ଅଭ୍ୟାସ ବେଳେ ସୂର୍ଯ୍ୟକୁମାର ଆହତ – bajravana
[ad_1]
ଧର୍ମଶାଳା: ରବିବାର ବିଶ୍ବକପ୍ରେ ଦୁଇ ଶୀର୍ଷ ଦଳ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଉଭୟ ଦଳ ଏପର୍ଯ୍ୟନ୍ତ ୪ ଲେଖାଏଁ ମ୍ୟାଚ୍ ଖେଳିଥିଲା ବେଳେ ସବୁଥିରେ ଜିତିଛନ୍ତି। ତେଣୁ ଦୁଇ ଅପରାଜେୟ ଦଳ ଏହି ମ୍ୟାଚ୍ ଜିତି ବିଶ୍ବକପ୍ରେ ଆଧିପତ୍ୟ ବିସ୍ତାର କରିବାକୁ ଚାହିବେ। ସେହିପରି ଦଶହରା ପୂର୍ବରୁ ଭାରତ ମ୍ୟାଚ୍ ଜିତି ଦେଶବାସୀଙ୍କୁ ଆଉ ଏକ ଉପହାର ଦେବା ଲକ୍ଷ୍ୟରେ ରହିଛି। କିନ୍ତୁ ମୁକାବିଲା ପୂର୍ବରୁ ଘରୋଇ ଦଳକୁ ପୁଣି ଦୁଇଟି ବଡ଼ ଝଟ୍କା ଲାଗିଛି। ଏଚ୍ପିସିଏ ଷ୍ଟାଡିୟମ୍ରେ ଶନିବାର ଅପରାହ୍ନରେ ଭାରତୀୟ ଦଳର ଅଭ୍ୟାସ ସମୟରେ ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଶନ ଆହତ ହୋଇଛନ୍ତି।
ପୂର୍ବରୁ ହାର୍ଦିକ ପାଣ୍ଡ୍ୟା ଆହତ ହୋଇ ଧର୍ମଶାଳା ଆସିନଥିଲା ବେଳେ ତାଙ୍କ ସ୍ଥାନ ନେବା ଦୌଡ଼ରେ ଥିବା ସୂର୍ଯ୍ୟ ଓ ଈଶାନଙ୍କ ଆହତ ଦଳକୁ ଚିନ୍ତାରେ ପକାଇଛି। ଥ୍ରୋ-ଡାଉନ୍ ଅଭ୍ୟାସ କରୁଥିବା ବେଳେ ବଲ୍ ତାଙ୍କ ଡାହାଣ ହାତରେ ବାଜିଥିଲା। ତୁରନ୍ତ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ସେ ଡ୍ରେସିଂ ରୁମ୍ ଚାଲିଯାଇଥିଲେ। ସେହିପରି ଈଶାନ ବ୍ୟାଟିଂ କରୁଥିବା ବେଳେ ତାଙ୍କ ବେକ ପଛପଟକୁ ମହୁମାଛି କାମୁଡି ଦେବାରୁ ସେ ବ୍ୟାଟ୍ ଫୋପାଡି ଦୌଡ଼ିଥିଲେ। ସେ ମଧ୍ୟ ତୁରନ୍ତ ଡ୍ରେସିଂ ରୁମ୍ ଚାଲିଯାଇଥିଲା ବେଳେ ଆଉ ଅଭ୍ୟାସକୁ ଫେରିନଥିଲେ। ଏହି ଦୁଇ ସମସ୍ୟା କେତେ ଗୁରୁତର ତାହା ଦଳ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।
[ad_2]