସରୋଜ ନିଜ ଗ୍ରାମ ଶିମିଳିପୁର ଖେଳ ପଡ଼ିଆରେ ଥିବା ନେଇ ଖବର ପାଇ ପୁଲିସ ସେଠାରେ ପହଞ୍ଚି ତାଙ୍କୁ କାବୁ କରିବା ପାଇଁ ଉଦ୍ୟମ କରିଥିଲା। ମାତ୍ର ସରୋଜଙ୍କ କେତେକ ସାଥୀ ଏଥିରେ ବାରଣ କରିଥିଲେ। ଏହି ସମୟରେ ସରୋଜ ସହ ଠେଲାପେଲାରେ ବାଙ୍କୀ ଥାନାର ମହିଳା ଏସ୍‌ଆଇ ମଧୁସ୍ମିତା ବେହେରା ଆହତ ହୋଇଥିଲେ। ଆଜି ଦିନ ପ୍ରାୟ ୧୦ଟାରେ ସରୋଜ ବାଙ୍କୀ ସହରର ଜନଗହଳିପୂର୍ଣ୍ଣ ଆଦିମାତା ଛକ ନିକଟ ଗଣେଶ ବଜାରରେ ଥିବା ନେଇ ପୁଲିସକୁ ଖବର ମିଳିଥିଲା।

ବାଙ୍କୀ ପୁଲିସ ସେଠାରେ ପହଞ୍ଚି ତାଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ଅତର୍କିତ ଭାବେ ସରୋଜ ନିଜ ପାଖରେ ରଖିଥିବା ଭୁଜାଲି ବାହାର ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଅକ୍ରମଣ କରିଥିଲେ। ଭୁଜାଲି ଚୋଟରେ ବାଙ୍କୀ ଥାନାର ସବ୍‌ ଇନ୍ସପେକ୍ଟର୍‌ ସମ୍ବିତ୍‌ ସ୍ବାଇଁ ଓ କ‌ନଷ୍ଟେବଳ ଉତ୍ତମ କୁମାର କରଙ୍କ ଦୁଇ ହାତ ଓ କାନ୍ଧରେ ଗୁରୁତର କ୍ଷତ ସୃଷ୍ଟି ହୋଇଛି। ଆକ୍ରମଣ ପରେ ସରୋଜ ସେଠାରୁ ଫେରାର ହୋଇଯାଇଥିଲେ। ଆହତ ଦୁଇ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବାଙ୍କୀ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏହି ଘଟଣା ନେଇ ଅଞ୍ଚଳରେ ଭିନ୍ନମତ ପ୍ରକାଶ ପାଇଛି। ପ୍ରଥମ ଘଟଣାର କିଛିଦିନ ପରେ ସରୋଜଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ଏଥିରେ ସେ ନିଜର ବ୍ୟ‌ାବସାୟିକ ଘଟଣା ନେଇ କିଛିବର୍ଷ ତଳେ ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ନ୍ୟାୟ ମିଳି ନ ଥିବା ଏବଂ ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରୁଛି ବୋଲି କହୁଥିବା ଦେଖାଯାଇଥିଲା।

ସମସ୍ୟାର ସମାଧାନ ହୋଇ ନ ଥିବାରୁ ସେ କରିଥିବା ଋଣ ପରିଶୋଧ କରିପାରୁ ନାହାନ୍ତି। ଏଥିଯୋଗୁଁ ମାସିକ ପେନ୍‌ସନ୍‌ ଅର୍ଥ ଷ୍ଟେଟ୍‌ବ୍ୟାଙ୍କ କର୍ତ୍ତୃପକ୍ଷ କାଟି ଦେଉଥିବାରୁ ପରିବାର ଭରଣପୋଷଣ କଷ୍ଟସାଧ୍ୟ ହେଉଥିବା ସେ ଦର୍ଶାଇଥିଲା। ଅନ୍ୟପଟେ ଗତମାସ ଆତଙ୍କରାଜର ବହୁଦିନ ପରେ ବି ବାଙ୍କୀ ପୁଲିସ ଅଭିଯୁକ୍ତକୁ ଧରି ନ ପାରିବା ଏବଂ ସମସ୍ୟାର ସମାଧାନ ହୋଇ ନ ପାରିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ତେବେ ଆଜିର ଘଟଣା ପରେ ପୁଲିସ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି ବୋଲି ଥାନା ଅଧିକାରୀ କାବୁଲି ବାରିକ ସୂଚନା ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button