୪ ସ୍ପିନରଙ୍କୁ ନେଇ ଭାରତ ଗସ୍ତରେ ଆସିବ ଇଂଲଣ୍ଡ ଦଳ – bajravana
[ad_1]
ନୂଆଦିଲ୍ଲୀ: ଜାନୁଆରିରୁ ଆରମ୍ଭ ହେଉଥିବା ଇଂଲଣ୍ଡ କ୍ରିକେଟ ଦଳର ଭାରତ ଗସ୍ତ ପାଇଁ ଦଳ ଘୋଷଣା କରିଛି ଇଂଲଣ୍ଡ କ୍ରିକେଟ୍ ବୋର୍ଡ । ଭାରତୀୟ ଗସ୍ତରେ ଆସୁଥିବା ୧୬ ଜଣିଆ ଦଳର ନେତୃତ୍ୱ ନେବେ ବେନ୍ ଷ୍ଟୋକ୍ସ। ଜାନୁଆରୀ ଶେଷରେ ଟିମ୍ ଇଣ୍ଡିଆ ବିପକ୍ଷ ସିରିଜ୍ ଆରମ୍ଭ ହେବ, ଯାହା ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ୨୦ ବର୍ଷୀୟ ସୋଏବ ବଶିରଙ୍କୁ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସୁଥିବା ଦଳରେ ସୁଯୋଗ ଦିଆଯାଇଛି। ଷ୍ଟୁଆର୍ଟ ବ୍ରଡଙ୍କ ଅବସର ପରେ ଦଳ ନୂଆ ପେସ୍ ଆକ୍ରମଣ ସହ ଭାରତ ଆସିବ।
ଭାରତ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଦଳରେ ୪ ଜଣ ସ୍ପିନରଙ୍କୁ ଚୟନ କରାଯାଇଛି। ଅଭିଜ୍ଞ ସ୍ପିନର ଜ୍ୟାକ୍ ଲିଚଙ୍କ ସହ ୩ ଜଣ ସ୍ପିନ୍ ବୋଲର ଭାରତ ଗସ୍ତରେ ଆସିବେ। ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିବା ଶୋଏବ ବଶିରଙ୍କୁ ଚୟନକର୍ତ୍ତାମାନେ ସୁଯୋଗ ଦେଇଛନ୍ତି। ଏହାବ୍ୟତୀତ ଟମ୍ ହାର୍ଟଲି ଏବଂ ରେହାନ ଅହମ୍ମଦ ମଧ୍ୟ ଦଳରେ ରହିବେ । ସିରିଜର ପ୍ରଥମ ଟେଷ୍ଟ ହାଇଦ୍ରାବାଦଠାରେ ୨୫ରୁ ୨୯ ଜାନୁଆରି ପର୍ଯ୍ୟନ୍ତ ଖେଳାଯିବ ।
ଇଂଲଣ୍ଡ ଦଳ:
ବେନ୍ ଷ୍ଟୋକ୍ସ (ଅଧିନାୟକ), ରେହାନ ଅହମ୍ମଦ, ଜେମ୍ସ ଆଣ୍ଡରସନ୍, ଗୁସ୍ ଆଟକିନସନ୍, ଜନି ବେୟାରଷ୍ଟୋ, ସୋଏବ ବଶିର, ହ୍ୟାରି ବ୍ରୁକ୍, ଜାକ୍ କ୍ରାଉଲି, ବେନ୍ ଡକେଟ୍, ବେନ୍ ଫୋକ୍ସ, ଟମ୍ ହାର୍ଟଲି, ଜ୍ୟାକ୍ ଲିଚ୍, ଓଲି ପୋପ୍, ଓଲି ରବିନ୍ସନ୍, ଜୋ ରୁଟ୍, ମାର୍କ ଉଡ୍ ।
[ad_2]